ଜାଲ ଦସ୍ତଖତରେ ଟଙ୍କା ନେଇଗଲେ

ବଇଣ୍ଡା, ୧୬୯ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ତହସିଲ ଅଧିନସ୍ଥ ନାକିଚି ରାଜସ୍ବ ବିଭାଗ ଅଧୀନରେ ଉତ୍ତରାଧାରୀ ପ୍ରମାଣ ପତ୍ର ପାଇବା ପାଇଁ ଜାଲ ଦସ୍ତଖତ ମରାଯାଇ ଏନଏଚ୍‌ର ଜମି କ୍ଷତିପୂରଣ ଟଙ୍କା ଉଠାଇନେବା ସହ ବଳକା ଜମିକୁ ବିକ୍ରି କରିବା ପାଇଁ ଉଦ୍ୟମ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣା ଜାନୁଆରୀରେ ଜଣାପଡିବା ପରେ ଠେଲକନାଳୀ ଗ୍ରାମବାସୀ ଜାନୁଆରୀ ୧୩ରେ ଅନୁଗୋଳ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ହେଲେ ଉକ୍ତ ଘଟଣାକୁ ସାମାନ୍ୟ ତଦନ୍ତ କରାଯାଇ ବିଭିନ୍ନ ଚାପରେ ଚପାଇ ଦିଆଯାଇଥିବା ବେଳେ ଉକ୍ତ ଘଟଣାକୁ ଭିଜିଲାନ୍ସ ସହ ଏକ ସ୍ବତନ୍ତ୍ର କମିଟି ଗଠନ କରି ତଦନ୍ତ କରିବା ପାଇଁ ଠେଲକନାଳି ଅଞ୍ଚଳବାସୀ ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଏହାର ଏକ ନକଲ ରାଜସ୍ବ ମନ୍ତ୍ରୀ, ରାଜସ୍ବ ସଚିବଙ୍କୁ ପ୍ରଦାନ କରିଛନ୍ତି। ଏଥିସହ ଉତ୍ତରାଧାରୀ ପ୍ରମାଣ ପତ୍ର ପାଇଁ ଜାଲ ଦସ୍ତଖତ ବ୍ୟବହାର କରାଯାଇଥିବା ଠେଲକନାଳୀ ଗ୍ରାମର ସମୀର କୁମାର ପ୍ରଧାନ ମଧ୍ୟ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀ କହିବା ଅନୁଯାୟୀ, ଠେଲକନାଳୀ ମୌଜା ଖାତା ନମ୍ବର ୮୮ ଏ ୦୩.୬୮ ଡ଼ିସିମିଲ ଜମି ସେହି ଗ୍ରାମର ରାମ ପାତ୍ର, ପିତା ଚିନ୍ତା ପାତ୍ର ନାମରେ ରହିଛି। ବହୁ ବର୍ଷ ପୂର୍ବେ ରାମ ପାତ୍ରଙ୍କ ମୃତ୍ୟୁ ଘଟିସାରିଛି। ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ତାଙ୍କ ଜମିର କିଛି ଅଂଶ ଅଧିଗ୍ରହଣ ହୋଇଥିଲା। ରାମ ପାତ୍ରଙ୍କ କୌଣସି ସମ୍ପର୍କୀୟ ନ ଥିବା ବେଳେ ଉକ୍ତ ଅଧିଗ୍ରହଣ ବାବଦ ଅର୍ଥରାଶି ପାଇବା ପାଇଁ ତାଙ୍କର ନକଲି ସମ୍ପର୍କୀୟ କରାଯାଇ ଜାଲ୍‌ ଦସ୍ତଖତ ଜରିଆରେ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି l ଏନ୍‌ଏଚ୍‌ ପକ୍ଷରୁ ଉକ୍ତ ଟଙ୍କାକୁ କ୍ଷତିଗ୍ରସ୍ତ ପରିବାରକୁ ପଇଠ କରିବା ପାଇଁ ନୋଟିସ ଦିଆଯାଇଥିବା ବେଳେ ତାଙ୍କର କୌଣସି ପରିବାର ଲୋକ ନଥିବା ଯୋଗୁଁ ଟଙ୍କା ଅନୁଗୋଳ ଏନଏଚ କାର୍ଯାଳୟଠାରେ ପଡ଼ିରହିଥିଲା l ପରେ ଏହି ଅଞ୍ଚଳର କିଛି ଜମି ମାଫଆ ନାକିଚି ରାଜସ୍ବ ବିଭାଗରେ ଥିବା ତତ୍କାଳ ରାଜସ୍ବ ଅଧିକାରୀଙ୍କ ସହ କେତେକ କର୍ମଚାରୀଙ୍କୁ ହାତକରି ଜଣେ ଯୁବତୀଙ୍କୁ ତାଙ୍କର ସମ୍ପର୍କୀୟ ଭାବରେ ପ୍ରସ୍ତୁତ କରି ତାଙ୍କ ନାମରେ ଏକ ଉତ୍ତରାଧାରୀ ପ୍ରମାଣ ପତ୍ର ବାହାର କରି କ୍ଷତିପୂରଣ ୨୦ ଲକ୍ଷ ଟଙ୍କା ଉଠାଇ ନେବା ସହ ବଳକା ଜମିକୁ ବହୁ କୋଟି ଟଙ୍କାରେ ବିକ୍ରି କରିବା ପାଇଁ ଯୋଜନା ଚଳାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀ ବିରୋଧ କରିଥିଲେ। ତେବେ ଉତ୍ତରାଧାରୀ ପ୍ରମାଣପତ୍ରରେ ସେହି ଗ୍ରାମର ସମୀର କୁମାର ପ୍ରଧାନଙ୍କ ଜାଲ ଦସ୍ତଖତ ମରାଯାଇଥିବା ବେଳେ ନିଜେ ସମୀର ମଧ୍ୟ ଏହି ଦସ୍ତଖତ ତାଙ୍କର ନୁହେଁ ବୋଲି ଅଭିଯୋଗ କରିଛନ୍ତି। ପୂର୍ବରୁ କିଶୋରନଗର ତହସିଲରେ ଏ ନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତୁରନ୍ତ ଏହି ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଥିବା ଅଧିକାରୀ ଓ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l କିଶୋରନଗର ତହସିଲଦାର ମନୋଜ କୁମାର ପ୍ରଧାନ କହିଛନ୍ତି, ଏହି ଘଟଣା ମୋ ପୂର୍ବରୁ ଘଟିଛି । ଏ ସମ୍ପର୍କରେ ପୂର୍ବରୁ ମଧ୍ୟ ତଦନ୍ତକାରୀ ସଂସ୍ଥା ମୋତେ ରିପୋର୍ଟ ମାଗିଥିବା ବେଳେ ମୁଁ ରିପୋର୍ଟ ପ୍ରଦାନ କରିଛି। ଏବେ ଯାହାକୁ ଉତ୍ତରାଧାରୀ ପ୍ରମାଣପତ୍ର ଦିଆଯାଉଛି, କଡ଼ା ଯାଞ୍ଚ କରାଯାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri