Posted inRasifala

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୪ ତାରିଖ – Daily Horoscope

ମେଷ
ବାଣୀକାରକ ବୁଧ ପାପଗ୍ରହ ପ୍ରଭାବରେ ଆପଣଙ୍କ ଆଜିର ଭୁଲ୍‌ ନିଷ୍ପତ୍ତି ସମସ୍ୟା ସୃଷ୍ଟି କରିବ। ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ ତଥାପି ସକାଳ ସମୟଟି ମାନସିକ ଅସ୍ଥିରତା ମଧ୍ୟରେ କଟିବ। ଦେବା ନେବାକୁ କେନ୍ଦ୍ରକରି ସମ୍ପର୍କୀୟଙ୍କ ସହ ବିବାଦ ବଢ଼ିପାରେ। ଶାରୀରିକ ଅସୁସ୍ଥତା ସାଙ୍ଗକୁ କଳହ ଲାଗିପାରେ।
ବୃଷ
ବୃଷ
ତୃତୀୟସ୍ଥ ମଙ୍ଗଳ ଯୋଗୁ ଭ୍ରାତୃ ସମ୍ପର୍କ କ୍ଷୁଣ୍ଣ ହୋଇପାରେ। ଯେ କୋଣସି କ୍ଷେତ୍ର ହେଉନା କାହିଁକି, ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ। ଆର୍ଥିକ ସମସ୍ୟା ଦୂର ହେବାରେ ପଡ଼ୋଶୀଙ୍କ ଅବଦାନକୁ ଭୁଲି ହେବନି। କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ନ ହୋଇପାରେ।
ମିଥୁନ
ମିଥୁନ
ସ୍ବଗୃହୀ ଭାଗ୍ୟାଧିପତିଙ୍କ ଯୋଗୁ ପ୍ରତ୍ୟେକ କାମକୁ ଅନୁକୂଳ ବାତାବରଣ ମଧ୍ୟରେ ସମ୍ପନ୍ନ କରିବେ। ନାହିଁ ନାହିଁ କରୁଥିବା ଲୋକଟି ଶେଷରେ ଆପଣଙ୍କ କଥାରେ ହଁ ଭରିବ। ସାଧାରଣ କଥାକୁ କେନ୍ଦ୍ରକରି ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇ ପାରନ୍ତି। ଅର୍ଥାଭାବ ଲାଗିରହିବା କାରଣରୁ କେତେକ ଆଶା ଅପୂରଣ ରହିଯାଇପାରେ।
କର୍କଟ
କର୍କଟ
ରାହୁ ପ୍ରଭାବରେ ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟ ବାଧକତାରେ ଦୂରଯାତ୍ରା କରିବାକୁ ପଡିପାରେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ନତୁବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ମାଦକ ଦ୍ରବ୍ୟ ସେବନରୁ ସ୍ବାସ୍ଥ୍ୟହାନି ସାଙ୍ଗକୁ ସମାଲୋଚନାର ଶରବ୍ୟ ହୋଇପାରନ୍ତି।
ସି˚ହ
ସି˚ହ
ଦ୍ୱିତୀୟସ୍ଥ ବୁଧାଦିତ୍ୟ ଯୋଗ ପ୍ରଭାବରେ ନିଜସ୍ବ ବିଚାରଧାରା ଓ କୌଶଳପୂର୍ଣ୍ଣ କାର୍ଯ୍ୟପଦ୍ଧତି ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। ବନ୍ଧୁଙ୍କ ମଧ୍ୟସ୍ଥତାରେ ଭାଙ୍ଗି ପଡିଥିବା ସମ୍ପର୍କ ଯୋଡି ହୋଇଯିବ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ମାନସିକ ଅସ୍ଥିରତା କେତେକାଂଶରେ ଦୂର ହେବ।
କନ୍ୟା
ପାପଗ୍ରହ ଯୁକ୍ତ ବୁଧ ହେତୁ ଯେତେ ଭଲ କରିବାକୁ ଚିନ୍ତା କଲେ ମଧ୍ୟ ନିଜ ଲୋକଙ୍କ ବିରୁଦ୍ଧାଚରଣର ସମ୍ମୁଖୀନ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ କୃତିତ୍ୱ ଯୋଗୁ ବିଜ୍ଞବ୍ୟକ୍ତିଙ୍କର ପ୍ରଶଂସାଭାଜନ ହେବେ। ଅସାବଧାନତା କାରଣରୁ ଧନହାନି ଘଟିପାରେ। ପାରଷ୍ପରିକ ସୁବୁଝାମଣା ହେତୁ ପରିବାରରେ ଅଶାନ୍ତି ଦୂର ହେବ।
ତୁଳା
ତୁଳା
ବିଳାସକାରକ ଗ୍ରହ ଶୁକ୍ର ଚତୁର୍ଥାଧିପ ସଂଯୋଗରୁ ପାରିବାରିକ ସ୍ଥିତି ସୁଖ,ସନ୍ତୋଷରେ କଟିବ। ଆଜି ଅର୍ଥ ସଂକଟ ଦେଖାଦେବା କାରଣରୁ ଚାହୁଁଥିବା ଜିନିଷ ପାଇବେ ନାହିଁ। ଭଲ ସମ୍ପର୍କ ରହିଥିବା କୌଣସି ଭଦ୍ର ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ ନତୁବା ଠକିଯିବାଟା ହିଁ ସାର୍‌ ହେବ।
ବିଛା
ବିଛା
ସପ୍ତମାଧିପ ରାଶିରେ ରହିଥିବାରୁ ଆଜିର ଯାତ୍ରା, ବାଣିଜ୍ୟ, ପ୍ରତିଯୋଗିତା ପ୍ରଭୃତି କ୍ଷେତ୍ରରେ ସଫଳତା ହାସଲ କରିବେ। ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇ ପାରନ୍ତି। ଆପଣଙ୍କ ପ୍ରତି ଅସହିଷ୍ଣୁତା ମନୋଭାବ କାରଣରୁ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ।
ଧନୁ
ଧନୁ
ଚତୁର୍ଥାଧିପ ଷଷ୍ଠଭାବରେ ଅବସ୍ଥାନ କରିଥିବାରୁ ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ବନ୍ଧୁଙ୍କ ସହ ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ ଏବଂ ପାରିବାରିକ ସ୍ଥିତିରେ ମିଷ୍ଟଭାଷୀହେବେ। ବ୍ୟବସାୟ,ଆନୁଷ୍ଠାନିକ କାର୍ଯ୍ୟ,ସଭାସମିତି କାମରେ ଅଗ୍ରଣୀ ହେବେ।
ମକର
ମକର
ଆଜି ଶୁକ୍ରଙ୍କ ସ୍ଥାନ ପ୍ରଭାବରୁ କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବାରୁ ମନଦୁଃଖ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିବ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ପରେ ବ୍ୟସ୍ତ ହେବାକୁ ପଡ଼ିପାରେ। ବ୍ୟବସାୟ, ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ର ଉନ୍ନତ ରହିବ।
କୁମ୍ଭ
କୁମ୍ଭ
ରାହୁ ଓ ଶନିଙ୍କ କୁପ୍ରଭାବଜନିତ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବିଭିନ୍ନ ସୂତ୍ରରୁ ରୋଜଗାର କରିବେ ଏବଂ ଋଣ ପରିଶୋଧର ଯୋଜନା କରିପାରନ୍ତି। ଶାରୀରିକ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ଆଜି ଭ୍ରମଣ ରାଜନୀତି, ପ୍ରଶାସନ ପାଇଁ ଦିନଟି ବହୁତ ଭଲ।
ମୀନମୀନ

ବୁଧଜନିତ ପାରିବାରିକ କ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଆନୁଷ୍ଠାନିକ କାମରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri