ଆକାଉଣ୍ଟକୁ ଆସିନାହିଁ କି ପିଏମ୍‌ କିଶାନ ଟଙ୍କା? ଏଠାରେ କରନ୍ତୁ ଅଭିଯୋଗ, ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପିଏମ୍‌ କିଶାନ ସମ୍ମାନ ନିଧି ଯେଜନାର ୧୭ତମ କିସ୍ତି ଜାରି କରିଛନ୍ତି। ଦେଶର ପ୍ରାୟ ୯.୨୬ କୋଟି କୃଷକଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଯାଇଛି। ତେବେ ଯଦି କୌଣସି କାରଣରୁ କାହା ଆକାଉଣ୍ଟକୁ ଟଙ୍କା ଯାଇ ନ ଥାଏ ତେବେ ସେ ଅଭିଯୋଗ କରିପାରିବେ। ୧୫୫୨୬୧ ନଚେତ ୦୧୧-୨୪୩୦୦୬୦୬ ନମ୍ବର ଡାଏଲ କରି ଅଭିଯୋଗ ଦାୟର କରିହେବ। ନଚେତ ଆପଣ ପିଏମ୍‌ କିଶାନ ପୋର୍ଟାଲରେ ଥିବା ହେଲ୍ପଡେସ୍କକୁ ଯାଇ ନିଜର ରେଜିଷ୍ଟ୍ରେଶନ ନମ୍ବର ଏବଂ କ୍ୟାପ୍‌ଚା କୋର୍ଡ ଦେଇ ଅଭିଯୋଗ କରିପାରିବ। ଏହାଛଡ଼ା ଏହି ଟଙ୍କା ପାଇବା ଲାଗି କଓ୍ବୋଇସି ବହୁତ ଜରୁରୀ। କାରଣ ଯେଉଁ କୃଷକ ନିଜର କଓ୍ବୋଇସି ଏଯାବତ କରିନାହାନ୍ତି ତାଙ୍କ ଆକାଉଣ୍ଟକୁ ମଧ୍ୟ ୧୭ତମ କିସ୍ତି ଟଙ୍କା ଆସିବ ନାହିଁ।

ଏଭଳି ଉପାୟରେ ନିଜର ବାଲାନ୍ସ ଯାଞ୍ଚ କରନ୍ତୁ:
-ପ୍ରଥମେ ପିଏମ୍‌ କିଶାନ ପୋର୍ଟାଲ(http://pmkisan.gov.in)କୁ ଯାଆନ୍ତୁ
-ଫାର୍ମର୍ସ କର୍ନର ତଳେ ଥିବା ‘ନୋ ଇଓର ଷ୍ଟାଟସ୍‌’ ଅପଶନ୍‌କୁ କ୍ଲିକ କରନ୍ତୁ। ଏହା ପରେ ଆପଣଙ୍କ ସମ୍ମୁଖରେ ନୂଆ ପେଜ୍‌ ଖୋଲିବ। ଯେଉଁଠି ଆପଣଙ୍କ ରେଜିଷ୍ଟ୍ରେଶନ ନମ୍ବର ମଗାଯିବ।
-ଏଣୁ ସ୍କ୍ରିନର ଉପରେ ନିଜର ରେଜିଷ୍ଟେଶନ ନମ୍ବର ଜାଣନ୍ତୁ(ନୋ ଇଓର ରେଜିଷ୍ଟ୍ରେଶନ ନମ୍ବର) ଅପ୍‌ଶନରେ କ୍ଲିକ କରନ୍ତୁ ଏବଂ ଆଧାର କାର୍ଡରୁ ଖୋଜିବା(ସର୍ଚ୍ଚ ବାଇ ଆଧାର କାର୍ଡ) ଅଥବା ମୋବାଇଲ ଫୋନ୍‌ ଦ୍ୱାରା ଖୋଜିବା(ସର୍ଚ୍ଚ ବାଇ ମୋବାଇଲ ନମ୍ବର)ରୁ ଗୋଟିଏ ଅପଶନ ବାଛନ୍ତୁ।
-ଏହାପରେ ନିଜର ଆଧାର ନମ୍ବର/ମୋବାଇଲ ଏବଂ କ୍ୟାପ୍‌ଚା ଦେଇ ଓଟିପି ବିକଳ୍ପ ବାଛନ୍ତୁ।
-ଓଟିପି ଦେବା ପରେ ରେଜିଷ୍ଟ୍ରୋଶନ ନମ୍ବର ମିଳିଯିବ। ଏହା ପୁନର୍ବାର ନୂଆ ପେଜକୁ ଯାଇ ‘ନୋ ଇଓର ଷ୍ଟାଟସ୍‌’ ବିକଳ୍ପ ବାଛନ୍ତୁ। ଏହା ପରେ ରେଜିଷ୍ଟର୍ଡ ନମ୍ବରରେ ଓଟିପି ଆସିବ। ଏହାକୁ ଦେବା ପରେ ନିଜର ବାଲାନ୍ସ ସ୍କ୍ରିନରେ ନଜର ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri