Posted inଖେଳ

ବିଶ୍ୱଚାମ୍ପିୟନ୍‌ ଖେଳାଳିଙ୍କୁ କରାଯିବ ଜୋରଦାର ସ୍ବାଗତ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ଲାଇଭ୍‌ ଶୋ’

ନୂଆଦିଲ୍ଲୀ,୩।୭: ଭାରତୀୟ ଦଳ ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧୭ ବର୍ଷ ପରେ ଟିମ ଇଣ୍ଡିଆ ଟାଇଟଲ ହାସଲ କରିଛି। ଚାମ୍ପିୟନ୍‌ ହେବାପେରେ ଟିମ ଇଣ୍ଡିଆ ଜୁଲାଇ ୪ରେ ଭାରତରେ ପହଞ୍ଚିବ। ଟିମ ଇଣ୍ଡିଆକୁ ଦିଲ୍ଲୀ ବିମାନବନ୍ଦରରେ ସ୍ବାଗତ କରାଯିବ। ଭାରତୀୟ ଦଳର ବିଜୟ ସମଗ୍ର ଦେଶରେ ଏକ ପର୍ବ ପରି ପାଳନ କରାଯାଉଛି। ଟିମ ଇଣ୍ଡିଆର ପ୍ରଶଂସକମାନେ ଚାମ୍ପିୟନ ଖେଳାଳିଙ୍କୁ ଦେଖିବାକୁ ଅପେକ୍ଷା କରିଛନ୍ତି । ଟିମ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ଭେଟିବ। ଏହା ପରେ ଟିମ ଇଣ୍ଡିଆର ଖେଳାଳିମାନେ ମୁମ୍ବାଇ ଯିବେ। ସେଠାରେ ଓ୍ବାଙ୍ଖେଡେ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହା ବ୍ୟତୀତ ରୋଡ ଶୋ’ ମଧ୍ୟ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି।
ଏହି କାର୍ଯ୍ୟକ୍ରମର ଲାଇଭ ପ୍ରଶଂସକମାନେ ଦେଖିପାରିବେ। ସମସ୍ତ ପ୍ରଶଂସକଙ୍କୁ ଭାରତୀୟ ଦଳକୁ ସ୍ବାଗତ କରିବା ପାଇଁ ଦିଲ୍ଲୀ କିମ୍ବା ମୁମ୍ବାଇ ଆସିବା କଷ୍ଟସାଧ୍ୟ, କିନ୍ତୁ ବର୍ତ୍ତମାନ ସେମାନେ ନିଜ ଘରେ ବସି ଏହି ମୁହୂର୍ତ୍ତକୁ ଉପଭୋଗ କରିପାରିବେ। ଟିମ ଇଣ୍ଡିଆର ରୋଡ ଶୋ’ ଷ୍ଟାର୍‌ ସ୍ପୋର୍ଟସରେ ଲାଇଭ ପ୍ରଦର୍ଶିତ ହେବ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭେଟ ଟିଭିରେ ସିଧା ଦେଖାଯାଇପାରିବ। ଷ୍ଟାର୍‌ ସ୍ପୋର୍ଟସ ୟୁଟ୍ୟୁବ ଚ୍ୟାନେଲରେ ରୋଡ ଶୋ’ ଲାଇଭ ଦେଖିପାରିବେ।
ଭାରତୀୟ ଖେଳାଳିମାନେ ଜୁଲାଇ ୪ରେ ସକାଳ ପ୍ରାୟ ୬ଟା ସମୟରେ ଭାରତରେ ପହଞ୍ଚିବେ। ଯେଉଁଠାରେ ଭାରତୀୟ ଖେଳାଳିଙ୍କୁ ବିମାନବନ୍ଦରରେ ସ୍ବାଗତ କରାଯିବ। ଟିମ ଇଣ୍ଡିଆ ବାର୍ବାଡୋସ୍‌ରୁ ବିସିସିଆଇ ଦ୍ୱାରା ବୁକ ହୋଇଥିବା ଏକ ସ୍ବତନ୍ତ୍ର ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିଛି। ଏହି ଟିମ ଇଣ୍ଡିଆ ପରେ ଦିଲ୍ଲୀର ହୋଟେଲରେ ପହଞ୍ଚିବ। ସେଠାରୁ ସେମାନେ ଦିନ ୧୦ଟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯିବେ। ଭାରତୀୟ ଖେଳାଳିମାନେ ସକାଳ ପ୍ରାୟ ୧୧ଟା ସମୟରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦିଙ୍କୁ ଭେଟିବେ। ଏହା ପରେ ଦଳ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ। ଏଠାରେ ନରିମାନ ପଏଣ୍ଟରୁ ଏକ ରୋଡ ଶୋ ହେବ ଏବଂ ପରେ ଖେଳାଳିମାନଙ୍କୁ ବିସିସିଆଇ ଦ୍ୱାରା ସମ୍ମାନିତ କରାଯିବ। ସନ୍ଧ୍ୟା ୫ଟାରେ ରୋଡ ଶୋ’ ଆୟୋଜିତ ହେବ। ଖେଳାଳିମାନଙ୍କୁ ୱାଙ୍ଖେଡେ ଷ୍ଟାଡିୟମରେ ୭ଟା ସମୟରେ ସମ୍ମାନିତ କରାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri