Posted inଖେଳ

”ମତେ କେହି ହତ୍ୟା କରିଦେଲେ ଚିନ୍ତା ନାହିଁ”, କାହିଁକି ଅଲମ୍ପିକ୍ସରେ ପଦକ ଜିତିପାରୁନାହିଁ କହିଲେ ଛେତ୍ରୀ

ନୂଆଦିଲ୍ଲୀ,୧ା୮: ଫୁଟବଲ କିମ୍ବଦନ୍ତୀ ସୁନୀଲ ଛେତ୍ରୀ ଭାରତୀୟ କ୍ରୀଡ଼ା କ୍ଷେତ୍ରକୁ ଆଗକୁ ନେବା ଦିଗରେ ସର୍ବଦା ତାଙ୍କର ସକାରାତ୍ମକ ପ୍ରତିକ୍ରିୟା ଦେଇଥାନ୍ତି। ସମ୍ପ୍ରତି ପ୍ୟାରିସ ଅଲମ୍ପିକ୍ସ ଚାଲିଥିବା ବେଳେ ଅଲମ୍ପିକ୍ସରେ ଭାରତର ଦୁର୍ବଳ ପ୍ରଦର୍ଶନ ଉପରେ ନିଜର ମତ ପ୍ରକାଶ କରିଛନ୍ତି। ଗତ ଅଲମ୍ପିକ୍ସ ସଂସ୍କରଣ ଟୋକିଓରେ ଭାରତ ୭ ଟି ପଦକ ଜିତିଥିଲା, ଯାହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ତେବେ ୧.୫ ବିଲିଅନ୍ ଜନସଂଖ୍ୟା ସତ୍ତ୍ୱେ ଭାରତ ପଦକ ଅଭାବର କାରଣ ବର୍ଣ୍ଣନା କରିଛନ୍ତି ଛେତ୍ରୀ।

ଏକ ସାକ୍ଷାତକାରରେ ଛେତ୍ରୀ କହିଛନ୍ତି ଯେ ତୃଣମୂଳ ସ୍ତରରେ ପ୍ରତିଭା ଚିହ୍ନଟ ତଥା ସେମାନଙ୍କୁ ପ୍ରଶିକ୍ଷିତ କରିବାରେ ସଫଳତାର ଅଭାବ ହେତୁ ଭାରତ ବିଶ୍ୱ ସ୍ତରରେ ପଦକ ପାଇବାରେ ବିଫଳ ହୋଇଛି।

“୧.୫ ବିଲିୟନ ଜନସଂଖ୍ୟା ସତ୍ୱେ ଆମେ ଅଲିମ୍ପିକ୍ସରେ ପଦକ ଜିତି ନାହୁଁ, ଏହା ପ୍ରକୃତରେ ସତ୍ୟ ନୁହେଁ କାରଣ ଆମେ ୧.୫ ବିଲିୟନ ଲୋକଙ୍କ ପ୍ରତିଭା ଚିହ୍ନଟ କରିପାରୁ ନାହୁଁ। ଚୀନ୍, ଆମେରିକା, ଜର୍ମାନୀ, ଜାପାନ, ଅଷ୍ଟ୍ରେଲିଆ, କାନାଡା – – ଯେଉଁମାନେ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରୁଛନ୍ତି ସେମାନେ ଆମଠାରୁ ମାଇଲ୍ ଭଲ ବୋଲି ଛେତ୍ରୀ କହିଛନ୍ତି ଏବଂ ଏହି ଭିଡିଓ ଏବେ ଭାଇରାଲ ହେଉଛି।

ଗୋଟିଏ ଦେଶ ଯେଉଁଠି ୧.୫ ବିଲିୟନ ଜନସଂଖ୍ୟା ଅଛନ୍ତି ସେଠାରେ ଅଧିକ ପ୍ରତିଭା ବାହାର କରିବାରେ ସକ୍ଷମ ହେବା ଉଚିତ ଏବଂ ଛେତ୍ରୀ ଅନୁଭବ କରୁଛନ୍ତି ଯଦିଓ ଭାରତରେ ପ୍ରତିଭା ଅଛି, ସେମାନଙ୍କୁ ପରବର୍ତ୍ତୀ ସ୍ତରକୁ ନେବା ଉପରେ ଅଧିକ ଧ୍ୟାନ ଦିଆଯାଉ ନାହିଁ।

“ଯେତେବେଳେ ଲୋକମାନେ କହନ୍ତି, ‘ପ୍ରତିଭାର କୌଣସି ଅଭାବ ନାହିଁ, ଆମ ଦେଶରେ’, ଏହା ଶତପ୍ରତିଶତ ଠିକ୍ ଅଟେ। ଆଣ୍ଡାମାନର ଜଣେ ପାଞ୍ଚ ବର୍ଷର ପିଲା, ଯିଏ ଫୁଟବଲ୍ କିମ୍ବା ଜାଭେଲିନରେ ଭଲ ଥିଲେ, ତାଙ୍କ କେହି ଜାଣି ନ ଥିଲେ ଏବଂ କିଛି ଦିନ ପରେ ସେ ଉଭାନ ହୋଇଯାଇଥିଲେ, ଆଉ ଏବେ ସେ କଲ୍ ସେଣ୍ଟରେ କାମ କରୁଛନ୍ତି।

“ପ୍ରତିଭାକୁ ଚିହ୍ନିବା ଏବଂ ପ୍ରତିଭାକୁ ସଠିକ୍ ସମୟରେ ଏବଂ ସଠିକ୍ ପ୍ରଣାଳୀରେ ପ୍ରଶିକ୍ଷଣ କରିବାରେ ଆମେ ପଛରେ ଅଛୁ। ”ଏଥିପାଇଁ ଲୋକମାନେ ମୋତେ ମାରିଦେଲେ ମଧ୍ୟ ମୋର ଚିନ୍ତା ନାହିଁ” ଏହା ହେଉଛି ବାସ୍ତବତା।”


Enter your email to get our daily news in your inbox.

All Right Reserved By Dharitri.Com

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri