Posted inଖେଳ

ଆଜି ଭାରତ-ବାଂଲାଦେଶ ଓ୍ବାର୍ମଅପ୍‌

ନ୍ୟୁୟର୍କ, ୧।୬: ଟି୨୦ କ୍ରିକେଟ ବିଶ୍ୱକପ୍‌ ଆସନ୍ତା ୨ ତାରିଖରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଆରମ୍ଭ ହେବାକୁ ଯାଉଛି। ଏହି ମେଗା ଟୁର୍ନାମେଣ୍ଟ ପୂର୍ବରୁ ଭାରତ ଏହାର ଓ୍ବାର୍ମଅପ୍‌ ମ୍ୟାଚ ଶନିବାର ବାଂଲାଦେଶ ବିପକ୍ଷରେ ଖେଳିବ।

ନ୍ୟୁୟର୍କ ଷ୍ଟାଡିୟମର ପିଚ୍‌ ଏବଂ ଦ୍ୱିତୀୟ ପେସ୍‌ ବୋଲିଂ ବିକଳ୍ପ ପରୀକ୍ଷା କରିବା ଲାଗି ଭାରତ ନିକଟରୁ ଭଲ ସୁଯୋଗ ରହିଛି। ଦ୍ୱିତୀୟ ପେସ୍‌ ବିକଳ୍ପ ଭାବେ ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଭାରତୀୟ ଦଳରେ ସ୍ଥାନ ପାଇଥିବା ସମସ୍ତ ଖେଳାଳି ଗତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସେମାନଙ୍କ ଫ୍ରାଞ୍ଚାଇଜ୍‌ ପକ୍ଷରୁ ନିୟମିତ ଭାବେ ପ୍ଲେଇଂ ଏକାଦଶରେ ସାମିଲ ହୋଇଥିଲେ। ତେଣୁ ଏଠାରେ ଏକତ୍ରିତ ହୋଇ ଟିମ୍‌ ଯଦିଓ ଗେମ୍‌ ଟାଇମ୍‌ ପାଇଁ ପ୍ରସ୍ତୁତ ହୋଇନାହିଁ ତେବେ ଉପଯୁକ୍ତ ସନ୍ତୁଳନ ରକ୍ଷା ହିଁ ମୁଖ୍ୟ ଲକ୍ଷ୍ୟ ରହିବ। ୧୩ ବର୍ଷ ହେଲା ଭାରତ କୌଣସି ଆଇସିସି ଟ୍ରଫି ଜିତି ପାରିନାହିଁ। ଏଥର ସେହି ଶୂନ୍ୟତା ଭରିବା ଆଶାରେ ରହିବ ଟିମ୍‌ ଇଣ୍ଡିଆ। ବିଳମ୍ବରେ ପହଞ୍ଚି ଥିବାରୁ ବିରାଟ କୋହଲି ଓ୍ବାର୍ମଅପ୍‌ ଗେମ୍‌ ଖେଳିବା ସମ୍ଭାବନା ମଧ୍ୟ କମ୍‌ ରହିଛି। ତେବେ ଅନ୍ୟ ୧୪ ଖେଳାଳି ମ୍ୟାଚ ପାଇଁ ପ୍ରସ୍ତୁତ। ଏହି ମ୍ୟାଚକୁ ଅଫିସିଆଲ ଷ୍ଟାଟସ ଦିଆଯାଇନାହିଁ। ପ୍ରତି ଖେଳାଳିଙ୍କ ରିଦିମ୍‌ ପରୀକ୍ଷା କରିବାକୁ ମଧ୍ୟ ଏହି ମ୍ୟାଚ ଭଲ ସୁଯୋଗ ଦେବ।

ଅଧିନାୟକ ରୋହିତ ଶର୍ମା ଏବଂ ବିଦାୟ ନେବାକୁ ଯାଉଥିବା କୋଚ୍‌ ରାହୁଲ ଡ୍ରାଭିଡଙ୍କ ପାଇଁ ଅତି କମ୍‌ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ। ସେଥିରୁ ଗୋଟିଏ ହେଲା ଯଶସ୍ବୀ ଜୟସ୍ବାଲ ଓ ଶିବମ୍‌ ଦୁବେଙ୍କ ମଧ୍ୟରୁ ଜଣଙ୍କୁ ବାଛିବା। ଜୟସ୍ବାଲ ଭଲ ଫର୍ମରେ ଥିଲେ ହେଁ ତାଙ୍କୁ ସାମିଲ କରାଗଲେ ଦୁବେଙ୍କ ପରି ହାର୍ଡ ହିଟରଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାହାରେ ରଖିବାକୁ ପଡ଼ିବ। ଜୟସ୍ବାଲ ବାହାରେ ରହିଲେ ରୋହିତଙ୍କ ସହ ବିରାଟ କୋହଲି ଇନିଂସ ଓପନ କରିିବେ ଏବଂ ଦୁବେ ମିଡିଲ ଅର୍ଡରରେ ସାମିଲ ହୋଇପାରିବେ। ଏପରି କେତେକ ନିଷ୍ପତ୍ତିକୁ ଚୂଡ଼ାନ୍ତ ରୂପ ଦେବାକୁ ହେବ।

ବାଂଲାଦେଶକୁ ସାମ୍ନା କରିବା ଭାରତ ପାଇଁ ସହଜ ହେବନାହିଁ। ବିଶେଷ କରି ମିଡିଲ ଅର୍ଡରକୁ ଶକିବ-ଅଲ୍‌-ହାସନ ଓ ମହେଦି ହାସନଙ୍କୁ ମୁକାବିଲା କରିବା ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ଏହା ବ୍ୟତୀତ କଟର ମାଷ୍ଟର ମୁସ୍ତାଫିଜୁର ରହମନ ମଧ୍ୟ ପ୍ରଭାବୀ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri