ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା: ଆଧାରରେ ମୋବାଇଲ ଲିଙ୍କ୍‌ ବାଧ୍ୟତାମୂଳକ ନୁହେଁ, ଜାଣନ୍ତୁ ଏହା ବଦଳରେ କ’ଣ କରିବେ…

ଜଗତସିଂହପୁର,୬ା୯(ପ୍ରମୋଦ କୁମାର ନାୟକ): ରାଜ୍ୟ ସରକାର ଲୋକାଭିମୁଖୀ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏନେଇ ଆଧାର କେନ୍ଦ୍ର, ଜନସେବା କେନ୍ଦ୍ର (ଜେଏସ୍‌କେ) ଓ ମୋ ସେବା କେନ୍ଦ୍ର (ଏମ୍‌ଏସ୍‌କେ) ଆଦି ବିଭିନ୍ନ ସ୍ଥାନରେ ଭିଡ ଦେଖିବାକୁ ମିଳୁଛି। କେତେବେଳେ ସର୍ଭର ଡାଉନ ତ କେତେବେଳେ ଅନ୍ୟାନ୍ୟ ସମସ୍ୟା ଯୋଗୁ ସେବା ସଂସ୍ଥାଗୁଡିକ ସମୟ ନେଉଛନ୍ତି। ଏଥିଯୋଗୁ ଲୋକେ ବ୍ୟସ୍ତ ହେବା ଉଚିତ ନୁହେଁ। ଯୋଜନାରେ ସାମିଲ ହେବା ପାଇଁ ଇ-କେୱାଇସି ବ୍ୟବସ୍ଥା ଅଛି। ଆଧାର ଅଥେଣ୍ଟିକେଶନ୍‌ ପାଇଁ ମୋବାଇଲ ଲିଙ୍କ୍‌ କରାଯାଉଛି। କିନ୍ତୁ ଏହା ଏକମାତ୍ର ମାଧ୍ୟମ ନୁହେଁ। ମୋବାଇଲ ଲିଙ୍କ୍‌ ଥିଲେ ଓଟିପି ଆବଶ୍ୟକ ପଡେ। ବିନା ମୋବାଇଲ ନମ୍ବରରେ ଅର୍ଥାତ୍‌ ଆଇରିସ୍‌ (ଆଖିର ବୃତ୍ତାକାର ପରଦା), ଫେସ୍‌ ଅଥେଣ୍ଟିକେଶନ୍‌ (ମୁହଁର ସତ୍ୟତା) ଏବଂ ବାୟୋମେଟ୍ରିକ/ଫିଙ୍ଗର ପ୍ରିଣ୍ଟ (ଆଙ୍ଗୁଳି ଛାପ) ମାଧ୍ୟମରେ ମଧ୍ୟ ଆଧାର ଅଥେଣ୍ଟିକେଣ୍ଟେଡ୍‌ କି ନୁହେଁ ଜାଣିହେବ। ଏହି ସମୟରେ ଆବେଦନକାରୀ ନିଜେ ଉପସ୍ଥିତ ରହିିବେ।

ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ସୁଭଦ୍ରା ଯୋଜନା ଉପରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜିଲାପାଳ ଜେ. ସୋନାଲ ଏବଂ ସୁଭଦ୍ରା ଯୋଜନା ଜିଲା ନୋଡାଲ ଅଫିସର ତଥା ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ (ରାଜସ୍ବ) ସମ୍ବିତ କୁମାର ରାଉତ ଏହା କହିଛନ୍ତି। ସେମାନେ କହିିଥିଲେ, ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏସ୍‌)ରେ ଅନ୍ତର୍ଭୁକ୍ତ ମହିଳାଙ୍କୁ କେବଳ ସୁଭଦ୍ରା ଯୋଜନାରେ ସାମିଲ କରାଯିବ ବୋଲି ଅପପ୍ରଚାର ଚାଲିଛି। ଏହି ବର୍ଗ ସମେତ ବାର୍ଷିକ ୨,୫୦,୦୦୦ ଟଙ୍କାରୁ କମ୍‌ ଆୟ ଥିବା ପରିବାରକୁ ଯୋଜନାରେ ସାମିଲ କରାଯିବ। ସେ କହିଥିଲେ, ଜିଲାରେ ଏନ୍‌ଏଫଏସ୍‌ଏ ଓ ଏସ୍‌ଏଫଏସ୍‌ଏସ୍‌ରେ ମୋଟ ୧,୯୫,୬୩୦ ଜଣ ଥିବାରୁ ସେମାନଙ୍କୁ ସୁଭଦ୍ରାରେ ସାମିଲ କରାଯୀପାସହ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ପାଇଁ ଯୋଜନା ରହିଛି। ଜିଲାରେ ଏ ପର୍ଯ୍ୟନ୍ତ ୪,୭୮,୫୦୦ ଫର୍ମ ପ୍ରିଣ୍ଟ ହୋଇଛି। ଗୁରୁବାର ପୂର୍ବାହ୍ନ ୧୧ଟା ସୁଦ୍ଧା ୩,୭୬,୦୦୦ ଫର୍ମ ଲୋକମାନଙ୍କୁ ମାଗଣାରେ ବଣ୍ଟନ କରାଯାଇପାରିଛି। ଏହି ଫର୍ମ ଅଙ୍ଗନୱାଡି କେନ୍ଦ୍ର, ଜେଏସ୍‌କେ ଓ ଏମ୍‌ଏସ୍‌କେରେ ଉପଲବ୍ଧ। ଲୋକେ ଫର୍ମ ପାଇଲା ପରେ ଅଙ୍ଗନୱାଡି କର୍ମୀଙ୍କ ପରାମର୍ଶକ୍ରମେ ପୂରଣ କରି ବ୍ୟାଙ୍କ ଆକାଉଣ୍ଟ ନମ୍ବର, ମୋବାଇଲ ନମ୍ବର ଓ ଆଧାର ନମ୍ବର ସହ ଜନସେବା କେନ୍ଦ୍ର/ମୋ ସେବା କେନ୍ଦ୍ରଗୁଡ଼ିକରେ ସୁଭଦ୍ରା ପୋର୍ଟାଲରେ ନାମ ପଞ୍ଜୀକରଣ କରିପାରିବେ। ଜିଲାରେ ସହଜରେ ସେବା ପହଞ୍ଚାଇବା ପାଇଁ ୬୫୦ ଜେଏସ୍‌କେ ଓ ୨୭୪ଟି ଏମ୍‌ଏସ୍‌କେ କାର୍ଯ୍ୟକ୍ଷମ ରହିଛି।

ଏହି ସେବା କେନ୍ଦ୍ରଗୁଡିକ ମାଗଣାରେ ପ୍ରାପ୍ତି ସ୍ବୀକାର (ଆକ୍‌ନଲେଜମେଣ୍ଟ) ରସିଦ ଦେବେ। କେହି ଏଥିନେଇ ଅର୍ଥ ଦାବି କଲେ କିମ୍ବା ଅସହଯୋଗ କଲେ ତୁରନ୍ତ ଟୋଲ୍‌ ଫ୍ରି ନମ୍ବର ୧୪୬୭୮ରେ କିମ୍ବା ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଅନ୍ୟ କୌଣସି ବିଷୟରେ ଜାଣିବାକୁ ହେଲେ ବ୍ଲକ କିମ୍ବା ଜିଲା କାର୍ଯ୍ୟାଳୟସ୍ଥିତ ସୁଭଦ୍ରା ସହାୟତା କେନ୍ଦ୍ରର ସହାୟତା ନେଇପାରିବେ ବୋଲି କୁହାଯାଇଛି। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ଅତିରିକ୍ତ ଜିଲାପାଳ ଲଳିତ ମୋହନ ବେହେରା ଓ ଜିଲା ପରିଷଦ ମୁଖ୍ୟ ବିକାଶ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରବିନାରାୟଣ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri