Posted inଖେଳ

ଅନନ୍ତ-ରାଧିକାଙ୍କ ବିବାହରେ କାହିଁକି ସାମିଲ ହେଲେନି କୋହଲି-ରୋହିତ, ସାମ୍ନାକୁ ଆସିଲା ଏହି ବଡ଼ କାରଣ

ନୂଆଦିଲ୍ଲୀ,୧୫।୭: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ୧୨ ଜୁଲାଇରେ ବହୁ ଧୂମଧାମରେ ଅନୁଷ୍ଠତ ହୋଇଯାଇଛି। ଏହି ବିବାହରେ ଅତିଥିମାନଙ୍କ ଆଗମନ କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିଲା। ଚଳଚ୍ଚିତ୍ର ତାରକା, ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି କ୍ରୀଡ଼ାବିତ୍‌ ପର୍ଯ୍ୟନ୍ତ ଅନେକ ପ୍ରସିଦ୍ଧ ଲୋକ ଏହି ଗ୍ରାଣ୍ଡ ବିବାହରେ ଯୋଗ ଦେଇଥିଲେ। କିନ୍ତୁ କିଛି କ୍ରିକେଟର ଥିଲେ ଯେଉଁମାନେ ଏହି ବିବାହରେ ଦେଖା ନ ଥିଲେ। ବିଶେଷକରି ବିରାଟ କୋହଲି ଏବଂ ରୋହିତ ଶର୍ମା ଏହି ବିବାହରୁ ଦୂରରେ ଥିଲେ।

ଟି -୨୦ ବିଶ୍ୱକପ ୨୦୨୪ ଟ୍ରଫି ଜିତିବା ଏବଂ ମୁମ୍ବାଇରେ ବିଜୟ ପରେଡରେ ଯୋଗଦେବା ପରେ ବିରାଟ କୋହଲି ତୁରନ୍ତ ଲଣ୍ଡନ ଅଭିମୁଖେ ଯାତ୍ରା କରିଥିଲେ। ଯେଉଁଠାରେ ସେ ବର୍ତ୍ତମାନ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏବଂ ପିଲାମାନଙ୍କ ସହିତ ସମୟ ବିତାଉଛନ୍ତି। ଗୋଟିଏ ପଟେ ସେଲିବ୍ରିଟିମାନେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହରେ ଯୋଗ ଦେଇଥିବା ବେଳେ ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ଲଣ୍ଡନରେ ଏକ କୀର୍ତ୍ତନରେ ନଜର ଆସିଥିଲେ। ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମୁମ୍ବାଇରେ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବରେ ଯୋଗ ଦେଇନଥିଲେ। ଏହା ବଦଳରେ ତାଙ୍କୁ ଶନିବାର ଲଣ୍ଡନର ୱିମ୍ବଲଡନରେ ଦେଖିବାକୁ ମିଳିଥିଲା।

ଏହା ନୁହେଁ ଯେ ଅନନ୍ତ-ରାଧିକାଙ୍କ ବିବାହରେ କେବଳ କୋହଲି ଏବଂ ରୋହିତ ସାମିଲ ନଥିଲେ। ଅନ୍ୟ ଅନେକ କିମ୍ବଦନ୍ତୀ କ୍ରିକେଟର ମଧ୍ୟ ଏହି ବିବାହରେ ଯୋଗ ଦେଇନଥିଲେ। ଏହି ବିବାହରେ ହରଭଜନ ସିଂ ଏବଂ ଯୁବରାଜ ସିଂଙ୍କୁ ଦେଖିବାକୁ ମିଳି ନ ଥିଲା। ଏହା ବ୍ୟତୀତ ରାହୁଲ ଦ୍ରାବିଡ, ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ଏହି ଗ୍ରାଣ୍ଡ ବିବାହରେ ଦେଖିବାକୁ ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧନୁ ସଂକ୍ରାନ୍ତିରେ ୫ରାଶିଙ୍କ ହାତକୁ ଅଚାନକ ଆସିବ ଟଙ୍କା! ନୂଆ ଗହଣା କିଣିବେ…

୨୦୨୫ର ଶେଷ ସଂକ୍ରାନ୍ତି ହେଉଛି ଧନୁ ସଂକ୍ରାନ୍ତି, ଯାହା ମଙ୍ଗଳବାର, ଡିସେମ୍ବର ୧୬ ତାରିଖରେ ପଡୁଛି। ଦ୍ରିକ ପାଞ୍ଜି ଅନୁସାରେ, ସୂର୍ଯ୍ୟଙ୍କର ଧନୁ ରାଶିରେ ପ୍ରବେଶ...

ଓଏଏସ ଅଧିକାରୀଙ୍କୁ ଭିଜିଲାନ୍ସ ଅଧିକାରୀ କହି ନେଇଗଲେ ୪ ଲକ୍ଷ, ପରେ…

ବଣାଇଁ,୧୨ା୧୨(ପ୍ରଦୀପ ତ୍ରିପାଠୀ): ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଓଏଏସ ଅଫିସରଙ୍କୁ ଭିଜିଲାନ୍ସର ଧମକ ଦେଇ ଲୁଟ ଚଳାଇଥିବା ୨ଜଣଙ୍କୁ ବଣାଇଁ ପୋଲିସ ଶୁକ୍ରବାର ଗିରଫ କରିଛି।...

୨୦୨୬ରେ ଭାଗ୍ୟବାନ ଏହି ୪ରାଶି, ଅଚାନକ ହେବେ ଧନୀ! ମିଳିବ ବଡ଼ ପୋଷ୍ଟ

ନୂଆବର୍ଷ ୨୦୨୬ ଆରମ୍ଭ ହେବାକୁ ଆଉ ବହୁତ ସମୟ ବାକି ନାହିଁ। ଜ୍ୟୋତିଷମାନେ ଗ୍ରହ ଏବଂ ନକ୍ଷତ୍ରର ଗତିବିଧିକୁ ଆଧାର କରି ୨୦୨୬ ବର୍ଷ ବିଷୟରେ...

ବଳଦ ମାରି ବାଘ ମଲା ,ମାଲିକ ମୁଣ୍ଡରେ ସାଂଘାତିକ ଅଭିଯୋଗ ବୋଳିଥିଲେ…

ବଣାଇଁ,୧୨।୧୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳ କୁସୁମଡ଼ିହି ଖସଡା ଜଙ୍ଗଲରେ ଏକ ମାଇ କଲରାପତ୍ରିଆ ବାଘର ମତ୍ୟୁ ଘଟିଥିବା ଜଣାପଡିଛି । ବାଘଟି ପ୍ରାୟ...

ଜନଗଣନା କରିବାକୁ ଆସୁଥିବା ୩୦ଲକ୍ଷ କର୍ମଚାରୀଙ୍କୁ କେନ୍ଦ୍ର ସରକାର ଅଲଗା ଦରମା ଦେବେ କି? ସତ ଜାଣିଲେ…

ନୂଆଦିଲ୍ଲୀ,୧୨।୧୨:ଆଗାମୀ 2027 ଜନଗଣନା ପାଇଁ କେନ୍ଦ୍ର କ୍ୟାବିନେଟ 11,718 କୋଟିର ବଜେଟକୁ ଅନୁମୋଦନ କରିଛି। ଏଥିରେ ଉଲ୍ଲେଖନୀୟ ଯେ ଏହା ଭାରତର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ...

ତଳ ମୁହାଁ ପାରଦ: ଜି.ଉଦୟଗିରିରେ ୩.୧ ଡିଗ୍ରୀ

ଜି.ଉଦୟଗିରି, ୧୨ା୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ଅଞ୍ଚଳରେ ୨ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି। ଜାଡ଼ ଥଣ୍ଡା ସହ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା MGNREGA ନାଁ

ଭୁବନେଶ୍ୱର,୧୨।୧୨: କେନ୍ଦ୍ର ସରକାର ଶୁକ୍ରବାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର MGNREGA ନାଁ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା(Pujya...

ରାହୁଲଙ୍କ ବୈଠକରେ ଥରୁର ଅନୁପସ୍ଥିତ: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଲୋକ ସଭା ଏମ୍‌ପି ବୈଠକରେ ଯୋଗ ଦେଇ ନ ଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri