Posted inରାଜ୍ୟ

ସାତକୋଶିଆରେ ପୁଣି ଆରମ୍ଭହେବ ବ୍ୟାଘ୍ର ପ୍ରକଳ୍ପ

ଭୁବନେଶ୍ୱର,୨୯ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଅନୁଗୋଳ ଜିଲାର ସାତକୋଶିଆରେ ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ। ଏଥିପାଇଁ ବନ ବିଭାଗ ପକ୍ଷରୁ ୫ ବର୍ଷିଆ ଯୋଜନା ହେବ। ୫ ବର୍ଷରେ ପର୍ଯ୍ୟାୟକ୍ରମେ ଏଠାକୁ ପ୍ରାୟ ୧୪ଟି ବାଘ ଅଣାଯିବ। ମହାରାଷ୍ଟ୍ରର ତଡବା ଜଙ୍ଗଲରେ ବାଘମାନଙ୍କ ଜେନେଟିକ ଓଡ଼ିଶା ବାଘଙ୍କ ସହ ସାମଞ୍ଜସ୍ୟ ଥିବାରୁ ସେଠାରୁ ବାଘ ଆଣିବାକୁ ନିଷ୍ପତ୍ତି ହୋଇଛି। ଏନେଇ ପୁଣିଥରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଅନୁମୋଦନ ଦେଇଛନ୍ତି। ଏଥିପାଇଁ ଏନ୍‌ଟିସିଏ କେତେକ ସର୍ତ୍ତ ରଖିଛି। ସବୁ ସର୍ତ୍ତ ମାନି ବ୍ୟାଘ୍ର ପ୍ରକଳ୍ପ ଚଳାଇବୁ ବୋଲି ପିସିସିଏଫ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ଏନେଇ ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯିବ। ଇତିମଧ୍ୟରେ କୋର୍‌ ଏରିଆରୁ ସମସ୍ତ ଜନବସତି ଖାଲି କରାଯାଇଛି। ବଫର ଏରିଆରୁ ୬ଟି ଗାଁ ଖାଲି ହୋଇଥିବାବେଳେ ଆଉ କିଛି ଗାଁ ଖାଲି କରାଯିବ ବୋଲି ସେ କହିଛନ୍ତି। ୨୦୧୮ରେ ଦେଶରେ ଓଡ଼ିଶା ପ୍ରଥମଥର ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ଆରମ୍ଭ କରିଥିଲା। ମଧ୍ୟପ୍ରଦେଶରୁ ସାତକୋଶିଆ ଆସିଥିଲେ ମହାବାଳ ବାଘ ମହାବୀର ଓ ବାଘୁଣୀ ସୁନ୍ଦରୀ। କାହ୍ନା ଅଭୟାରଣ୍ୟରୁ ମହାବୀର ଓ ବାନ୍ଧବଗଡ଼ରୁ ଆସିଥିଲା ସୁନ୍ଦରୀ। ଏହି ପ୍ରକଳ୍ପ ପାଇଁ ୧୯ କୋଟିର ବଜେଟରୁ ୮ କୋଟି ଖର୍ଚ୍ଚ ହୋଇଥିଲା। ଯତ୍ନ ଅଭାବରୁ ୫ ମାସରେ ଅସୁସ୍ଥ ହୋଇ ମରିଗଲା ମହାବୀର। ମହାବୀରର ମୃତ୍ୟୁ ପରେ ବିବାଦ ଭିତରେ ବାନ୍ଧବଗଡକୁ ଫେରିଯାଇଥିଲା ସୁନ୍ଦରୀ। ଏନ୍‌ଟିସିଏ ସୁନ୍ଦରୀକୁ ନେଇଯିବା ପରେ ମାତ୍ର ୪ବର୍ଷରେ ଏହି ପ୍ରକଳ୍ପ ଫେଲ୍‌ ମାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri