ହ୍ରାସ ପାଉଛି ଲଘୁ ବନଜାତ ସାମଗ୍ରୀ

ଝାରସୁଗୁଡ଼ା,୩୦।୫(ସଞ୍ଜୟ ମାଲି)ଝାରସୁଗୁଡା ଜିଲାର ମାନ୍ୟତା ପାଇବା ସମୟରେ ପାଣି, ମାଟି ଓ ମୁଖ୍ୟତ କୋଇଲାରେ ପରିପୂର୍ଣ୍ଣ ଥିଲା। ଅବାଧ ଜଙ୍ଗଲ କଟା ଯୋଗୁ ଆଗ ଭଳି ଆଉ ମୂଲ୍ୟବାନ ଗଛ ଏଠାରେ ଦେଖିବାକୁ ମିଳୁନାହିଁ। ଜଙ୍ଗଲରୁ କ୍ରମାଗତ ଭାବେ ଲଘୁ ବନଜାତ ଉତ୍ପାଦନ ହ୍ରାସ ପାଉଥିବାରୁ ଏହା ଉପରେ ନିର୍ଭର କରୁଥିବା ଲୋକେ ହତାଶ ହେଉଛନ୍ତି। ବର୍ତ୍ତମାନ ସ୍ଥିତିରେ ଯାହା ଜଙ୍ଗଲ ବଞ୍ଚତ୍ଛି, ତାହା କାଠ ମାଫିଆମାନେ କାଟି ପଦା କରି ସାରିଲେଣି। କିଛି ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ବିଭିନ୍ନ ସମୟରେ ଜଙ୍ଗଲରେ ନିଆଁ ଲଗାଇବା ଅନେକ ସମୟରେ ଦେଖିବାକୁ ମିଳେ। ଜଙ୍ଗଲ କ୍ଷୟର ଏହା ଏକ ମୁଖ୍ୟ କାରଣ। ଏହା ଦ୍ୱାରା ଆଦିବାସୀ ଓ ଗରିବ ଶ୍ରେଣୀର ଲୋକମାନେ ଜୀବିକା ହରାଉଛନ୍ତି। ଜିଲାର ୪ଟି ବ୍ଲକ ଲଖନପୁର, କିରମିରା, କୋଲାବିରା, ଲଇକେରାରେ ବାସ କରୁଥିବା ଆଦିବାସୀ ଓ ଗରିବ ଶ୍ରେଣୀର ଲୋକମାନେ ଜଙ୍ଗଲରୁ ଟୋଲ, ମହୁଲ, କେନ୍ଦୁ, ଚାର, କେନ୍ଦୁପତ୍ର, ଖଜୁରୀ, ଆମ୍ବ, ଶାଳପତ୍ର ସଂଗ୍ରହ କରିବା ସହିତ ଝାଡୁ ଣୋଚେର, ଶୁଖିଲା କାଠ ସଂଗ୍ରହ କରି ତାଙ୍କ ପରିବାର ଚଳାନ୍ତି। ବର୍ତ୍ତମାନ ଜିଲାରେ କ୍ରମାଗତ ଭାବେ ଗଢ଼ି ଉଠିଥିବା ଛୋଟ ବଡ କଳକାରଖାନା ଯାଗୁ ବ୍ୟାପକ ମାତ୍ରାରେ ପ୍ରଦୂଷଣ ହେବା ସହିତ କଳକାରଖାନାରୁ ବାହାରୁଥିବା ବିଷାକ୍ତ ପାଉଁଶ ବେଆଇନ ଭାବେ ଜିଲାର ବିଭିନ୍ନ ଜଙ୍ଗଲ କାଟି ଜଙ୍ଗଲ ମଝିରେ ପକାଉଥିବା ଦେଖିବାକୁ ମିଳିଛି। ଜଙ୍ଗଲ ବିଷାକ୍ତ ପାଉଁଶ ପଡ଼ିବା ତଥା ବାୟୁ ପ୍ରଦୂଷଣ ଯାଗୁ ଆଗଭଳି ଆଉ ଜଙ୍ଗଲରେ ଲଘୁ ବନଜାତ ସାମଗ୍ରୀ ଦେଖିବାକୁ ମିଳୁନାହିଁ। ଏହାର ସିଧାସଳଖ ପ୍ରଭା ଜିଲାର ଗରିବ ଖଟିଖିଆ ଓ ଶହ ଶହ ଆଦିବାସୀ ପରିବାର ଉପରେ ପଡୁଛି। ଜଙ୍ଗଲ କ୍ଷୟ ଯୋଗୁ ଜଙ୍ଗଲରେ ରହୁଥିବା ଜିବଜନ୍ତୁ ଉପରେ ପ୍ରଭାବ ପଡ଼ୁଛି। ଖାଦ୍ୟ ଅଭାବରୁ ଜୀବଜନ୍ତୁ ଅନେକ ସମୟରେ ସହର ମୁହଁା ହେଉଥିବା ଦେଖିବାକୁ ମିଳୁଛି। ଜଙ୍ଗଲ କଟିବା ଯୋଗୁ ବର୍ଷାର ପରିମାଣ କମୁଥିବା ବେଳେ ଗ୍ରୀଷ୍ମ ପ୍ରବାହ ବଢୁଛି। ଆଗଭଳି ଆଉ ଶୀତ ମଧ୍ୟ ହେଉନାହିଁ। ଜଙ୍ଗଲ ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ ଜନ ସଚେତନତା କରୁଥିବା ବେଳେ ଲୋକେ ସଚେତନ ହେଉନାହାନ୍ତି। ଆଗକୁ ଏଭଳି ଜଙ୍ଗଲ କ୍ଷୟ ହୁଏ ତାହା ହେଲେ ଏହାର ପ୍ରଭାବ ସିଧାସଳଖ ଲୋକଙ୍କ ଉପରେ ପଡ଼ିବ ଏଥିରେ ସନ୍ଦେହ ନାହିଁ। ଜଙ୍ଗଳ ବଞ୍ଚାଇବାକୁ ହେଲେ ସମସ୍ତେ ଏକଜୁଟ ହୋଇ ଗଛ ଲଗାଇବାର ସମୟ ଆସିଯାଇଛି, ନ ହେଲେ ଝାରସୁଗୁଡ଼ା ଜିଲାର ପରିସ୍ଥିତି ଭୟଙ୍କର ହେବ ବୋଲି ପରିବେଶବିତମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri