Posted inଫୁରସତ

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ୧ ଲକ୍ଷ ଟଙ୍କାର ଲ୍ୟାପ୍‌ଟପ୍‌: ମିଳିଲା ଏମିତି କିଛି, ଗ୍ରାହକଙ୍କ ହେଶ୍‌ ଉଡିଲା

ନୂଆଦିଲ୍ଲୀ,୯।୫: ଅନଲାଇନ ଶପିଂ ଆପ୍‌ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। କିନ୍ତୁ ଅନଲାଇନ ଆପଗୁଡ଼ିକର ବିଶ୍ୱସନୀୟତା ଧୀରେ ଧୀରେ ହ୍ରାସ ପାଉଛି। ଏହାର କାରଣ ଗ୍ରାହକମାନଙ୍କୁ ସଠିକ ଉତ୍ପାଦ ପ୍ରଦାନ ନ କରିବା ଏବଂ ସେମାନଙ୍କୁ ପ୍ରତାରଣା କରିବା। ଏହି ସମୟରେ ସୋସିଆଲ ମିଡିଆରେ ମଧ୍ୟ ସମାନ ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ମାମଲା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି ।ଏହି ଭିଡିଓ ଭାଇରାଲ ହେଉଛି।
ଜଣେ ବ୍ୟକ୍ତି ଅନ୍ଲାଇନ ଶପିଂ ଆପ ଆମାଜନରୁ ୧ ଲକ୍ଷ ଟଙ୍କା ମୂଲ୍ୟର ଏକ ଲାପଟପ କିଣିଥିଲେ। ବ୍ୟକ୍ତ ଜଣଙ୍କ ପ୍ରଥମେ ଲାପଟପ ଦେଖି ଭାବିଥିଲେ ଯେ ସେ ୧ ଲକ୍ଷ ଟଙ୍କାରେ ଚକଚକିଆ ନୂଆ ଲାପଟପ ପାଇଛନ୍ତି, କିନ୍ତୁ ଏହା ବଦଳରେ ସେ ଏକ ବ୍ୟବହୃତ ଲାପଟପ ତାଙ୍କୁ ମିଳିଛି। ସେ ଏକ ଭିଡିଓ ପ୍ରସ୍ତୁତ କରି କମ୍ପାନୀକୁ ଟ୍ୟାଗ କରିଛନ୍ତି ଏବଂ ଏହା ଉପରେ ଅଭିଯୋଗ କରିଛନ୍ତି।
ଏହି ପୋଷ୍ଟରେଗ୍ରୋହକ ଜଣଙ୍କ ଲେଖିଛନ୍ତି ଯେ ସେ ଏପ୍ରିଲ ୩୦ରେ ଆମାଜନରୁ ଏକ ଲିନୋଭୋ ଲାପଟପ ଅର୍ଡର କରିଥିଲେ ଏବଂ ଏହା ମେ ୭ରେ ଏହା ପହଞ୍ଚିଥିଲା। କିନ୍ତୁ ଯେତେବେଳେ ସେ ଲିନୋଭୋର ଅଫିସିଆଲ ସାଇଟରେ ୱାରେଣ୍ଟି ଅବଧି ଯାଞ୍ଚ କଲେ, ଏହା ଡିସେମ୍ବର ୨୦୨୩ରେ ଆରମ୍ଭ ହୋଇଥିଲା। ଏଥିରୁ ଏହା ସ୍ପଷ୍ଟ ହେଲା ଯେ ଲାପଟପ ମଧ୍ୟ ପୂର୍ବରୁ ବ୍ୟବହୃତ ହୋଇଥିଲା। ଗ୍ରାହକ ଲେଖିଛନ୍ତି, ଆମାଜନ ମୋ ସହ ପ୍ରତାରଣା କରିଛି।
ଅନେକ ୟୁଜର୍ସ ଏହି ପୋଷ୍ଟରେ ସେମାନଙ୍କର ମତାମତ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଆମାଜନ ଧୀରେ ଧୀରେ ବିଶ୍ୱାସ ହରାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଖରାପ କିଡ୍‌ନୀ ବଦଳରେ କାଢ଼ି ନେଲେ ସୁସ୍ଥ କିଡ୍‌ନୀ, ତାପରେ…

ନୂଆଦିଲ୍ଲୀ,୨।୬: ଜଣେ ମହିଳାଙ୍କ ପେଟରୁ ଖରାପ କିଡନୀ ବଦଳରେ ସୁସ୍ଥ କିଡନୀ କାଢ଼ି ନେଇଛନ୍ତି ଡାକ୍ତର। ରାଜସ୍ଥାନ ଝୁନ୍‌ଝୁନ୍‌ର ମହିଳାଙ୍କ ପରିବାର ଡାକ୍ତରଙ୍କ ନାମରେ ଗୁରୁତର...

ଗରିବଙ୍କ ଅପେକ୍ଷା ଧନୀ ଲୋକମାନଙ୍କ ପ୍ରତି କର୍କଟ ରୋଗର ବିପଦ ଅଧିକ, ନୂତନ ଅଧ୍ୟୟନରୁ ଖୁଲାସା

ନୂଆଦିଲ୍ଲୀ,୨ା୬: ସାଧାରଣରେ ବିଶ୍ୱାସ କରାଯାଏ ଯେ କମ୍ ରୋଜଗାର କରୁଥିବା ଲୋକମାନେ ଅଧିକ ଅର୍ଥ ଥିବା ଲୋକଙ୍କ ଅପେକ୍ଷା ଅଧିକ ରୋଗର ଶିକାର ହୁଅନ୍ତି। ତଥାପି,...

୧୧ ଥର ପରୀକ୍ଷା ଦେଇ ମାଟ୍ରିକ୍‌ ପାସ୍‌ କଲେ କୃଷ୍ଣ

ବିଡ୍‌: ମହାରାଷ୍ଟ୍ରର ବିଡ୍‌ ଜିଲା ପାର୍ଲୀ ସ୍ଥିତ ରତ୍ନେଶ୍ୱର ବିଦ୍ୟାଳୟର କୃଷ୍ଣ ନାମଦେବ ମୁଣ୍ଡେ ନାମକ ଜଣେ ଛାତ୍ର ଏକାଦଶତମ ପ୍ରୟାସରେ ଦଶମ ବୋର୍ଡ ପରୀକ୍ଷାରେ...

ନାକରେ ଟାଇପ୍‌ କରି ଗିନିଜ ୱାଲର୍‌ଡ ରେକର୍ଡ କଲେ ବିନୋଦ

ନୂଆଦିଲ୍ଲୀ: ୪୪ ବର୍ଷୀୟ ବିନୋଦ କୁମାର ଚୌଧୁରୀ ନାମକ ଜଣେ ଭାରତୀୟ ବ୍ୟକ୍ତି ହାତରେ ନୁହେଁ ବରଂ ନିଜ ନାକରେ ଟାଇପ୍‌ କରି ତୃତୀୟ ଥର...

ପ୍ରଥମ ଥର ପାଇଁ ମା’ଙ୍କୁ ଏଟିଏମ୍‌ରୁ ଟଙ୍କା ବାହାର କରିବା ଶିଖାଇଲେ ଝିଅ, ଦୃଶ୍ୟ ଦେଖି ଆଖିରେ ଆସୁଛି ଲୁହ-Video

ଆଜିକାଲିର ସମାଜକୁ ଦେଖିଲେ ଏଭଳି କହିବା ଠିକ ହେବ ଯେ ଆମମାନଙ୍କର ମା’ ହେଉଛନ୍ତି ଅନ୍ତିମ ଜେନେରେଶନ୍‌, ଯାହାଙ୍କୁ ମୋବାଇଲ ଏବଂ ଅନ୍ୟ ଆଧୁନିକ ଉପକରଣ...

ପୁଷ୍ଟିକର ଖାଦ୍ୟରେ ଦୁଗ୍ଧର ଭୂମିକା

ଦୁଗ୍ଧ ହେଉଛି ବିଭିନ୍ନ ଖାଦ୍ୟ ମଧ୍ୟରେ ମନୁଷ୍ୟ ତଥା ସମସ୍ତ ସ୍ତନ୍ୟପାୟୀ ପ୍ରାଣୀଙ୍କ ପାଇଁ ପ୍ରକୃତିର ଶ୍ରେଷ୍ଠ ଦାନ। ଆମ ବିଶ୍ୱରେ ଏପରି ଏକ କୌଣସି...

ଭଗବାନ୍‌ଙ୍କ ସବୁଠୁ ମୂଲ୍ୟବାନ୍‌ ଉପହାର ମାତାପିତା

ଭାରତୀୟ ସଂସ୍କୃତିରେ ମାତାପିତାଙ୍କୁ ଚଳନ୍ତି ଭଗବାନ ମାନ୍ୟତା ଦିଆଯାଇଛି। କୁହାଯାଏ ଯେ, ମାତାପିତା ହେଉଛନ୍ତି ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ସବୁଠାରୁ ମୂଲ୍ୟବାନ ଉପହାର ଏବଂ ଜୀବନରେ...

Exit Poll: କିଭଳି କରାଯାଏ ଏକ୍‌ଜିଟ୍‌ ପୋଲ୍‌? ଏହାର ନିୟମ ଭାଙ୍ଗିଲେ ଦଣ୍ଡ କ’ଣ…

ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ଭୋଟିଂ ପାଇଁ ମତଦାନ ଜୁନ ୧ ରେ ଅନୁଷ୍ଠିତ ହେବ। ଏହା ପରେ, ସମସ୍ତଙ୍କର ନଜର ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri