ଦମ୍‌ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର

ଭୁବନେଶ୍ୱର/ହିଞ୍ଜିଳିକାଟୁ/ଶେରଗଡ଼/ଖଲ୍ଲିକୋଟ,୮ା୫(ଅନିଲ ଦାସ/ ଦ୍ୱିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟନାରାୟଣ ଦାଶ/ପ୍ରଶାନ୍ତ ମିଶ୍ର):କିଛିଲୋକ ଦିନରେ ସ୍ବପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ଭାଜପାକୁ ଯଦି ପଚାରିବେ ତୁମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? କିଛି ଉତ୍ତର ଦେଇପାରିବେ ନାହିଁ। ଦମ୍‌ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ। ଦେଖିବେ ୧୦ ପ୍ରତିଶତ ଭୋଟ ବି ପାଇବେ ନାହିଁ ବୋଲି ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ମଙ୍ଗଳବାର ପାଣ୍ଡିଆନ ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ ମାରାଥନ ନିର୍ବାଚନ ପ୍ରଚାର ଓ ରୋଡ୍‌ ଶୋ’ କରିଛନ୍ତି। ଆରମ୍ଭରେ ସେ ଗୋପାଳପୁରର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରକୁ ଯାଇ ବାବାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ସେ କହିଛନ୍ତି, ଜାତୀୟ ଦଳଗୁଡ଼ିକ ହାଇକମାଣ୍ଡ ଉପରେ ନିର୍ଭରଶୀଳ। ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ମୁଖ୍ୟମନ୍ତ୍ରୀ ହେଲେ, ସେମାନେ ଓଡ଼ିଶାବାସୀଙ୍କ ପ୍ରତି ନୁହେଁ, ବରଂ ହାଇକମାଣ୍ଡ ପ୍ରତି ଉତ୍ତରଦାୟୀ ରହିବେ। ସେ ଦିଲ୍ଲୀରୁ ରିମୋଟ୍‌ କଣ୍ଟ୍ରୋଲରେ ଚାଲିବେ। କିନ୍ତୁ ନବୀନବାବୁ ଆପଣମାନଙ୍କ ପାଖରେ ଉତ୍ତରଦାୟୀ। ତାଙ୍କ ରିମୋଟ୍‌ ୪.୫୦ କୋଟି ଓଡ଼ିଶାବାସୀଙ୍କ ପାଖରେ ଅଛି।
୧୦ ବର୍ଷ ହେଲା ଜଣେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କ ଦଳର ମଧ୍ୟ ତାଙ୍କ ଉପରେ ଆସ୍ଥା ନାହିଁ। ତା’ହେଲେ ଲୋକେ କେମିତି ଆସ୍ଥା ରଖିବେ। ଭାଜପାର କେନ୍ଦ୍ରୀୟ ନେତୃବୃନ୍ଦ କହୁଛନ୍ତି ଯେ ଜୁନ୍‌ ୪ରେ ଗଣତି ସରିବା ପରେ ୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଓଡ଼ିଶାବାସୀ ନିର୍ଣ୍ଣୟ କରିବେ ନା ଭାଜପା ହାଇକମାଣ୍ଡ। ଭାଜପା ଯଦି ଶାସନକୁ ଆସେ, ତା’ହେଲେ ଓଡ଼ିଶା ୨୪ବର୍ଷ ପଛକୁ ପଳାଇବ। ଆଗରୁ କଂଗ୍ରେସ ଦଳ ବି ଥିଲା। ବନ୍ୟା, ବାତ୍ୟା ସବୁଥିରେ କେନ୍ଦ୍ରକୁ ପଚାରିବେ। ତେଣୁ ସେତେବେଳେ କିଛି କାମ ହୋଇପାରିନି। ମହାବାତ୍ୟା ସମୟରେ କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିବାରୁ ବିପୁଳ ଧନ ଜୀବନ କ୍ଷୟକ୍ଷତି ଘଟିଥିଲା। ଖଲ୍ଲିକୋଟରେ ଆୟୋଜିତ ନିର୍ବାଚନୀ ସଭାରେ ପ୍ରଥମେ ଖଲ୍ଲିକୋଟର ଦିବଂଗତ ରାଣୀମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ ଯେ ରାଣୀମା’ ଆମ ସମସ୍ତଙ୍କ ହୃଦୟରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ରାଣୀମା’ଙ୍କୁ ବହୁତ ସମ୍ମାନ କରନ୍ତି, ରାଣୀମା’ ମୋ ପାଇଁ ଓ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲେ। ଖଲ୍ଲିକୋଟର ବିକାଶ ପାଇଁ ରାଣୀମା’ଙ୍କ ଅବଦାନ ଅତୁଳନୀୟ ଥିଲା। ପରେ ସଭାରେ ଓଡ଼ିଶାର ବିକାଶ ଉପରେ ବିରୋଧୀଙ୍କ ମନ୍ତବ୍ୟ ଉପରେ ଟିପ୍ପଣୀ ଦେଇ ପାଣ୍ଡିଆନ କହିଛନ୍ତି ଯେ ଓଡ଼ିଶାର ବିକାଶ ଓ ରୂପାନ୍ତର ସମସ୍ତଙ୍କୁ ଦେଖାଯାଉଛି, କିନ୍ତୁ ବିରୋଧୀଙ୍କୁ ଦେଖାଯାଉନାହିଁ। ଆପଣଙ୍କ ମୁହଁରେ ହସ ଫୁଟିଲେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ହସ ଫୁଟେ। ଉପସ୍ଥିତ ଜନତାଙ୍କୁ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ପଚାରିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କୁ ଆପଣମାନେ ଭଲ ପାଉଛନ୍ତି କି? ପ୍ରତ୍ୟୁତ୍ତରରେ ସମବେତ ଜନତା ଉଚ୍ଛ୍ବସିତ ସ୍ବରରେ ଜଣାଇଲେ ସମ୍ମତି, ‘ହଁ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ। ପାଣ୍ଡିଆନ କହିଥିଲେ, ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ନିଜ ପରିବାରର ସଦସ୍ୟ ବୋଲି ଭାବିଥାନ୍ତି। ୫ବର୍ଷରେ ଥରେ ସୁଯୋଗ ଆସିଛି ତାଙ୍କୁ ଆଶୀର୍ବାଦ କରିବା ପାଇଁ। ଆପଣମାନଙ୍କ ଗୋଟିଏ ଗୋଟିଏ ଭୋଟ ମୁଖ୍ୟମନ୍ତ୍ରୀଙ୍କୁ ଆହୁରି ଶକ୍ତି ଦେବ। ଲୋକଙ୍କୁ ବିକାଶର ହିସାବ ଦେଇ ସେ କହିଥିଲେ ଯେ ହିଞ୍ଜିଳି-ଶେରଗଡ଼ର ଜଗନ୍ନାଥ ମନ୍ଦିର, ତାରାତାରିଣୀ, ସ୍ବପ୍ନେଶ୍ୱର ଓ ଉଦୟନାଥ ମନ୍ଦିରର ଉନ୍ନତି ପାଇଁ ୧.୩୦ କୋଟି ଟଙ୍କା, ହରଭଙ୍ଗୀ ଜଳସେଚନ ପ୍ରକଳ୍ପ ସମ୍ପ୍ରସାରଣ ପାଇଁ ୧୭୦ କୋଟି ଟଙ୍କା ଦିଆଯାଇଛି, ଏହି ପ୍ରକଳ୍ପ ଜରିଆରେ ୭ ହଜାର ଏକର ଜମିକୁ ଜଳସେଚନ ସୁବିଧା ମିଳିବ। ସେହିପରି ଶେରଗଡ଼ ଓ ପଥରପୁଙ୍ଗୀ ମେଗାଲିଫ୍ଟ ପାଇଁ ୬୦କୋଟି ଟଙ୍କା, ୪୫ ଗୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ୧୪ କୋଟି ଟଙ୍କା ଦିଆଯାଇଛି। ଶେରଗଡ଼ କଲେଜକୁ କଟକ, ଭୁବନେଶ୍ୱରର ଅଗ୍ରଣୀ କଲେଜ ସହିତ ମୁଖ୍ୟମନ୍ତ୍ରୀ ସମକକ୍ଷ କରିଛନ୍ତି। ଆହୁରି ମଧ୍ୟ ଉଦୟ ପ୍ରତାପ ହାୟର ସେକେଣ୍ଡାରି ସ୍କୁଲ ଓ ଡିଗ୍ରୀ କଲେଜର ରୂପାନ୍ତରଣ କରିଛନ୍ତି, ପିତ୍ତଳ ହାୟର ସେକେଣ୍ଡାରି ସ୍କୁଲର ରୂପାନ୍ତରଣ ପାଇଁ ୫୦ ଲକ୍ଷ ଟଙ୍କା, କାଞ୍ଜିଆମା ହାଇସ୍କୁଲ, ପିତ୍ତଳ ଗାର୍ଲସ୍‌ ହାଇସ୍କୁଲ, ନରେନ୍ଦ୍ରପୁର ହାଇସ୍କୁଲ, ରାମଚନ୍ଦ୍ରପୁର ହାଇସ୍କୁଲ ଏବଂ ବ୍ରାହ୍ମଣସାହି ହାଇସ୍କୁଲର ରୂପାନ୍ତରଣ ପାଇଁ ପ୍ରତ୍ୟେକକୁ ୫୦ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ପିତ୍ତଳର ସ୍କୁଲ, କଲେଜ, ମନ୍ଦିର ଆଦି ଅନେକ ଅନୁଷ୍ଠାନର ମୁଖ୍ୟମନ୍ତ୍ରୀ ରୂପାନ୍ତରଣ କରିଛନ୍ତି । ପୂର୍ବରୁ ୧୦୦ ଟଙ୍କା, ୩୦୦ ଟଙ୍କା, ୫୦୦ ଟଙ୍କା ଭତ୍ତା ଥିଲା, ଏବେ ମଧୁବାବୁ ପେନ୍‌ସନ ଯୋଜନାରେ ଓଡ଼ିଶାର ୫୦ ଲକ୍ଷ ପରିବାର ୧୦୦୦ ଟଙ୍କା ଭତ୍ତା ପାଉଛନ୍ତି ବୋଲି ପାଣ୍ଡିଆନ୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri