Posted inଜାତୀୟ

ଶିନ୍ଦେସେନା ନେତା ପୁଅଙ୍କ କାର୍‌ ଧକ୍କାରେ ମହିଳା ମୃତ

ମୁମ୍ବାଇ,୮ା୭:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନାର ବରିଷ୍ଠ ନେତା ରାଜେଶ ଶାହଙ୍କ ପୁଅ ମିହିର ଶାହ ରବିବାର ଭୋର ସମୟରେ ନିଜ ବିଏମ୍‌ଡବ୍ଲ୍ୟୁରେ ଦ୍ରୁତଗତିରେ ଯାଉଥିବାବେଳେ ମୁମ୍ବାଇର ଓ୍ବର୍ଲିରେ ଏକ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲେ। ବିଏମ୍‌ଡବ୍ଲ୍ୟୁ ୧୦୦ ମିଟର ପର୍ଯ୍ୟନ୍ତ ସ୍କୁଟିକୁ ଟାଣିନେବାରୁ ଆରୋହୀ ମତ୍ସ୍ୟଜୀବୀ ଦମ୍ପତି ଗୁରୁତର ହୋଇଥିଲେ। ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି। ନିଶାସକ୍ତ ମିହିର ଦୁର୍ଘଟଣା ଘଟାଇବା ପରେ ଫେରାର ହୋଇଯାଇଛନ୍ତି।
ଭୋର ୫ଟା ୩୦। ମୁମ୍ବାଇର ଓ୍ବର୍ଲିସ୍ଥିତ କୋଲିଓ୍ବାଡା ବାସିନ୍ଦା ରାଜେଶ ପ୍ରଦିକ୍‌ ନକ୍‌ଭା ଓ ତାଙ୍କ ସ୍ତ୍ରୀ କାବେରୀ ନକ୍‌ଭା ମଝ୍‌ଗାଓଁ ଡକ୍‌ରୁ ମାଛ ଧରି ସ୍କୁଟିରେ ଫେରୁଥିଲେ। ଦ୍ରୁତଗତିରେ ଆସୁଥିବା ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ପଛପଟୁ ତାଙ୍କୁ ଖୁବ୍‌ ଜୋର୍‌ରେ ଧକ୍କା ଦେଇଥିଲା। ସ୍କୁଟି ସେଠାରେ ଓଲଟିପଡ଼ିଥିଲା। ପ୍ରଦିକ୍‌ ଓ କାବେରୀ କାର୍‌ ବନେଟ୍‌ ଉପରକୁ ଛିଟିକି ପଡ଼ିଥିଲେ। ପ୍ରଦିକ୍‌ ନିଜ ଜୀବନ ବଞ୍ଚାଇବା ପାଇଁ ବନେଟ୍‌ରୁ ତଳକୁ ଡେଇଁଥିଲେ। କିନ୍ତୁ ତାଙ୍କ ସ୍ତ୍ରୀ କାବେରୀ କାର୍‌ ତଳେ ପଡ଼ିଯାଇଥିଲେ। ବିଏମ୍‌ଡବ୍ଲ୍ୟୁ ଚାଳକ ନ ଅଟକି ଫେରାର ହେବା ପାଇଁ ଉଦ୍ୟମ କରିବାରୁ କାବେରୀ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାରି ହୋଇଯାଇଥିଲେ। ୧୦୦ ମିଟର ଯିବା ପରେ ମହିଳାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଛାଡ଼ିଦେଇ ଚାଳକ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ କାବେରୀଙ୍କୁ ହସ୍ପିଟାଲକୁ ନେଇଥିଲେ। କିଛି ସମୟ ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ମିହିର ହେଉଛନ୍ତି ମହାରାଷ୍ଟ୍ରର ଶାସକ ଦଳ ଶିବସେନାର ପାଲଘର ଜିଲା ଉପସଭାପତି ରାଜେଶ ଶାହାଙ୍କ ପୁଅ। ରାଜେଶ ଓ ତାଙ୍କ ଡ୍ରାଇଭର ରାଜେନ୍ଦ୍ର ସିଂ ବିଜାଓ୍ବତ୍‌ ବର୍ତ୍ତମାନ ପୋଲିସ ହାଜତରେ ଅଛନ୍ତି। ପୋଲିସ ନୂଆ ଆପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଏବଂ ମୋଟର ଭେହିକିଲ୍‌ ଆକ୍ଟର ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ମିହିର ଶନିବାର ରାତିରେ ଜୁହୁସ୍ଥିତ ଏକ ବାର୍‌ରେ ମଦ୍ୟପାନ କରିଥିଲେ। ସେଠାରୁ ଘରକୁ ଫେରିବାବେଳେ ନିଜେ କାର୍‌ ଚଲାଇବା ପାଇଁ ଚାହୁଁଥିବା ଡ୍ରାଇଭରଙ୍କୁ କହିଥିଲେ। ଡ୍ରାଇଭର ଷ୍ଟିୟରିଂ ଛାଡ଼ି ତାଙ୍କ ପାଖ ସିଟ୍‌ରେ ବସିଥିଲେ। ମିହିର ବିଏମ୍‌ଡବ୍ଲ୍ୟୁ ଚଳାଇବା ମାତ୍ରେ ଏହାର ଗତି ବଢ଼ିଯାଇଥିଲା। କିଛି ସମୟ ପରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଦୁର୍ଘଟଣା ପରେ ପ୍ରମାଣ ନଷ୍ଟ ପାଇଁ ଉକ୍ତ କାର୍‌ର ନମ୍ବର ପ୍ଲେଟ୍‌ ଏବଂ ଡୋର୍‌ରେ ଲାଗିଥିବା ଶିବସେନାର ଷ୍ଟିକର୍‌କୁ ଛଡ଼ାଇବାକୁ ଉଦ୍ୟମ କରାଯାଇଥିଲା। ପୋଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି କାର୍‌କୁ ଜବତ କରିଥିବାବେଳେ ମିହିରଙ୍କୁ ଧରିବାରେ ସକ୍ଷମ ହୋଇନାହିଁ। ମୁଖ୍ୟମନ୍ତ୍ରୀ ଶିନ୍ଦେ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି ଅଭିହିତ କରିଛନ୍ତି। ଆଇନ ଆଖିରେ ସମସ୍ତେ ସମାନ। ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ପୋଲିସକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଉକ୍ତ କାର୍‌ର ଇନ୍‌ସ୍ୟୁରାନ୍ସ ଅବଧି ଶେଷ ହୋଇଯାଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଗତ ମେ’ ୧୯ରେ ପୁଣେର ବେଦାନ୍ତ ଅଗ୍ରଓ୍ବାଲ (୧୭) ମଦପାନ କରି କାର୍‌ ଚଲାଇଥିବାବେଳେ ଏକ ବାଇକ୍‌କୁ ଧକ୍କା ଦେଇଥିଲେ। ଏଥିରେ ମଧ୍ୟପ୍ରଦେଶର ଦୁଇଜଣ ଆଇଟି ପ୍ରଫେଶନାଲ ଅନୀଷ ଅଓ୍ବଧିୟା ଓ ଅଶ୍ୱିନୀ କୋଷ୍ଠାଙ୍କ ମୃତ୍ୟୁ ଘଟିଥିଲା। ମହାରାଷ୍ଟ୍ରର ବଡ଼ ସହରଗୁଡ଼ିକରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବାରୁ ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri