ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦ ହେକ୍ଟରରେ ଚାଷ ହୋଇଛି। ଆଖୁ ପାଇଁ ପାଣିର ଅଭାବ ହିଁ ଏହାର କାରଣ ବୋଲି କୁହାଯାଇଛି।

ଜିଲାର ୨୨ ବ୍ଲକରୁ ୧୭ ବ୍ଲକରେ ଆଖୁଚାଷ କରାଯାଉଛି। ଏହା ବର୍ଷିକିଆ ଫସଲ ହୋଇଥିବାବେଳେ ଡିସେମ୍ବରଠାରୁ ମାର୍ଚ୍ଚ ମାସ ଭିତରେ ବିହନ ଲଗାଯାଇଥାଏ। ବିଶେଷ କରି ରାୟପୁର ଓ ଆନକାପଲ୍ଲୀ ଅଞ୍ଚଳରୁ ବିହନ ଆଣି ଚାଷୀଙ୍କୁ ଯୋଗାଇ ଦିଆଯାଇଥାଏ। ଜାନୁଆରୀଠାରୁ ଫେବୃଆରୀ ମଧ୍ୟରେ ଆଖୁ ଆଦାୟ ହୋଇଥାଏ। ତେବେ କୃଷି ବିଭାଗ ପକ୍ଷରୁ ଏହି ଚାଷ ପାଇଁ ଆଗ୍ରହ ସୃଷ୍ଟି କରିବାକୁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ସଅଳ ବିହନ ବୁଣା ପାଇଁ ଚାଷୀଙ୍କୁ ହେକ୍ଟର ପିଛା ୫ହଜାର, ଆଖୁ ବିହନର ଉତ୍ସ ବାବଦରେ ହେକ୍ଟର ପିଛା ୨୫ହଜାର, ମୂଳି ଆଖୁ ପରିଚାଳନା ପାଇଁ ହେକ୍ଟର ପିଛା ୧୨ହଜାର ୫୦୦ ଟଙ୍କା ଓ ବ୍ୟବଧାନ ରୋପଣ ପଦ୍ଧତି ପାଇଁ ହେକ୍ଟର ପିଛା ୨୨ହଜାର ୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ଜିଲାରେ ଛତ୍ରପୁର, ଚିକିଟି, ଗଞ୍ଜାମ, କୁକୁଡାଖଣ୍ଡି, ରଙ୍ଗେଇଲୁଣ୍ଡା ଆଦି ୫ ବ୍ଲକରେ ଆଦୌ ଆଖୁ ଚାଷ କରାଯାଉନାହିଁ। ଚଳିତବର୍ଷ ଆସିକା ଓ ବେଗୁନିଆପଡ଼ା ଓ ଶେରଗଡ଼ ବ୍ଲକରେ ଅଧିକ ଆଖୁ ଚାଷ ହୋଇଛି। ବ୍ୟବଧାନ ରୋପଣ ପଦ୍ଧତିରେ ୨୨୦ ହେକ୍ଟର ଆଖୁ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୧୬୮ ହେକ୍ଟରରେ ଚାଷ କରାଯାଇଛି। ସେହିପରି ମୂଳି ଆଖୁ ପରିଚାଳନା ପାଇଁ ୪୯୮ ହେକ୍ଟର ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୪୨୯ ହେକ୍ଟରରେ ଚାଷ କରାଯାଇଛି। କେବଳ ଆଖୁ ବିହନର ଉତ୍ସ ପଦ୍ଧତିରେ ୮୩ ହେକ୍ଟର ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ତାହା ହିଁ ପୂରଣ ହୋଇଛି। ତେବେ ଆଖୁ ପାଇଁ ପର୍ଯ୍ୟାପ୍ତ ପାଣି ଦରକାର ହେଉଥିବାବେଳେ ଚଳିତବର୍ଷ ପାଣିର ଉତ୍କଟ ଅଭାବ ଦେଖାଦେଇଛି। ଜଳ ଉତ୍ସଗୁଡିକ ଗ୍ରୀଷ୍ମ ପ୍ରବାହରେ ଶୁଖିଯାଇଛି। କେନାଲରେ ପାଣି ଆସୁନାହିଁ। ଜଳସେଚନ ବିଭାଗ ପକ୍ଷରୁ ସେଭଳି ସୁବିଧା କରାଯାଇନଥିବାରୁ ଚଳିତବର୍ଷ ଆଖୁ ଚାଷ କମିଯାଇଛି। ଅନ୍ୟପକ୍ଷରେ ଆସିକା ଚିନିକଳ ପକ୍ଷରୁ ଆଖୁ ଚାଷ କରିବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ଆଖୁ ଦେବା ପାଇଁ ଚାଷୀମାନେ ଉକ୍ତ କମ୍ପାନୀରେ ପଞ୍ଜିକରଣ କଲେ କମ୍ପାନୀ ପକ୍ଷରୁ ସେମାନଙ୍କୁ ଚାଷ ନିମନ୍ତେ ଆର୍ଥିକ ସହାୟତା ବି ପ୍ରଦାନର ବ୍ୟବସ୍ଥା ରହିଛି। କମ୍ପାନୀ ଅଧିକ ଦିନ ଚାଲିବା ପାଇଁ ପର୍ଯ୍ୟାୟକ୍ରମେ କିଭଳି ଆଖୁ ମିଳିବ ସେଥିନେଇ ଚାଷୀଙ୍କୁ ବ୍ୟବସ୍ଥିତ ଢଙ୍ଗରେ ଚାଷ କରିବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଛି। କିନ୍ତୁ ଚଳିତବର୍ଷ ଜଳାଭାବ ହିଁ ଆଖୁ ଫସଲକୁ ଧ୍ୱଂସ କରିଦେଇଛି। ଏ ସମ୍ପର୍କରେ ଜିଲା କୃଷି ବିଭାଗର ଉପ ପ୍ରକଳ୍ପ ନିର୍ଦ୍ଦେଶକ (ଆତ୍ମା) ଅଜିତ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ ଯେ, ଚଳିତବର୍ଷ ଜଳାଭାବରୁ ଆଖୁଚାଷ ନିରାଶାଜନକ ହୋଇଛି। ପୂର୍ବରୁ ୨୨୦୦ ହେକ୍ଟରରେ ଚାଷ ହେବ ବୋଲି ଲକ୍ଷ୍ୟ ରଖାଯାଇଥିଲା। ତେବେ ବର୍ଷାଭାବରୁ ସରକାରୀ ନିର୍ଦ୍ଦେଶ ଅନୁସାରେ ଏହାକୁ କମାଇ ଦିଆଯାଇଥିଲା। ତଥାପି ତାହା ବି ପୂରଣ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଉଣ୍ଟକୁ ଆସିନାହିଁ କି ପିଏମ୍‌ କିଶାନ ଟଙ୍କା? ଏଠାରେ କରନ୍ତୁ ଅଭିଯୋଗ, ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପିଏମ୍‌ କିଶାନ ସମ୍ମାନ ନିଧି ଯେଜନାର ୧୭ତମ କିସ୍ତି ଜାରି କରିଛନ୍ତି। ଦେଶର ପ୍ରାୟ ୯.୨୬ କୋଟି କୃଷକଙ୍କ...

ଲକ୍ଷ୍ମୀ ବସ୍‌ ଧକ୍କାରେ ମୃତକଙ୍କ ପରିବାରକୁ ମିଳିଲା ସହାୟତା

ଧରାକୋଟ,୧୮ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ତଥା ବଡ଼ଗଡ଼ ଥାନା ଅଧୀନ ମଛାକୋଟ ପଞ୍ଚାୟତ ଘାଇ ଛକଠାରେ ଲକ୍ଷ୍ମୀ ବସ୍‌ ଧକ୍କାରେ କାର୍ତ୍ତିକ...

ସ୍କୁଲ ଛୁଟିକୁ ନେଇ ଆସିଲା ବଡ଼ ଖବର

ଭୁବନେଶ୍ୱର,୧୮।୬: ପୁଣି ବଢିଲା ଖରାଛୁଟି। ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ସ୍କୁଲ ଖୋଲିବ କି ନାହିଁ ଏନେଇ ନିଷ୍ପତ୍ତି ନେବାକୁ ସବୁ...

ଶିଶୁଙ୍କ ଠାରେ ବେଶୀ ବ୍ୟାପୁଛି ଡିପଥେରିଆ: ଜାଣନ୍ତୁ ଟୀକା ନେବା କାହିଁକି ଜରୁରୀ

ଭୁବନେଶ୍ୱର,୧୮।୬: ରାଜ୍ୟରେ ଭୟାନକ ରୂପ ନେଲାଣି ଡିପଥେରିଆ। ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲାକୁ ମାଡ଼ିଲାଣି ଏହି ରୋଗ । ବର୍ତ୍ତମାନ ସୁଦ୍ଧା ୩...

ଡ୍ରେନ୍‌ରେ ପଡ଼ି ନାବାଳକଙ୍କ ମୃତ୍ୟୁ ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର,୧୮।୬(ଅସମାପିକା ସାହୁ): ରାଜଧାନୀ ଭୁବନେଶ୍ୱରରେ ମୁକୁଳା ଡ୍ରେନ୍‌ରେ ପଡ଼ି ନାବାଳକ ମୃତ୍ୟୁ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମୃତକଙ୍କ...

ଏମ୍‌କେସିଜି ଶିଶୁ ବିଭାଗରେ ୪ ଡିପ୍‌ଥେରିଆ ରୋଗୀ

ବ୍ରହ୍ମପୁର,୧୮ା୬(ସୁବାସ ଚନ୍ଦ୍ର ପାଢ଼ୀ): ରାୟଗଡ଼ା ଓ କୋରାପୁଟ ଜିଲାରେ ଡିପ୍‌ଥେରିଆ ରୋଗରେ ଆକ୍ରାନ୍ତ ୪ ଶିଶୁଙ୍କ ବର୍ତ୍ତମାନ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମ୍‌କେସିଜି)ମେଡିକାଲ...

ଆଜି ଓଡ଼ିଶା ଚାଷୀଙ୍କ ଆକାଉଣ୍ଟକୁ ଆସିଛି କିଶାନ ଟଙ୍କା; ଜାଣି ନ ଥିଲେ ଏହି ଉପାୟରେ ଶୀଘ୍ର ଯାଞ୍ଚ କରନ୍ତୁ ବାଲାନ୍ସ 

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିବା ପରେ ଜୁନ୍‌ ୧୮ରେ ଚାଷୀଙ୍କ ଆକାଉଣ୍ଟକୁ ପିଏମ୍‌-କିଶାନ ଯୋଜନାର ୧୭ତମ କିସ୍ତି...

ଡ୍ରେନ୍‌ରେ ଭାସି ଯାଇଥିବା ନାବାଳକଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୬: ଡ୍ରେନ୍‌ରେ ଭାସି ଯାଇଥିବା ନାବାଳକଙ୍କ ମୃତ୍ୟୁ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ବର୍ଷା ପାଣିରେ ମୁକୁଳା ଡ୍ରେନ୍‌ରେ ଭାସି ନାବାଳକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri