ଅର୍ଥନୀତିକୁ ଯୁଦ୍ଧ ଭୟ

ମୁମ୍ବାଇ/ନ୍ୟୁୟର୍କ,୪ା୧୦: ପାର୍ବଣ ଋତୁରେ ସାଧାରଣତଃ ଭାରତୀୟ ଶେୟାର ବଜାର ଫୁଲିଉଠିଥାଏ। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅକ୍ଟୋବର ଆରମ୍ଭରୁ ଷ୍ଟକ୍‌ ମାର୍କେଟ ତଳମୁହଁା ହେବା ଆରମ୍ଭ କଲାଣି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବଢ଼ିବା ଆଶଙ୍କା ଯୋଗୁ ପୁଞ୍ଜିବଜାର ଧରାଶାୟୀ ହୋଇଯିବ ବୋଲି ଅନେକେ ମତ ଦେଲେଣି।
ଲେବାନନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ସମେତ ଅନେକ ୟୁରୋପୀୟ ବଜାର ୨ ସପ୍ତାହର ସର୍ବନିମ୍ନ ସ୍ତରକୁ ଖସିଥିଲା। ଗୁରୁବାର ଭାରତୀୟ ବଜାରରେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଛି। ନିଫ୍ଟି୫୦ ୫୪୬.୮୦ ପଏଣ୍ଟ (୨.୧୨%) ଖସି ୨୫,୨୫୦ରେ ରହିଥିବାବେଳେ ସେନ୍‌ସେକ୍ସ ୨.୧୦% ବା ୧,୭୬୯.୧୯ ତଳକୁ ଖସି ୮୨,୪୯୭ରେ କାରବାର ଶେଷ ହୋଇଛି। ଅନୁରୂପ ଭାବେ ବ୍ୟାଙ୍କ ନିଫ୍ଟି ମଧ୍ୟ ୧,୦୭୭ ପଏଣ୍ଟ ଅର୍ଥାତ୍‌ ୨%ରୁ ଊର୍ଦ୍ଧ୍ୱ ତଳକୁ ଯାଇ ୫୧,୮୪୫ରେ ସ୍ଥିର ରହିଛି। ଏଥିଯୋଗୁ ଦିନକରେ ଭାରତୀୟ ନିବେଶକମାନେ ୧୦ ଟ୍ରିଲିୟନ୍‌ରୁ ଊର୍ଦ୍ଧ୍ୱ ଟଙ୍କା ହରାଇଛନ୍ତି। ଅଗଷ୍ଟ ୫ ପରେ ଏହାକୁ ସବୁଠୁ ବଡ଼ ମାର୍କେଟ କ୍ରାଶ୍‌ ବୋଲି କୁହାଯାଉଛି।
ଇରାନର ତୈଳ ଭଣ୍ଡାର ଓ ଡିପୋଗୁଡ଼ିକ ଉପରେ ଇସ୍ରାଏଲ୍‌ ଆକ୍ରମଣ କରିବା ଆଶଙ୍କା ବଢ଼ିବାରେ ଲାଗିଛି। ଏନେଇ ଆଲୋଚନା ଚାଲିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଏପରି ହେଲେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍‌ ଅଏଲ୍‌ ମୂଲ୍ୟ ବଢ଼ିପାରେ। ତୈଳ ଉତ୍ପାଦନ ଓ ରପ୍ତାନି ହ୍ରାସ ପାଇଲେ ଏହାର ପ୍ରଭାବ କେବଳ ମଧ୍ୟପ୍ରାଚ୍ୟ ନୁହେଁ, ବରଂ ସାରା ବିଶ୍ୱରେ ଅନୁଭୂତ ହେବ। ବିଶେଷକରି ଅନ୍ୟ ଦେଶଗୁଡ଼ିକ ଉପରେ ନିର୍ଭରଶୀଳ ଭାରତୀୟ ବଜାରରେ ସବୁ ସାମଗ୍ରୀର ଦରଦାମ୍‌ ବଢ଼ିବା ଅନୁମାନ କରାଯାଉଛି।

ଲୋହିତ ସାଗରରେ ଯାତାୟାତ କରୁଥିବା ଜାହାଜଗୁଡ଼ିକୁ ହୁଟି ବିଦ୍ରୋହୀ ଇ-ମେଲ୍‌ ଜରିଆରେ ଆକ୍ରମଣ ଧମକ ଦେଉଛନ୍ତି। ଏଥେନ୍ସରେ ଗ୍ରୀସ୍‌ର ଏକ ଶିପିଂ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ତାଙ୍କ ନିକଟକୁ ଆସିଥିବା ଏପରି ଏକ ଇ-ମେଲ୍‌ ପାଇଛନ୍ତି। କମ୍ପାନୀ ମ୍ୟାନେଜରଙ୍କ ବିଜ୍‌ନେସ୍‌ ଇ-ମେଲ୍‌ ଆଡ୍ରେସ୍‌କୁ ମଧ୍ୟ ଅନୁରୂପ ଧମକପୂର୍ଣ୍ଣ ମେସେଜ୍‌ ପଠାଯାଇଛି। ସେଥିରେ ଲେଖାଅଛି, ଇରାନ୍‌ ସମର୍ଥିତ ୟେମେନ୍‌ର ହୁଟି ମିଲିସିଆ ଲୋହିତ ସାଗରରେ ଯାତ୍ରା କରୁଥିବା ଆପଣଙ୍କ ଜାହାଜକୁ ଆକ୍ରମଣ କରିପାରନ୍ତି। ନିଷିଦ୍ଧ ଘୋଷଣା ସତ୍ତ୍ୱେ ରେଡ୍‌ ସି’ରେ ଜାହାଜ ଚଳାଚଳ କଲେ ଆକ୍ରମଣ କରାଯିବ ଏବଂ ଏଥିପାଇଁ ଆପଣ ଉତ୍ତରଦାୟୀ ରହିବେ। ଗତ ଫେବୃୟାରୀରେ ପ୍ରତିଷ୍ଠିତ ହୁଟି ବଳ ଓ ବ୍ୟବସାୟିକ ଶିପିଂ ଅପରେଟରଙ୍କ ମଧ୍ୟସ୍ଥ ସଂସ୍ଥା ୟେମେନ୍‌ଭିତ୍ତିକ ହ୍ୟୁମାନିଟାରିଆନ୍‌ ଅପରେଶନ୍ସ କୋ-ଅର୍ଡିନେଶନ ସେଣ୍ଟର (ଏଚ୍‌ଓସିସି) ପକ୍ଷରୁ ଏହି ମେଲ୍‌ ପ୍ରେରଣ କରାଯାଉଛି। ଇସ୍ରାଏଲ୍‌-ଗାଜା ଯୁଦ୍ଧ ପରେ ନଭେମ୍ବରରୁ ଅଦ୍ୟାବଧି ହୁଟି ଲୋହିତ ସାଗରରେ ପ୍ରାୟ ୧୦୦ ଜାହାଜକୁ ଆକ୍ରମଣ କରିସାରିଲାଣି। ଏହି ଧାରା ଆଗକୁ ଲାଗି ରହିଲେ ଜଳପଥରେ ବାଣିଜ୍ୟକ କାରବାର ବାଧାପ୍ରାପ୍ତ ହେବା ସହ ସବୁ ସାମଗ୍ରୀର ଦରଦାମ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।

କାତାର ଜରିଆରେ ଆମେରିକାକୁ ଏକ ବାର୍ତ୍ତା ପ୍ରେରଣ କରିଛି। ସମ୍ପୃକ୍ତ ଅଞ୍ଚଳରେ ତେହରାନ୍‌ ଯୁଦ୍ଧ ଚାହୁଁନାହିଁ। ଏକତରଫା ଆମତ୍ସଂଯମ ପର୍ଯ୍ୟାୟ ଶେଷ ହୋଇଯାଇଛି। ଇସ୍ରାଏଲ୍‌ ପଟୁ ଆକ୍ରମଣ କରାଗଲେ ଅଣପାରମ୍ପରିକ ଶୈଳୀରେ ଏହାର ଜବାବ ଦିଆଯିବ। ଏଥିରେ ଇସ୍ରାଏଲୀ ଭିତ୍ତିଭୂମିକୁ ମଧ୍ୟ ଟାର୍ଗେଟ କରାଯିବ ବୋଲି ଧମକ ଦିଆଯାଇଛି।
ସୈନ୍ୟ ଦକ୍ଷିଣ ଲେବାନନ୍‌ର ମାରୋଉନ୍‌ ଅଲ୍‌-ରାସ୍‌ ଗ୍ରାମକୁ ପ୍ରବେଶ କରୁଥିବାବେଳେ ହେଜ୍‌ବୋଲ୍ଲା ପକ୍ଷରୁ ଆକ୍ରମଣ କରାଯାଇଛି।
ଏୟାରଷ୍ଟ୍ରାଇକ୍‌ରେ ସେଣ୍ଟ୍ରାଲ ବେରୁଟ୍‌ରେ ଅନୂ୍ୟନ ୧୫ ହେଜ୍‌ବୋଲ୍ଲା ଫାଇଟରଙ୍କ ମୃତ୍ୟୁ ଘଟିଥିବାବେଳେ ୧୪ ଆହତ ହୋଇଛନ୍ତି। ଇସ୍ରାଏଲ୍‌ ଲେବାବନ୍‌ ରାଜଧାନୀର ଦକ୍ଷିଣ ଉପକଣ୍ଠରେ ଥିବା ଦହିୟେହରେ ମଧ୍ୟ ୩ଟି ମିଶାଇଲ ମାଡ଼ କରିଛି।
ପକ୍ଷରୁ ବଫର ଜୋନ୍‌ ଘୋଷିତ ଦକ୍ଷିଣ ଲେବାନନ୍‌ର ଉତ୍ତର ଭାଗକୁ ତୁରନ୍ତ ଖାଲି କରିବାକୁ ଇସ୍ରାଏଲୀ ସେନା ନିର୍ଦ୍ଦେଶ ଦେଇଛି।
ସେନା କହିଛି, ଏହାର ପ୍ରତି ଆକ୍ରମଣରେ ଦକ୍ଷିଣ ଲେବାନନ୍‌ରେ ୨ ଇସ୍ରାଏଲୀ ସୈନ୍ୟ ନିହତ ହୋଇଛନ୍ତି।
୪୮ ଘଣ୍ଟାରେ ଗାଜାରେ ମଧ୍ୟ ଇସ୍ରାଏଲ୍‌ ଆକ୍ରମଣକୁ ଜୋର୍‌ଦାର କରିଛି। ଏଥିରେ ଅନେକ ପାଲେଷ୍ଟିନୀୟ ନିହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri