ଯେବେ ଏନଡିଏର ଲୋକ ସଭା ବାଚସ୍ପତି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେବାକୁ ଦେଇଥିଲେ ଅନୁମତି, ଭାଙ୍ଗି ଯାଇଥିଲା ବାଜପେୟୀ ସରକାର

ନୂଆଦିଲ୍ଲୀ,୧୬।୬: ଲୋକ ସଭା ନିର୍ବାଚନ ଫଳାଫଳ ପରେ ପିଏମ ମୋଦିଙ୍କ ନେତୃତ୍ୱ ଏନଡିଏ ସରକାର ପୁଣି କ୍ଷମତାକୁ ଫେରିଛି। ଏବେ ଏନଡିଏର ସହଯୋଗୀ ଦଳ ଲୋକ ସଭା ବାଚସ୍ପତି ପଦ ହାତେଇବା ପାଇଁ ଅଡି ବସିଛନ୍ତି। ତେବେ ବାଚସ୍ପତି ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହାର ସବୁଠୁ ବଡ଼ ଉଦାହରଣ ୧୯୯୯ରେ ଦେଖିବାକୁ ମିଳିଥିଲା। ସେହି ସମୟରେ କେବଳ ଗୋଟିଏ ଭୋଟ ଯୋଗୁ ଅଟଳ ବିହାରୀ ଭାଙ୍ଗି ଯାଇଥିଲା। କାରଣ ସେତେବେଳେର ଲୋକ ସଭା ବାଚସ୍ପତି ଏନଡିଏର ନିର୍ବାଚିତ ହୋଇଥିଲେ ମଧ୍ୟ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେଇଥିଲେ। ଯାହାଯୋଗୁ ବାଜପେୟୀଙ୍କ ସରକାର ଭାଙ୍ଗି ଯାଇଥିଲା।

ଭାଜପା ନେତୃତ୍ୱାଧିନ ଏନଡିଏ ସରକାର ୧୯୯୯ରେ ବହୁମତ ନ ପାଇ ଗୋଟିଏ ଭୋଟ ଯୋଗୁ ପରାଜୟର ସାମ୍ନା କରିଥିଲେ। ୧୯୯୮-୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ବାଲଯୋଗୀ ଲୋକ ସଭା ବାଚସ୍ପତି ପଦରେ ଥିଲେ। ସେତେବେଳେ ଏନଡିଏ କେବଳ ୧୯ଦଳକୁ ନେଇ ମେଣ୍ଟ କରିଥିଲା।

ବାଜପେୟୀ ସରକାରରେ ୧୩ମାସ ପୂରଣ ହେଉଣୁ ଜୟଲଳିତାଙ୍କ ନେତୃତ୍ୱ ଏଆଇଡିଏମକେ ନିଜ ସମର୍ଥନ ଫେରାଇ ନେଇଥିଲା। ଯାହାପରେ ସରକାରଙ୍କୁ ଫ୍ଲୋର ଟେଷ୍ଟ ଦେବାକୁ ପଡିଥିଲା। ଯେଉଁଥିରେ ବାଜପେୟୀ ଗୋଟିଏ ଭୋଟରେ ହାରି ଯାଇଥିଲେ। କାରଣ ଲୋକ ସଭା ବାଚସ୍ପତି ବାଲଯୋଗୀ ଓଡ଼ିଶାର ତତ୍କାଳୀନ କଂଗ୍ରେସ ମୁକ୍ୟମନ୍ତ୍ରୀ ଗୀରିଧର ଗମାଙ୍ଗଙ୍କୁ ଭୋଟ ଦେବାକୁ ଅନୁମତି ଦେଇଥିଲେ। ଯାହାଯୋଗୁ ସରକାଙ୍କ ସପକ୍ଷରେ ୨୬୯ଭୋଟ ପଡିଥିବାବେଳେ ବିପକ୍ଷରେ ୨୭୦ ଭୋଟ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri