କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର

ଦେବଗଡ଼,୯।୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ଦର ୩୧ଶହ ଟଙ୍କା ଧାର୍ଯ୍ୟ ହେବ। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ ଦିଆଯିବ। କେନ୍ଦୁପତ୍ରର ମୂଲ୍ୟ ବୃଦ୍ଧି କରାଯାଇ ବିଡା ପ୍ରତି ୨ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯିବ। ତୋଳାଳି ଓ ବନ୍ଧାଳିମାନଙ୍କୁ ଅଧିକ ବୋନସ ଦିଆଯିବ। ରାଜ୍ୟର ସବୁ ଗରିବଙ୍କୁ ଘର ଦିଆଯିବ। ସୋଲାର ଏନର୍ଜୀ ମଧ୍ୟ ଯୋଗାଇ ଦିଆଯିବ। ରାଜ୍ୟରେ ଦେଶୀ ମଦ ସମ୍ପୂର୍ଣ୍ଣ ଭାବେ ନିସିଦ୍ଧ କରାଯିବ। ଓଡ଼ିଶାକୁ ୨ଦିନ ତଳେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଗ୍ୟାରେଣ୍ଟିକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ ବୋଲି ବୁଧବାର ଦେବଗଡ ଜିଲା ତିଲେଇବଣି ଖେଳ ପଡିଆଠାରେ ଆୟୋଜିତ ଭାଜପାର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଭାଜପା ସଭାପତି ଅରୁଣ କୁମାର ସାହୁଙ୍କ ସଭାପତିତ୍ୱ ଓ ବିଧାୟକ ତଥା ଭାଜପା ବିଧାନସଭା ପ୍ରାର୍ଥୀ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଆୟୋଜିତ ସମାବେଶରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ବିଜେଡି ଶାସନ କରି ଆସୁଛି। ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରୁଛନ୍ତି ବୋଲି କହୁଥିବା ବେଳେ ସେ ଭିଡିଓରେ କଥା କହୁଛନ୍ତି ଓ ତାଙ୍କ ଗୁମାସ୍ତା ରିମୋଟ୍‌ ଧରି ପରିଚାଳନା କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଜୀ ଟଙ୍କା ପଠାଉଥିବା ବେଳେ ରାଜ୍ୟ ସରକାର ଲୋକଙ୍କୁ ପାଇପ ପାଣି ଯୋଗାଇବାରେ ବିଫଳ ହୋଇଛନ୍ତି। ଚାଷ ଜମିକୁ ଜଳସେଚନ ହେଉନାହିଁ। ସ୍କୁଲରେ ଶିକ୍ଷକ ନାହାନ୍ତି କି ଡାକ୍ତରଖାନାରେ ଡାକ୍ତର ନାହାନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିବା ସହ ଇଏ କି ପ୍ରକାର ବିକାଶ ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ। ଏବେ ରାଜ୍ୟରେ ଦେଶୀ ମଦ କାରବାର ଅନିୟନ୍ତ୍ରିତ ଥିବା ଦର୍ଶାଇ ଏହା ଦ୍ୱାରା ମହିଳାମାନେ ନିର୍ଯାତିତା ହେଉଛନ୍ତି। ଓଡ଼ିଶାରେ ଭାଜପା କ୍ଷମତାକୁ ଆସିଲେ ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ ବୋଲି ଉକ୍ତ ସଂକଳ୍ପ ସମାବେଶରେ ପ୍ରତିଶ୍ରୁତି ଦେବା ସହ ଏଥର ଲୋକେ ପରିବର୍ତ୍ତନ ଚାହୁଁଥିବା ଦର୍ଶାଇ ଉଭୟ ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ଅବସରରେ ଦେବଗଡ ପୌର ପରିଷଦର ପୂର୍ବତନ କାଉନସିଲର ମୀନାକ୍ଷୀ ମିଶ୍ରଙ୍କ ସମେତ ତିଲେଇବଣି ବ୍ଲକର ବହୁ ଯୁବକ ଆନୁଷ୍ଠାନିକ ଭାବେ ଭାଜପାରେ ଯୋଗଦେଇଥିଲେ। ସମାବେଶରେ ସମ୍ବଲପୁର ଜିଲା ଭାଜପା ସଭାପତି ଗୋବିନ୍ଦ ଅଗ୍ରୱାଲା, ଜିଲା ଭାଜପା ସାଧାରଣ ସମ୍ପାଦକ ସଚ୍ଚିକାନ୍ତ ଦାଶ, ତିଲେଇବଣି ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ, ଉପାଧ୍ୟକ୍ଷ ଆରତୀ ପ୍ରଧାନ, ଜିଲା ଭାଜପା ଉପସଭାପତି ରଞ୍ଜିତ କୁମାର ପଟେଲ, ମଣ୍ଡଳ ସଭାପତି ଯୋଗେଶ ଚନ୍ଦ୍ର ପ୍ରଧାନ, ବୀରେନ କୁମାର ନାୟକ, ମାଧବୀ ଦେବୀ, ରୋହିତ ଗଙ୍ଗଦେବ, ପ୍ରଣବ କୁମାର ପ୍ରଧାନ, ନିବେଦିତା ନାୟକ ଓ ନବୀନ କୁମାର ପାଣିଙ୍କ ସମେତ ବହୁ ଭାଜପା ନେତା ନିଜର ବକ୍ତବ୍ୟ ଉପସ୍ଥାପନ କରି ଦଳୀୟ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର କାତି ଚୋଟରେ ମା’ ଗୁରୁତର

ଦିଗପହଣ୍ଡି,୨ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସାହାଣୀ ସାହିରେ ରବିବାର ପାରିବାରିକ ହିଂସାରୁ ପୁଅର କାତି ଚୋଟରେ ମା’ ଗୁରୁତର ହୋଇଛନ୍ତି। ଗୁରୁତର ଆହତ ପଦ୍ମିନୀ ଦାସଙ୍କୁ...

ଶାଗୁଆନ କାଠ ପଟା ହେଉଥିଲା ଚାଲାଣ: ମାଡ଼ି ବସିଲା ବନ ବିଭାଗ

କୁଆଁରମୁଣ୍ଡା,୨ା୬(ମହେନ୍ଦ୍ର କୁମାର ସାହୁ): ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ବନ ରେଞ୍ଜ ଅଞ୍ଚଳର ବିର୍ଡା ସେକ୍ସନରୁ ଚୋରା ଶାଗୁଆନ ଓ ଶାଳ କାଠ ପଟା ଚାଲାଣ...

ତାଣ୍ଡବ ରଚିଲା କାଳବୈଶାଖୀ: ଉପୁଡିଲା ବିଦ୍ୟୁତ୍‌ ଖୁଣ୍ଟ, ବଡ଼ ଗଛ ଧରାଶାୟୀ

କୋକସରା,୨ା୬ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକ ଅଞ୍ଚଳରେ ରବିବାର ତାଣ୍ଡବ ରଚିଛି କାଳବୈଶାଖୀ। ଅପରାହ୍ନରେ ପ୍ରବଳ ପବନ ସହ ବର୍ଷା ଯୋଗୁ ବ୍ଲକର...

କାଳସାଜିଲା କାଳବୈଶାଖୀ:ଧାନ ଶୁଖାଇବାକୁ ପକ୍କା ରାସ୍ତା ଭରସା

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଚାଷୀଙ୍କ ଦୁଃଖ ସରୁନି। ବର୍ତ୍ତମାନ ରବି ଧାନ ଅମଳ ସହିତ ଧାନ କିଣାବିକା ଚାଲିଥିବାବେଳେ ଚାଷୀଙ୍କୁ କାଳବୈଶାଖୀ କାଳ ସାଜିଛି। ଅମଳ...

ଆମ୍ବ ଗଛ ତଳେ ନେଉଥିଲେ ବିଶ୍ରାମ, ମାରିଲା ଘଡ଼ଘଡ଼ି:୨ ଶ୍ରମିକ ମୃତ

ଦିଗପହଣ୍ଡି/ପାଟପୁର,୨।୬(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ସାନଖେମୁଣ୍ଡି ବ୍ଲକ ପାଟପୁର ଗାନ୍ଧୀ ଛକ ମହାଲକ୍ଷ୍ମୀ ମନ୍ଦିର ନିକଟରେ ଥିବା ଆମ୍ବ ଗଛ ତଳେ ବିଶ୍ରାମ ନେଉଥିବା ସମୟରେ...

ବାଲିଗୁଡ଼ା, ଜି.ଉଦୟଗିରି ବିଧାନସଭା: ଆଉ ଦିନକ ପରେ ଗଣତି, ବଢୁଛି ହୃଦ୍‌ସ୍ପନ୍ଦନ

ବାଲିଗୁଡ଼ା,୨ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସମେତ ସାରା ଦେଶରେ ଏଥର ସାଧାରଣ ନିର୍ବାଚନ ନିମନ୍ତେ ସରିଛି ଭୋଟ୍‌ ଗ୍ରହଣ। ଆଉ ଦିନକ ବିରତି ପରେ ମଙ୍ଗଳବାର...

ଏକଜିଟ ପୋଲ୍‌ ଉପରେ ଏଭଳି ବୟାନ ରଖିଲେ ଜୟନାରାୟଣ: ଏଥର ବିଧାନସଭାରେ…

ସମ୍ବଲପୁର,୨।୬: ୨୦୨୪ ନିର୍ବାଚନକୁ ନେଇ ବୁଥ ଫେରନ୍ତା ଭୋଟରଙ୍କ ମତାମତକୁ ନେଇ ଆସିଥିବା ଏକଜିଟ ପୋଲ୍‌ ଉପରେ ବଡ ବୟାନ ରଖିଛନ୍ତି ଭାଜପା ବିଧାୟକ ଜୟନାରାୟଣ...

ବାଲିଗୁଡ଼ାର ଦୁଇଟି ସ୍ଥାନରେ ହେବ ଭୋଟ୍‌ ଗଣତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବାଲିଗୁଡ଼ା,୨ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ଓଡ଼ିଶାରେ ଆସନ୍ତା ୪ ତାରିଖରେ ଭୋଟ୍‌ ଗଣତି ହେବ। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri