କୁଏଟ୍‌ ଦୁର୍ଘଟଣାରେ ଚାଲିଗଲା ୨ ଓଡ଼ିଆ ପୁଅଙ୍କ ଜୀବନ, କାହିଁକି ଏଠାକୁ ଖଟିବାକୁ ଯାଆନ୍ତି ଭାରତୀୟ, ଦରମା ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୧୪।୬: କୁଏଟ୍‌ର ଏକ ଦୁର୍ଘଟଣାରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରୁ ୪୫ଜଣ ଭାରତୀୟ। ସବୁଠାରୁ ବଡ଼ କଥା ହେଉଛି ସେମାନଙ୍କ ମଧ୍ୟରେ ଦୁଇ ଓଡ଼ିଆ ପୁଅ ମଧ୍ୟ ଅଛନ୍ତି। କୁଏଟ୍‌ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ମହମ୍ମଦ ଜହୁରଙ୍କ ପରିବାରରେ ଘୋଟିଯାଇଛି କଳା ବାଦଲ। ଆଉ ୩ ୪ ମାସ ପରେ ତାଙ୍କ ପରିବାରରେ ପାଦ ଥାପିଥାନ୍ତା ଜୁହୁର ଓ ତାଙ୍କ ସ୍ତ୍ରୀଙ୍କ ସନ୍ତକ। ତାଙ୍କ ସ୍ତ୍ରୀ ୭ମାସର ଗର୍ଭବତୀ ଅଛନ୍ତି। ଏବେ ସାରା ପରିବାର ଜୁହୁରଙ୍କ ବିୟୋଗରେ ଦୁଖରେ ବୁଡି ଯାଇଛି।

ସେହିଭଳି କୁଏଟ୍‌ରେ ଆଉ ଜଣେ ଓଡ଼ଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲା ପୁରୁଷୋତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡ କୁଏଟ୍‌ରେ କାମ କରୁଥିଲେ । ବୁଧବାର ଦିନ ନିଜ କାମ ସାରି ନିଜେ ରହୁଥିବା ଘରକୁ ଫେରିଥିଲେ । ଆଉ ସେହି କାଳରାତିରେ ଶୋଇଥିବା ବେଳେ ଅଗ୍ନିକାଣ୍ଡରେ ତାଙ୍କର ପ୍ରାଣ ଚାଲିଯାଇଛି। ସନ୍ତୋଷଙ୍କ ଦୁଇଟି ଛୋଟ ପିଲା ଅଛନ୍ତି । ସେ ପରିବାରର ଗୋଟିଏ ବୋଲି ରୋଜଗାରିଆ ପୁଅ ଭାବେ କୁଏତ ଯାଇ କାମ କରୁଥିଲେ । ଗତ ଦୁଇ ବର୍ଷ ହେଲା ସେ କୁଏତରେ ଥିଲେ । ତେବେ ଦୁଇ ଜଣଙ୍କର ମୃତଦେହ ଆଜି ଭୁବନେଶ୍ୱରରେ ପହଞ୍ଚିବାକୁ ଯାଉଛି।

କେବେ ଆପଣ ଭାବିଛନ୍ତି ଭାରତରୁ ହେଉ କି ଆମ ରାଜ୍ୟରୁ ଏତେ ସଂଖ୍ୟକ ଲୋକ କୁଏତ ଏବଂ ସାଉଦି ଆରବ ଭଳି ଦେଶକୁ କାହିଁକି କାମ କରିବାକୁ ଯାଆନ୍ତି? ବିଶେଷକରି, କୁଏତରେ ଏପରି କେଉଁ ଚାକିରୀ ଅଛି ଯାହାର ସର୍ବାଧିକ ଚାହିଦା ରହିଛି ଆଉ ଏଥିପାଇଁ କେତେ ବେତନ ମିଳୁଛି। ଜାଣନ୍ତୁ…

ଲିଙ୍କଡିନ ଅନୁଯାୟୀ, କୁଏଟ୍‌ରେ ବ୍ୟବସାୟ ପ୍ରଶାସକଙ୍କ ସର୍ବାଧିକ ଚାହିଦା ରହିଛି। ଏଠାରେ ବ୍ୟବସାୟ ଏତେ ଦ୍ରୁତ ଗତିରେ ଦୌଡୁଛି ଯେ ଅନେକ ବିଦେଶୀ କମ୍ପାନୀ ଏଠାରେ ବ୍ୟବସାୟ କରୁଛନ୍ତି । ଆଉ ଏଠାରେ କାମ କରୁଥିବା ଲୋକମାନେ ପ୍ରତି ମାସରେ ହାରାହାରି ୪୦୦ କୁଏତ ଡିନାର ପାଇଥାନ୍ତି । ଭାରତୀୟ ମୁଦ୍ରାରେ ୧,୦୯.୦୫୫ ଟଙ୍କା ହେବ।

କୁଏଟ୍‌ରେ ଦ୍ୱିତୀୟ ଡିମାଣ୍ଡିଂ ଚାକିରି ହେଉଛି ମଲ ମ୍ୟାନେଜର । କୁଏଟ୍‌ ଏବଂ ସାଉଦି ଆରବରେ ମଲ ସଂସ୍କୃତି ଦ୍ରୁତ ଗତିରେ ବ୍ୟାପୁଛି ଏବଂ ସେଠାରେ ବିଶ୍ୱର ସର୍ବୋତ୍ତମ ସପିଂ ସେଣ୍ଟର ମଧ୍ୟ ନିର୍ମାଣ କରାଯାଉଛି । ତେବେ ଏଠାରେ ସପିଂ ସେଣ୍ଟର ଚଳାଇବା ପାଇଁ ମଲ ମ୍ୟାନେଜର ନିଯୁକ୍ତ ହେଉଛି। ଏହି କାମ ପାଇଁ ଜଣେ ପ୍ରତି ମାସରେ ୫୦୦ କୁଏତ ଡିନାର ପାଇଥାଏ, ଯାହା ଭାରତରେ ୧,୩୬,୩୧୯ ଟଙ୍କା ସହିତ ସମାନ ହେବ ।

ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କୁଏଟ୍‌ରେ ଯଦିଓ ଆରବୀ ଏବଂ ପାର୍ସୀ ଭାଷା କୁହାଯାଏ, ସେଠାରେ ଇଂରାଜୀ ଶିକ୍ଷକମାନଙ୍କ ପାଇଁ ବହୁତ ଚାହିଦା ରହିଛି । ଜଣେ ଇଂରାଜୀ ଶିକ୍ଷକ ପ୍ରତି ମାସରେ ୩୦୦ ରୁ ୩୫୦ କୁଏତ ଡିନାର୍‌ (ପ୍ରାୟ ୯୫,୪୨୩ ଟଙ୍କା) ପାଇଥା’ନ୍ତି ।

କୁଏଟ୍‌ରେ ସର୍ବାଧିକ ଦରମା ଇଞ୍ଜିନିୟରିଂ କ୍ଷେତ୍ରରେ ମିଳିଥାଏ । ଇଞ୍ଜିନିୟରିଂର ଯେକୌଣସି କାମ ପାଇଁ ହାରାହାରି ଜଣେ ପ୍ରତି ମାସରେ ୬୦୦ ରୁ ୭୫୦ କୁଏତ ଡିନାର୍‌ (୧,୬୩ ଲକ୍ଷରୁ ୨,୦୪ ଲକ୍ଷ ଟଙ୍କା) ମିଳିଥାଏ ।

 


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri