Posted inଖେଳ

ଭିନେଶଙ୍କୁ ଦିଆଯାଉ ଭାରତ ରନ୍ନ… ସପକ୍ଷରେ ବାହାରିଲା ଖାପ ପଞ୍ଚାୟତ

ନୂଆଦିଲ୍ଲୀ,୧୨।୮: ରବିବାର ହରିୟାଣାର ଅନେକ ଖାପ ପଞ୍ଚାୟତ ମହିଳା ରେସଲର ଭିନେଶ ଫୋଗଟଙ୍କ ସମର୍ଥନରେ ବାହାରିଥିଲେ। ସୂଚନାଯୋଗ୍ୟ,, ୧୦୦ଗ୍ରାମ ଅଧିକ ଓଜନ ହେତୁ ପ୍ୟାରିସ ଅଲିମ୍ପିକ୍ସର ଫାଇନାଲରୁ ଭିନେଶ ଫୋଗଟ ଅଯୋଗ୍ୟ ହୋଇଥିଲେ। ତେବେ ଖାପ ପଞ୍ଚାୟତ (ଜାତି ଆଧାରରେ) ହରିୟାଣାର ଚାରଖୀ ଦାଦ୍ରିରେ ‘ସର୍ବ ଖାପ ମହାପଞ୍ଚାୟତ’ ଆୟୋଜନ କରିଥିଲେ। କୁସ୍ତିରୁ ଅବସର ନେଇଥିବା ନିଷ୍ପତ୍ତିକୁ ପୁନବିର୍ଚାର କରିବାକୁ ଏହି ଖାପ ପଞ୍ଚାୟତ ଭିନେଶ ଫୋଗଟଙ୍କୁ ନିବେଦନ କରିଥିଲେ।

ସାଙ୍ଗୱାନ ଖାପର ମୁଖ୍ୟ ସୋମବୀର ସାଙ୍ଗୱାନ କହିଛନ୍ତି ଯେ ଏହି ଘଟଣାର ଯାଞ୍ଚ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା କରାଯିବା ଉଚିତ ଏବଂ ଭିନେଶ ଫୋଗଟ ନ୍ୟାୟ ପାଇବା ଉଚିତ୍‌। ସେ ଏକ ଷଡଯନ୍ତ୍ରକୁ ମଧ୍ୟ ସୂଚାଇ ଦେଇଛନ୍ତି। ସେ ଏକ ପ୍ରଶ୍ନର ସ୍ବରରେ ପଚାରିଲେ, ହଠାତ୍‌ ଓଜନ କିପରି ବୃଦ୍ଧି ପାଇଲା। ତାଙ୍କ ସହିତ ଅନେକ ଲୋକ ଥିଲେ ଏବଂ ତାଙ୍କର ଓଜନ ବୃଦ୍ଧି ନହେବା ନିଶ୍ଚିତ କରିବା ସେମାନଙ୍କର ଦାୟିତ୍ୱ ଥିଲା । ଖାପଙ୍କ ଦାବିକୁ ପଢି ସାଙ୍ଗୱାନ କହିଛନ୍ତି ଯେ ଭିନେଶଙ୍କ ସଫଳତାକୁ ଦୃଷ୍ଟିରେ ରଖି ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ଉଚିତ୍‌।
ସୋମବୀର ସାଙ୍ଗୱାନ ଆହୁରି ମଧ୍ୟ କହିଛନ୍ତି ଯେ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଜଣେ ମହିଳା ଖେଳାଳିଙ୍କୁ ଯାହା ମିଳେ ଏହି ସମସ୍ତ ସୁବିଧା ଭିନେଶଙ୍କୁ ପ୍ରଦାନ କରିବା ଉଚିତ୍‌। ଏହା ବ୍ୟତୀତ ସେ ଅବସର ନ ନେଇ କୁସ୍ତି ଜାରି ରଖିବାକୁ ବିନେଶ ଫୋଗଟଙ୍କୁ ନିବେଦନ କରିଥିଲେ। ଫୋଗାଟ ରାଜନୀତିରେ ପ୍ରବେଶ କରିବା ଉଚିତ କି ନୁହେଁ ପ୍ରଶ୍ନ ଉପରେ ସେ କହିଛନ୍ତି ଯେ ଏହା ତାଙ୍କ ଉପରେ ନିର୍ଭର କରେ।

 


Enter your email to get our daily news in your inbox.

All Right Reserved By Dharitri.Com

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri