Posted inଜାତୀୟ

ପୁଣି କଙ୍ଗନାଙ୍କ ବାଣ, ଏଥର ନିଜ ଦଳକୁ କଲେ ଟାର୍ଗେଟ

ନୂଆଦିଲ୍ଲୀ,୩।୯: କଙ୍ଗନାଙ୍କ ଫିଲ୍ମ ଏମରଜେନ୍ସି ରିଲିଜ୍‌ ଉପରେ ରୋକ୍‌ ଲଗାଇଛନ୍ତି ସେନ୍ସର ବୋର୍ଡ। ତେବେ ନିଷେଧାଦେଶ ଉପରେ ରାଗିଯାଇ ଏମପି ତଥା ଅଭିନେତ୍ରୀ କଙ୍ଗନା ରଣାୱତ ନିଜ ଅସନ୍ତାଷ ଝାଡିବା ସହ ଭାଜପାକୁ ମଧ୍ୟ ସିଧା ଶୁଣେଇ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ମୋତେ ଲାଗୁଛି ଏବେ ମୋ ଫିଲ୍ମ ଏମରଜେନ୍ସିର ନାଁ ବଦଳେଇଦେବା ଉଚିତ୍‌ ହେବ।

ଏମରଜେନ୍ସିରୁ ନାଁ ପରିବର୍ତ୍ତନ କରି ‘ନୋ ଓ୍ବାନ କିଲ୍ଡ ଇନ୍ଦିରା ଗାନ୍ଧୀ’ ରଖିବା ଠିକ୍‌ ହେବ। ମୋତେ ବିରୋଧ କରୁଥିବା ସଂଗଠନ ସହ କଥାବାର୍ତ୍ତା ନ କରାଇ ସେନ୍ସର ବୋର୍ଡ ଫିଲ୍ମରେ ରୋକ୍‌ ଲଗାଇଛନ୍ତି। ଏହା ମୋତେ ନିରାଶ କରିଛି। ପ୍ରଥମେ ମୋ ଫିଲ୍ମ ରିଲିଜ ପାଇଁ ସେନ୍ସର ବୋର୍ଡ ଅନୁମତି ଦେଇଥିଲା। ବର୍ତ୍ତମାନ ଏହାକୁ ରୋକ୍‌ ଲଗାଇଛନ୍ତି। ଏଥିପାଇଁ କୌଣସି ଯୁକ୍ତି ଦିଆଯାଇ ନାହିଁ। ଏହି ଫିଲ୍ମ ସତ ଘଟଣା ଉପରେ ଆଧାରିତ। ଯଦି ଫିଲ୍ମର କୌଣସି ଦୃଶ୍ୟ ଭିତ୍ତିହୀନ ଥାଏ ଏହାକୁ ଫିଲ୍ମରୁ ହଟାଇ ଦିଆଯିବ, କିନ୍ତୁ ଅନ୍ତତ ପକ୍ଷେ ଏହା ଉପର ଆଲୋଚନା କରନ୍ତୁ ବୋଲି କଙ୍ଗନା ଯୁକ୍ତି ବାଢିଛନ୍ତି।

ଏକ ପ୍ରଶ୍ନର ଉତ୍ତରରେ କଙ୍ଗନା କହିଛନ୍ତି, ସରକାର ଆମ ଲୋକଙ୍କ ପାଇଁ କାମ କରେ। ସରକାର ଆମ ପାଇଁ କାମ କରେ ନାହିଁ। ବ୍ୟକ୍ତିଗତ କାମ ପାଇଁ ଭାଜପାର କେହି ଫୋନ ଉଠାନ୍ତି ନାହିଁ, ଏହା ହେଉଛି ଭାଜପାର ସତ୍ୟତା। ଫିଲ୍ମ ସମ୍ପର୍କରେ ସରକାରଙ୍କ ସମର୍ଥନ ନ ପାଇ ସେ ଆହୁରି କହିଛନ୍ତି, ଫିଲ୍ମ କାହା ଉପରେ ନିର୍ମିତ ହୋଇଛି ତାହା ଦେଖନ୍ତୁ। ଲୋକମାନେ ଏହା ମଧ୍ୟ ବୁଝିବା ଉଚିତ ଯେ କଶ୍ମୀର ଫାଇଲ କୌଣସି ଦଳର ଏଜେଣ୍ଡା ପାଇଁ ନୁହେଁ, ଏହା ଜାତୀୟତା ପାଇଁ ଥିଲା। ଏପର୍ଯ୍ୟନ୍ତ ଏମରଜେନ୍ସି ଫିଲ୍ମ ଦେଖିବା ପାଇଁ ମୋ ପାର୍ଟିରୁ କେହି ଦାବି କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଯାତ୍ରା ପୂବରୁ ଆଖିବୁଜିଲେ ଖଳନାୟକ, ଛାତିରେ ହେଲା ଯନ୍ତ୍ରଣା…

ନୂଆପଡ଼ା/ଜଗତସିଂହପୁର,୨୬।୧୨(ମକାରୁ ବେମାଲ ): ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ଆକସ୍ମିକ ଦେହାନ୍ତ ହୋଇଛି। ଅଭିନୟ କରିବାକୁ ନୂଆପଡ଼ା ଯାଇଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri