ଆଜି ସରିବ ଲାଲ୍‌ଚାନ୍ଦର ସ୍ବତନ୍ତ୍ର ଅକ୍ଷୟତୃତୀୟା ଅଫର

ଭୁବନେଶ୍ୱର,୧୨।୫ (ଅଭୟ ଦାଶ): ଲାଲ୍‌ଚାନ୍ଦ ଜୁଏଲର୍ସର ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର ରବିବାର ଶେଷ ହେଉଛି। ଏହି ଅଫର ୨୦୨୪ ମେ ୫ରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବାବେଳେ ଚଳିତ ମାସ ୧୨ରେ ବିଧିବଦ୍ଧ ଭାବେ ମଧ୍ୟ ଶେଷ ହେଉଛି।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ଏକ ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକି ସୁନା, ରୁପା ଏବଂ ହୀରାର ସର୍ବୋତ୍କୃଷ୍ଟ ସଂଗ୍ରହ ଉପରେ ଆକର୍ଷଣୀୟ ରିହାତି ସାଙ୍ଗକୁ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନାଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍‌ ପିଛା ଫ୍ଲାଟ୍‌ ୭୯୯ ଟଙ୍କା ରହିଥିଲାବେଳେ ହୀରା ଗହଣା ଉପରେ ଶୂନ୍ୟ (୦) ଗଢ଼ା ମଜୁରି ବା ବିନା ଗଢ଼ା ମଜୁରିରେ ଗ୍ରାହକମାନେ ହୀରା ଗହଣା କ୍ରୟ କରିପାରିବେ ଏବଂ ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ପ୍ରତି ଗ୍ରାମକୁ ଫ୍ଲାଟ୍‌ ୧୩ଟଙ୍କାରେ ଯୋଗାଇ ଦିଆଯାଉଛି।

ସେହିଭଳି ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ସମସ୍ତ ଷ୍ଟୋରରେ ଏସ୍‌ବିଆଇ କାର୍ଡ ଉପଭୋକ୍ତାଙ୍କ ପାଇଁ ବିଶେଷ ଅଫର ମଧ୍ୟ ରଖାଯାଇଛି। ଏପରିକି ସର୍ବନିମ୍ନ ୩୦,୦୦୦ ଟଙ୍କାର କ୍ରୟ ଉପରେ ସର୍ବାଧିକ ୨,୫୦୦ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ଅଫର ପ୍ରଦାନ କରାଯାଉଛି। ଏହି ଅଫର ୨୦୨୪ ମେ ୧୨ ପର୍ଯ୍ୟନ୍ତ ବୈଧ ରହିଛି। ଏଥିସହ ବିଆଇଏସ୍‌ ହଲ୍‌ମାର୍କଯୁକ୍ତ ପୁରୁଣା ସୁନାର ଏକ୍ସଚେଞ୍ଜ ଉପରେ ୧୦୦% ସୁନା ମୂଲ୍ୟ ପ୍ରଦାନ କରାଯାଉଥିବା ଲାଲ୍‌ଚାନ୍ଦ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଲାଲ୍‌ଚାନ୍ଦ୍‌ ପ୍ରାରମ୍ଭରୁ ଗ୍ରାହକ ସଚେତନତା ପାଇଁ ସର୍ବଦା ମିଡିଆ ଅଭିଯାନ ଚଳାଇଆସୁଛି। ବର୍ତ୍ତମାନ ଅନ୍ୟ ଜୁଏଲର୍ସମାନେ ମୂଳ ଗଢ଼ା ମଜୁରିକୁ ଲୁଚାଇ ବର୍ଦ୍ଧିତ ଗଢ଼ା ମୂଲ୍ୟ ଉପରେ ୨୫% ଓ ୫୦% ଭଳି ରିହାତି ପ୍ରଦାନ କରୁଛନ୍ତି। ତେଣୁ ଏପରି ମିଛ ଅଫରଠାରୁ ଦୂରେଇ ରହିବା ସହ ସର୍ବଦା ଫ୍ଲାଟ୍‌ ଓ ସ୍ବଚ୍ଛ ଗଢ଼ା ମଜୁରିକୁ ଚୟନ କରିବା ଉପରେ ଲାଲ୍‌ଚାନ୍ଦ୍‌ ଗୁରୁତ୍ୱ ଦେଇଆସୁଛି ବୋଲି ଲାଲ୍‌ଚାନ୍ଦ୍‌ ଗ୍ରୁପର ଫାଉଣ୍ଡର ଚେୟାରମ୍ୟାନ୍‌ ସଞ୍ଜୟ ହଂସ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri