ପ୍ରଥମ ରିଲିଜରେ ଫ୍ଲଫ୍, ଦ୍ୱିତୀୟ ରିଲିଜରେ ସୁପରହିଟ୍

ମୁମ୍ବାଇ: ୨୦୧୮ ରେ ରିଲିଜ ହୋଇଥିବା ହିନ୍ଦୀ ସିନେମା ‘ଲୈଲା ମଜନୁ’ ଭୟଙ୍କର ଫ୍ଲଫ୍ ହୋଇଥିଲେ ମଧ୍ୟ ଦୀର୍ଘ ୬ ବର୍ଷ ପରେ ପୁଣିଥରେ ରିଲିଜ ହୋଇ ସୁପରହିଟ୍ ହେବାକୁ ଯାଉଛି। ସିନେମା ଘରେ ଫିଲ୍ମଟି ଫ୍ଲଫ୍ ହୋଇଥିଲେ ମଧ୍ୟ ଓଟିଟି ପ୍ଳାର୍ଟଫର୍ମରେ ଷ୍ଟ୍ରିମିଂ ହେବା ପରେ ଏହା ଯୁବପିଢି ମାନଙ୍କୁ ବେଶ ପସନ୍ଦ ଆସିଥିଲା ଏବଂ ଦର୍ଶକଙ୍କ ମଧ୍ୟରେ ଆଦୃତ ହୋଇଥିଲା। ଏହାପରେ ବିଭିନ୍ନ ସୋସିଆଲ ଏବଂ ରିଲ୍ସ ଜରିଆରେ ସିନେମାର ଛୋଟ ଛୋଟ ଦୃଶ୍ୟ ଭାଇରାଲ ହୋଇଥିଲା।

ଏପରିକି କିଛି ଦର୍ଶକ ସିନେମାଟିକୁ ପୁଣିଥରେ ରିଲିଜ କରିବାକୁ ନିର୍ମାତାଙ୍କୁ ଅନୁରୋଧ କରୁଥିଲେ। ଚଳିତ ମାସରେ ପ୍ରଥମେ କଶ୍ମିରରେ ରିଲିଜ ହୋଇଥିଲା। ସେଠାରେ ସ୍ଥାନୀୟ ଲୋକଙ୍କ ଉତ୍ସାହ ଦେଖିବା ପରେ ଦର୍ଶକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଫିଲ୍ମର ସହ ଲେଖକ, ପ୍ରଯୋଜକ ତଥା ପ୍ରସିଦ୍ଧ ନିର୍ଦ୍ଦେଶକ ଇମିତିଆଜ ଅଲି ଫିଲ୍ମର ପୁନଃ ରିଲିଜ ନେଇ ଘୋଷଣା କରିଥିଲେ। ଚଳିତ ମାସ ୯ ତାରିଖରେ ଏହା ପୁଣିଥରେ ସିନେମା ଘରକୁ ଆସିଛି।

ପୁନଃ ରିଲିଜ୍ ହେବାର ପ୍ରଥମ ଦିନରେ (ଅଗଷ୍ଟ ୯) ୩୦ ଲକ୍ଷ ଟଙ୍କା ଆୟ ସହିତ ଆରମ୍ଭ ହୋଇଥିଲା ଏବଂ ଦ୍ୱିତୀୟ ଦିନରେ ୧୧୦ ପ୍ରତିଶତ ବୃଦ୍ଧି ଘଟି ଦୁଇଦିନରେ ସମୁଦାୟ ୧ କୋଟି ଟଙ୍କା ରୋଜଗାର କରିଥିବା ଜଣାପଡିଛି। ଦ୍ୱିତୀୟଥର ରିଲିଜ୍ ହେବାର ପ୍ରଥମ ସପ୍ତାହରେ ପ୍ରାୟ ୨ କୋଟି ଟଙ୍କା ରୋଜଗାର ହେବ ବୋଲି ଆଶା କରାଯାଉଛି। ତେବେ ୨୦୧୮ ରେ, ପ୍ରଥମ ଥର ରିଲିଜ ସମୟରେ ଫିଲ୍ମଟି ଭାରତର ନେଟ ସଂଗ୍ରହରେ ମାତ୍ର ୨.୭୨ କୋଟି ଟଙ୍କା ଏବଂ ବିଶ୍ଵବ୍ୟାପୀ ମୋଟ ୩.୪୦ କୋଟି ଟଙ୍କା ଆୟ ସହିତ ଏହାର ଯାତ୍ରା ଚଳଚ୍ଚିତ୍ର ଶେଷ କରିସାରିଥିଲା ବୋଲି ଇଣ୍ଡଷ୍ଟ୍ରି ଟ୍ରାକର ସାକନିଲକ ରିପୋର୍ଟ କରିଛି।

ତେବେ ସିନେମା ଦ୍ୱିତୀୟ ଥର ରିଲିଜ ହେବା ପରେ ଦର୍ଶକଙ୍କ ଉଚାହା ଦେଖି ପ୍ରତିକ୍ରିୟା ଦେଇଛନ୍ତି ସିନେମାର ମୁଖ୍ୟ ନାୟକ ଅବିନାଶ ତିୱାରୀ। ସିନେମାକୁ ଭଲ ପାଇବା ଦେଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri