ଯାଜପୁର ଜିଲା: ଫୋକସ୍‌ରେ ମହିଳା ପ୍ରାର୍ଥୀ

ଯାଜପୁର,୨୬ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନ ୭ ବିଧାନସଭା ଆସନରେ ଆସନ୍ତା ୧ ତାରିଖରେ ଭୋଟଗ୍ରହଣ ହେବ। ପ୍ରାର୍ଥୀ ଓ କର୍ମୀମାନେ ଗାଁକୁ ଗାଁ ବୁଲୁଥିବାରୁ ଗ୍ରାମାଞ୍ଚଳରେ ନିର୍ବାଚନୀ ପରିବେଶ ସରଗରମ ହୋଇଛି। ଏଥର ବିଜେଡି ଜିଲାର ଲୋକ ସଭା ଆସନ ସମେତ ୪ ବିଧାନସଭା ନିର୍ବାଚନମଣ୍ଡଳୀ ବିଞ୍ଝାରପୁର, ବଡ଼ଚଣା, ଯାଜପୁର ଓ କୋରେଇରେ ମହିଳା କାର୍ଡ ଖେଳିଛି। ଭାଜପା ମଧ୍ୟ ଏଥର ବିଞ୍ଝାରପୁର, ଧର୍ମଶାଳା ଏବଂ କଂଗ୍ରେସ କୋରେଇ ଓ ବିଞ୍ଝାରପୁରରେ ମହିଳା ପ୍ରାର୍ଥୀ ଦେଇ ବିଜୟୀ ହେବାର ଲକ୍ଷ୍ୟରେ ରହିଛନ୍ତି।

ଏଥର କିଏ ଜିତିବ ଏବଂ କିଏ ହାରିବ ସେନେଇ ସବୁଠି ଭୋଟରମାନଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି। ଗତ ନିର୍ବାଚନରେ ବିଞ୍ଝାରପୁର ଓ ବରୀରୁ ୨ ଜଣ ମହିଳା ବିଜୟୀ ହୋଇଥିଲେ। ଏଥର ବିଞ୍ଝାରପୁରରେ ପ୍ରମିଳା ମଲ୍ଲିକ ଲଗାତର ୫ମ ଥର ବିଜୟୀ ହେବା ଲକ୍ଷ୍ୟରେ ଥିବାବେଳେ ତାଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଉଛନ୍ତି ଭାଜପା ପ୍ରାର୍ଥିନୀ ବବିତା ମଲ୍ଲିକ ଏବଂ କଂଗ୍ରେସ ପ୍ରାର୍ଥିନୀ କନକଲତା ମଲ୍ଲିକ। ୨୦୧୯ ଅପେକ୍ଷା ଏଥର ପ୍ରମିଳା ଓ ବବିତାଙ୍କ ମଧ୍ୟରେ ଲଢ଼େଇ ଅଧିକ ଜୋରଦାର ହୋଇଛି। ହାରଜିତ୍‌ର ବ୍ୟବଧାନ ମଧ୍ୟ ହ୍ରାସ ପାଇବ ବୋଲି ଆଲୋଚନା ହେଉଛି। ବରୀରେ ବିଧାୟିକା ସୁନନ୍ଦା ଦାସଙ୍କୁ ଟିକେଟ ନ ଦେଇ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ଏଠାରେ ଭାଜପାରୁ ଉମେଶ ଜେନା ଓ କଂଗ୍ରେସରୁ ଦେବାଶିଷ ନାୟକ ପ୍ରାର୍ଥୀ ହୋଇଥିବାବେଳେ ତ୍ରିମୁଖୀ ଲଢେଇ ହେଉଥିବାର ଚର୍ଚ୍ଚା ହେଉଛି। କୋରେଇରେ କଂଗ୍ରେସରୁ ବନ୍ଦିତା ପରିଡ଼ା ଓ ବିଜେଡିରୁ ସନ୍ଧ୍ୟାରାଣୀ ଦାସଙ୍କ ମଧ୍ୟରେ ଲଢ଼େଇ ରୋଚକ ହେଉଛି। ବିଜେଡିର ସନ୍ଧ୍ୟାରାଣୀଙ୍କ ନିର୍ବାଚନୀ ପ୍ରଚାରରେ ବର୍ତ୍ତମାନର ବିଧାୟକ ଅଶୋକ ବଳ ଓ ବ୍ୟାସନଗର ପୌର ପରିଷଦର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ଉପସ୍ଥିତି ସେତେଟା ମନେ ହେଉନାହିଁ, ଯାହାକି ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ଭାଜପାରୁ ଆକାଶ ଦାସନାୟକ ଦ୍ୱିତୀୟ ଥର ପାଇଁ ବିଧାୟକ ଦୌଡ଼ରେ ରହିଛନ୍ତି। ସେ ଘରକୁ ଘର ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି।

ବଡ଼ଚଣାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ପ୍ରାର୍ଥୀ କରି ଅନ୍ୟତମ ମହିଳା କାର୍ଡ ଖେଳିଛି। ତେବେ ଗତ ନିର୍ବାଚନରେ ଭାଜପାର ଅମର ନାୟକ ମାତ୍ର ୧,୪୮୫ ଭୋଟରେ ହାରିଥିବାରୁ ଏଥର ତାଙ୍କୁ ଭୋଟର କରିବେ ନାହିଁ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ହେଲେ ବର୍ଷା ମହିଳାମାନଙ୍କୁ ନେଇ ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ତାଙ୍କ ନାମରେ ଥିବା ୨୦ରୁ ଊର୍ଦ୍ଧ୍ୱ ଆପରାଧିକ ମାମଲାକୁ ନେଇ ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ହେଉଛି।

ସେହିପରି ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ବିଜେଡିର ହେଭିଓ୍ବେଟ ନେତା ତଥା ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ ଜଣେ ମହିଳାଙ୍କୁ ସୁଯୋଗ ଦେଇ ସେ ସମ୍ବଲପୁର ଲୋକ ସଭା ଆସନରେ ପ୍ରାର୍ଥୀ ହୋଇଛନ୍ତି। ଏହାର ସୁଯୋଗରେ ଭାଜପା ପ୍ରାର୍ଥୀ ଗୌତମ ରାୟ ଏଥର ବିଜୟୀ ହେବାର ଆଶା ବାନ୍ଧିଛନ୍ତି। ଏଠାରେ ବିଜେଡି ଓ ଭାଜପା ମଧ୍ୟରେ କଡା ଟକ୍କର ହେଉଥିବା ଆଲୋଚନା ହେଉଛି। ଧର୍ମଶାଳାରେ ଭାଜପାରୁ ସ୍ମୃତିରେଖା ପହି ପ୍ରାର୍ଥୀ ହୋଇଥିଲେ ହେଁ ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ଓ ବିଜେଡିର ପ୍ରଣବ ବଳବନ୍ତରାୟଙ୍କ ମଧ୍ୟରେ ମୁକାବିଲା ହେଉଥିବା ଆଲୋଚନା ହେଉଛି। ସେହିପରି ଯାଜପୁର ଲୋକସଭା ଆସନ ପାଇଁ ବିଜେଡିରୁ ଶର୍ମିଷ୍ଠା ସେଠୀ, ଭାଜପାରୁ ରବୀନ୍ଦ୍ର ନାରାୟଣ ବେହେରା ଓ କଂଗ୍ରେସରୁ ଅଞ୍ଚଳ ଦାସ ପ୍ରାର୍ଥୀ ହୋଇଛନ୍ତି ା ହେଲେ ଏଠାରେ ଶର୍ମିଷ୍ଠା ଓ ରବୀନ୍ଦ୍ର ନାରାୟଣଙ୍କ ମଧ୍ୟରେ ମୁକାବିଲା ହେଉଥିବା ଆଲୋଚନା ହେଉଛି। ତେବେ ଯାଜପୁର ଜିଲାର ଆସନଗୁଡ଼ିକରେ ପ୍ରମୁଖ ୩ଟି ଦଳ ମହିଳା ପ୍ରାର୍ଥୀ କରି କେତେ ସଫଳ ହେଉଛନ୍ତି ତାହା ଜୁନ୍‌ ୪ରେ ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri