ଅକ୍ସଫୋର୍ଡ ୟୁନିଭର୍ସିଟି ଚାନ୍ସେଲର ନିର୍ବାଚନ ଲଢ଼ିବେ ଇମ୍ରାନ୍‌

ଇସ୍‌ଲାମାବାଦ/ଲଣ୍ଡନ,୨୭ା୭: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏକଦା ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟିରେ ପାଠ ପଢ଼ୁତ୍ଥିଲେ। ଇମ୍ରାନ୍‌ ଏବେ ଏହି ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟର ଚାନ୍ସେଲର ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଅନ୍‌ଲାଇନ୍‌ ବାଲଟ୍‌ ଜରିଆରେ ଏହି ନିର୍ବାଚନ ହେବ ବୋଲି ତାଙ୍କର ଜଣେ ସହଯୋଗୀ ସୂଚନା ଦେଇଛନ୍ତି। ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ପ୍ରତିଷ୍ଠାତା ଇମ୍ରାନ୍‌ ଖାନ୍‌ ୨୦୧୮ ଅଗଷ୍ଟରୁ ୨୦୨୨ ଏପ୍ରିଲ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ। ସେ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୦ ବର୍ଷ ଜେଲଦଣ୍ଡ ଭୋଗୁଛନ୍ତି। କ୍ରିକେଟରରୁ ରାଜନେତା ସାଜିଥିବା ଇମ୍ରାନ୍‌ ବ୍ରିଟେନ୍‌ରେ ରହୁଥିବାବେଳେ ୧୯୭୧ରେ ଅକ୍ସଫୋର୍ଡ ୟୁନିଭର୍ସିଟି ଅଧୀନ କେବ୍‌ଲେ କଲେଜରେ ଅର୍ଥନୀତି ଓ ରାଜନୀତି ବିଜ୍ଞାନ ଅଧ୍ୟୟନ କରୁଥିଲେ। ସେହି ସମୟରେ ସେ ଅକ୍ସଫୋର୍ଡ ୟୁନିଭର୍ସିଟି କ୍ରିକେଟ ଟିମ୍‌ର କ୍ୟାପ୍‌ଟେନ୍‌ ଥିଲେ। ସେ ୨୦୦୫ରୁ ୨୦୧୪ ପର୍ଯ୍ୟନ୍ତ ବ୍ରାଡ୍‌ଫୋର୍ଡ ୟୁନିଭର୍ସିଟି କୁଳାଧିପତି ଦାୟିତ୍ୱ ତୁଲାଇ ସାରିଛନ୍ତି। ତେଣୁ ଅକ୍ସଫୋର୍ଡ ୟୁନିଭର୍ସିଟି ଚାନ୍ସେଲର ପଦ ପାଇଁ ଇମ୍ରାନ୍‌ ଜଣେ ଯୋଗ୍ୟ ପ୍ରାର୍ଥୀ ବୋଲି ତାଙ୍କ ରାଜନୈତିକ ବ୍ୟାପାର ପରାମର୍ଶଦାତା ସୟେଦ ଜୁଲ୍‌ଫି ବୁଖାରୀ ସୂଚନା ଦେଇଛନ୍ତି। ଏକ୍ସ’ରେ ବୁଖାରୀ କହିଛନ୍ତି, ଇମ୍ରାନ୍‌ ନିର୍ବାଚନ ଲଢ଼ନ୍ତୁ ବୋଲି ଲୋକେ ଚାହୁଁଛନ୍ତି। ତେବେ ବିଚାରବିମର୍ଶ କରି ଖୁବ୍‌ଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ।
ପ୍ରକାଶ ଯେ, ଅକ୍ସଫୋର୍ଡ ୟୁନିଭର୍ସିଟି ଚାନ୍ସେଲର ପଦବୀ ଲାଗି ପ୍ରଥମ ଥର ପାଇଁ ପାରମ୍ପରିକ ପ୍ରକ୍ରିୟା ପରିବର୍ତ୍ତେ ଅନ୍‌ଲାଇନ୍‌ ଜରିଆରେ ନିର୍ବାଚନ ହେବାକୁ ଯାଉଛି। ଏଥିରେ ବିଶ୍ୱବିଦ୍ୟାଳୟର ୩,୫୦,୦୦୦ ଛାତ୍ରୀଛାତ୍ର ମତଦାନ କରିବେ। ଉକ୍ତ ବିଶ୍ୱବିଦ୍ୟାଳୟର ସ୍ନାତକ ବିଶେଷକରି ରାଜନେତାମାନେ ଏହି ସମ୍ମାନଜନକ ପଦ ଅଳଙ୍କୃତ କରିଥାନ୍ତି। ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଏବଂ ବୋରିସ୍‌ ଜନ୍‌ସନ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ୮୦ ବର୍ଷୀୟ ଚାନ୍ସେଲର ଲର୍ଡ ପଟ୍ଟେନ୍‌ ୨୧ ବର୍ଷ କାର୍ଯ୍ୟ କରି ଇସ୍ତଫା ଦେବା ପରେ ଏହି ପଦବୀ ଖାଲିପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

ରୁଷିଆ-ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ! ଟ୍ରମ୍ପଙ୍କୁ ଭେଟିବେ ଜେଲନସ୍କି

ଓ୍ବାଶିଂଟନ,୨୭।୧୨: ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ପ୍ରୟାସ ମଧ୍ୟରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରବିବାର (ଡିସେମ୍ବର ୨୮) ଫ୍ଲୋରିଡାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...

ଟ୍ରମ୍ପ-ଜିନପିଙ୍ଗ ମୁହାଁମୁହିଁ: ଆମେରିକା ବିରୁଦ୍ଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନେଲା ଚାଇନା, ବିଶ୍ୱରେ ଚହଳ

ବେଜିଂ,୨୭।୧୨: ଆମେରିକା ଏବଂ ଚାଇନା ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, “ଡ୍ରାଗନ” ନିକଟରେ ଏକ ପଦକ୍ଷେପ ନେଇଛି। ସି ଜିନପିଙ୍ଗ ଆମେରିକା ବିରୁଦ୍ଧରେ ଏପର୍ଯ୍ୟନ୍ତ ସବୁଠାରୁ...

ଆମେରିକାରେ ବିମାନସେବା ପ୍ରଭାବିତ, ୧୧୦୦ ଉଡାଣ ରଦ୍ଦ, ୪୦୦୦ ବିମାନ ବିଳମ୍ବ, ଜାଣନ୍ତୁ କାରଣ

ଓ୍ବାଶିଂଟନ,୨୭।୧୨: ଶୁକ୍ରବାର (ଡିସେମ୍ବର ୨୬) ଖ୍ରୀଷ୍ଟମାସ ଛୁଟି ସତ୍ତ୍ୱେ ଆମେରିକାର ବିମାନ କମ୍ପାନୀଗୁଡ଼ିକ ୧୦୦୦ ରୁ ଅଧିକ ଉଡ଼ାଣ ବାତିଲ କରିଛନ୍ତି, କାରଣ ଦେଶର ଅଧିକାଂଶ...

କ୍ୱିଭ ଉପରେ ପୁଣି ମିଶାଇଲ ସହ ଡ୍ରୋନ ଆକ୍ରମଣ କଲା ରୁଷିଆ, ପରିସ୍ଥିତି ଜଟିଳ

କ୍ୱିଭ,୨୭।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରାୟ ଚାରି ବର୍ଷ ଧରି ଚାଲିଥିବା ସଂଘର୍ଷ ଦିନକୁ ଦିନ ଅଧିକ ଭୟଙ୍କର ହେଉଥିବା ପରି ମନେ ହେଉଛି।...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ଟୋକିଓ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri