ଅଂଶୁଘାତର ପ୍ରତିକାର

”ପୃଥିବୀ ସୃଷ୍ଟି ସମୟରୁ ଖରା, ବର୍ଷା, ଶୀତର ଉପକାରିତା, ପ୍ରକୋପ ଓ ପ୍ରଭାବ ସହ ମନୁଷ୍ୟ ସମାଜ ଓତଃପ୍ରୋତ ଭାବେ ଜଡ଼ିତ ହୋଇ ଏହାର ସାମ୍ନା କରି ଆସୁଅଛି। ଏହା ଏକ ପ୍ରକୃତିଦତ୍ତ ତଥା ସ୍ବାଭାବିକ ଋତୁଚକ୍ରର ପ୍ରକ୍ରିୟା ଅଟେ। ସାମ୍ପ୍ରତିକ ପରିସ୍ଥିତିରେ ମନୁଷ୍ୟକୃତ କେତେକ କୃତ୍ରିମ କାରଣ ହେତୁ ଗ୍ରୀଷ୍ମ ଋତୁରେ ତାପମାତ୍ରା ପ୍ରବଳରୁ ଅତିପ୍ରବଳ ବୃଦ୍ଧି ଥାଏ। ଏଥିଯୋଗୁ ବୃକ୍ଷଲତା, ଜୀବଜଗତ ଓ ମନୁଷ୍ୟ ସମାଜ ନିମନ୍ତେ ଅସହ୍ୟ ଯନ୍ତ୍ରଣାଦାୟକ ପରିସ୍ଥିତି ସୃଷ୍ଟି ହେଉଛି।“

ଆମ ଦେଶ ଭାରତରେ ହେଉଥିବା ଜଳବାୟୁ ପରିବର୍ତ୍ତନ ହେତୁ ଧରାପୃଷ୍ଠରେ ୬ଟି ଋତୁ ପ୍ରତୀୟମାନ ହୋଇଥାଏ। ପ୍ରତି ବର୍ଷ ଗ୍ରୀଷ୍ମ, ବର୍ଷା ଓ ଶୀତର ପ୍ରଭାବ ବାୟୁମଣ୍ଡଳରେ ଅନୁଭୂତ ହୋଇଥାଏ। ଭାରତବର୍ଷରେ ପ୍ରତିବର୍ଷ ଜାନୁଆରୀ ୧୪ ତାରିଖ (ମକର ସଂକ୍ରାନ୍ତି)ଠାରୁ ଜୁନ୍‌ ୨୧ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି। ଗ୍ରୀଷ୍ମ ଋତୁରେ ଦିନ ବଡ଼ ହୋଇ ରାତି ଛୋଟ ହୋଇଥାଏ। ପ୍ରାୟତଃ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ପ୍ରବଳ ଗରମ ଅନୁଭୂତ ହେତୁ ଉକ୍ତ ସମୟରେ ପଦାକୁ ବାହାରିବା ଅନୁଚିତ। ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟରେ କିଛି ଦୂରତା ହ୍ରାସ ପାଉଥିବାରୁ ପୃଥିବୀ ପୃଷ୍ଠରେ ତାପମାତ୍ରା ବୃଦ୍ଧି ପାଇ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ। ଏଥିଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ। ପ୍ରବଳ ଖରାରେ ଯାତାୟାତ କରୁଥିବା ବେଳେ ମନୁଷ୍ୟ ହଠାତ୍‌ ଅଂଶୁଘାତର ଶିକାର ହେବାର ଯଥେଷ୍ଟ ଆଶଙ୍କା ରହିଛି।
ପୃଥିବୀ ସୃଷ୍ଟି ସମୟରୁ ଖରା, ବର୍ଷା, ଶୀତର ଉପକାରିତା, ପ୍ରକୋପ ଓ ପ୍ରଭାବ ସହ ମନୁଷ୍ୟ ସମାଜ ଓତଃପ୍ରୋତ ଭାବେ ଜଡ଼ିତ ହୋଇ ଏହାର ସାମ୍ନା କରିଆସୁଛି। ଏହା ଏକ ପ୍ରକୃତିଦତ୍ତ ତଥା ସ୍ବାଭାବିକ ଋତୁଚକ୍ରର ପ୍ରକ୍ରିୟା ଅଟେ। ସାମ୍ପ୍ରତିକ ପରିସ୍ଥିତିରେ ମନୁଷ୍ୟକୃତ କେତେକ କୃତ୍ରିମ କାରଣ ହେତୁ ଗ୍ରୀଷ୍ମ ଋତୁରେ ତାପମାତ୍ରା ପ୍ରବଳରୁ ଅତିପ୍ରବଳ ବୃଦ୍ଧି ପାଏ। ଏଥିଯୋଗୁ ବୃକ୍ଷଲତା, ଜୀବଜଗତ ଓ ମନୁଷ୍ୟ ସମାଜ ନିମନ୍ତେ ଅସହ୍ୟ ଯନ୍ତ୍ରଣାଦାୟକ ପରିସ୍ଥିତି ସୃଷ୍ଟି ହେଉଛି। ସୂର୍ଯ୍ୟରଶ୍ମିର ତାପମାତ୍ରା ସହ ଜଙ୍ଗଲରେ ମନୁଷ୍ୟ ଦ୍ୱାରା ଅଗ୍ନି ସଂଯୋଗ ହେତୁ, ଗ୍ରାମାଞ୍ଚଳରେ ବହୁଳ ପରିମାଣରେ ଇଟାଭାଟିରେ ଅଗ୍ନି ସଂଯୋଗ, ବିଭିନ୍ନ କଳକାରଖାନାରୁ ନିର୍ଗତ ଗରମ ବାଷ୍ପ, ଜଙ୍ଗଲରୁ ଦୀର୍ଘ ବର୍ଷ ଧରି ତିଷ୍ଠି ରହିଥିବା ବୃକ୍ଷଗୁଡ଼ିକୁ କାଟିବା, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବହୁଳ ପିଚୁ ଓ କଂକ୍ରିଟ ରାସ୍ତା ନିର୍ମାଣ, ସିମେଣ୍ଟ ଦ୍ୱାରା ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ, ସବୁ ଅଞ୍ଚଳରେ ସିମେଣ୍ଟ ଓ ଲୌହ ନିର୍ମିତ ବିଦ୍ୟୁତ୍‌ ଖୁଣ୍ଟ ରହିବା ସହ ଜଙ୍ଗଲ ଓ ଗ୍ରାମାଞ୍ଚଳରେ ବୃକ୍ଷର ପରିମାଣ ହ୍ରାସ ଆଦି କାରଣ ହେତୁ ଗ୍ରୀଷ୍ମ ଦିନେ ସୂର୍ଯ୍ୟଙ୍କ ତାପମାତ୍ରା ବାୟୁମଣ୍ଡଳରେ ଦ୍ୱିଗୁଣିତ ହେଉଛି। ଏହାର ପରିଣାମ ସ୍ବରୂପ ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଉଛି ଏବଂ ହ୍ରାସ ପାଇବାକୁ ଆବଶ୍ୟକତାଠାରୁ ଅଧିକ ସମୟ ନେଉଛି। ଗ୍ରୀଷ୍ମ ଋତୁରେ ଏପରି ପ୍ରବଳ ଗରମରୁ ରକ୍ଷା ପାଇବା ନିମନ୍ତେ ଆମେ ଆମର ନିଜ ନିଜର ଜମି ଓ ବାସଗୃହ ଚତୁଃପାର୍ଶ୍ୱ ବହୁ ପରିମାଣରେ ବୃକ୍ଷ ରୋପଣ କରିବା ଆବଶ୍ୟକ। ଏହାଦ୍ୱାରା ଆମର ପ୍ରକୃତି ଓ ପରିବେଶ ସନ୍ତୁଳିତ ରହିବ। ଏହା ସହ ଆମେ ବିଶୁଦ୍ଧ ଅମ୍ଳଜାନ ପାଇବା ଓ ରୌଦ୍ରତାପକୁ ବହୁପରିମାଣରେ ପ୍ରତିରୋଧ କରିପାରିବା।
ଭାରତୀୟ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ଗ୍ରୀଷ୍ମଋତୁରେ ପ୍ରବଳ ତାପମାତ୍ରାକୁ ପ୍ରତିରୋଧ ତଥା ଅଂଶୁଘାତକୁ ପ୍ରତିରୋଧ ନିମନ୍ତେ କେତେକ ପ୍ରାକୃତିକ ଉପାୟ ବର୍ଣ୍ଣନା କରାଯାଇଅଛି। ଖରାଦିନେ ପ୍ରବଳ ଉତ୍ତାପ ଅନୁଭୂତ ହେଉଥିବା (ଦିବା ୧୧ଟାରୁ ୩ଟା ପର୍ଯ୍ୟନ୍ତ) ସମୟରେ ଯାତାୟାତ ନ କରିବା, ବାସଗୃହ ନିକଟରେ ଥିବା ବୃକ୍ଷର ଛାଇରେ ବିଶ୍ରାମ ନେବା, ଜରୁରୀ କିମ୍ବା ନିହାତି ଦରକାର ପଡ଼ିଲେ ହିଁ ପଦାକୁ ବାହାରିବା ଉଚିତ। ସୂତାରେ ନିର୍ମିତ ବସ୍ତ୍ର, ଧଳା ଟୋପି, କଳା ଚଷମା ଓ ଛତା, ପାଦରେ ଜୋତା ଧାରଣ କରି ଯାତାୟାତ କରିବା ଉଚିତ। ବାସଗୃହରେ ଝରକା ଓ ଦୁଆରବନ୍ଧରେ ସୂତା ନିର୍ମିତ ବହଳିଆ କପଡ଼ା କିମ୍ବା ବେଣା ଘାସର ଚେରରେ ନିର୍ମିତ ପଟି ଟାଙ୍ଗିବା ଦ୍ୱାରା ଶୀତଳ ପବନ ମିଳିଥାଏ। ଏହା ସହ ଗ୍ରୀଷ୍ମ ଋତୁରେ ମାଟି ପାତ୍ରରେ ପାଣି ରଖି ପାନୀୟ ଜଳ ରୂପେ ବ୍ୟବହାର କରନ୍ତୁ। ପଇଡ଼ ପାଣି, ନବାତ ପଣା, ଆଖୁ ରସ ପିଇବା ଉଚିତ। ପଖାଳ ଭାତ, ତୋରାଣି, ଦହି, ଚହ୍ଲା, ଲସି, ଲେମ୍ବୁ ଆଦିରେ ଅଳ୍ପ ଲୁଣ ମିଶାଇ ପାନୀୟ ରୂପେ ସେବନ କରିବା ଉଚିତ। ଅଧିକ ମାତ୍ରାରେ ଜଳୀୟଅଂଶ ଥିବା ତରଭୁଜ, କାକୁଡ଼ି, ଅଙ୍ଗୁର, କମଳା, ସପୁରି ଆଦି ଜୁସ୍‌କୁ ପାନୀୟ ରୂପେ ସେବନ କରିବା ଦ୍ୱାରା ଏହା ପେଟକୁ ଥଣ୍ଡା ରଖିଥାଏ।
ଆମ ଶରୀର ବର୍ଷା, ଖରା ଓ ଶୀତର ପ୍ରଭାବକୁ ଖାପ୍‌ ଖୁଆଇ ଚଳିବା ସହ ଆମ ଶରୀରରେ ତାପମାତ୍ରା ହ୍ରାସ ପାଇବା ଓ ବୃଦ୍ଧି ପାଇବାକୁ ସନ୍ତୁଳିତ ରଖିବା ପାଇଁ ଆମ ଶରୀରର ମସ୍ତିଷ୍କରେ ‘ହାଇପୋଥାଲାମସ’ ନାମକ ଏକ ଗ୍ରନ୍ଥି ରହିଛି। ଶରୀରରେ ଯେତେବେଳେ ଉକ୍ତ ସନ୍ତୁଳିତ ପ୍ରକ୍ରିୟା ହୋଇପାରି ନ ଥାଏ ବା ନିୟନ୍ତ୍ରଣ ପ୍ରକ୍ରିୟା ଶରୀରରେ ଠିକ୍‌ ଭାବେ ହୋଇପାରି ନ ଥାଏ ସେତେବେଳେ ମନୁଷ୍ୟ ସୌର ତାପ ସହ୍ୟ କରି ନ ପାରି ଅଂଶୁଘାତର ଶିକାର ହୋଇଥାଏ। ଜଳବାୟୁରେ ତାପମାତ୍ରା ଅଧିକ ଥିବା ସମୟରେ ମନୁଷ୍ୟ ଯାତାୟାତ କରିବା ଦ୍ୱାରା ଶରୀରରେ ତାପମାତ୍ରା ବୃଦ୍ଧି ପାଇବା ସହ ଶାରୀରିକ ଓ ମାନସିକ ସ୍ତରରେ ସନ୍ତୁଳିତ ଅବସ୍ଥା ସୃଷ୍ଟି ହୋଇଥାଏ। ବେଳେ ବେଳେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯାଇ ମନୁଷ୍ୟ ଚେତା ଶୂନ୍ୟ ହେବା ସହ ଶରୀରରେ ବାତ ମାରିବା ପରି ଲକ୍ଷଣ ଦେଖାଯାଏ। ଶରୀରର ବାହ୍ୟ ଚର୍ମ ଉତ୍ତାପ ଯୁକ୍ତ ଓ ଶୁଷ୍କ ହେବାସହ ଶରୀରରୁ ବେଳେ ବେଳେ ଝାଳ ନିର୍ଗତ ହୁଏ, ଏହା ଦ୍ୱାରା ଦୁର୍ବଳ ଲାଗିବା ସହ ବାନ୍ତି ଲାଗିବା, ମୁଣ୍ଡ ଘୂରାଇବା ଆଦି ଲକ୍ଷଣ ଦେଖାଯାଏ। ଏହି ସମୟରେ ରୋଗୀଙ୍କୁ ତତ୍‌କ୍ଷଣାତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ଉଚିତ। ନଚେତ ରୋଗୀ ମୁତ୍ୟୁମୁଖରେ ପଡ଼ିବାର ଆଶଙ୍କା ରହିଥାଏ। ମୋଟାମୋଟି ଭାବେ ପ୍ରକୃତିର ଜଳବାୟୁ ପରିବର୍ତ୍ତନ ଅନୁଯାୟୀ ଆମ ଶରୀରର ତାପମାତ୍ରା ବୃଦ୍ଧି ପାଇବା ଓ ହ୍ରାସ ପାଇବା ନିୟନ୍ତ୍ରଣ ପ୍ରକ୍ରିୟା ସାଧାରଣତଃ ସ୍ବତଃପ୍ରବୃତ୍ତ ବା ସ୍ବାଭାବିକ ଭାବରେ ହୋଇଥାଏ। ଏହି ପ୍ରକ୍ରିୟାରେ ବ୍ୟତିକ୍ରମ ହେଲେ ଆମ ଶରୀର ଅଧିକ ତାପମାତ୍ରାକୁ ସହ୍ୟ କରି ନ ପାରି ଆମେ ଅଂଶୁଘାତର ଶିକାର ହୋଇଥାଉ। (କ୍ରମଶଃ…)

ଡା. ବସନ୍ତ କୁମାର ଷଢ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri