ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି। ହେଲେ ଠିକ୍‌ ଭାବେ ପଙ୍କ ଉଠାଯାଇ ନ ଥିବାକୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅଭିଯୋଗ ପରେ ବି କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲା ଠିକାସଂସ୍ଥା। ଫଳରେ ପୋଖରୀରେ ପାଣି ଭରିବା ପରେ ଏବେ ପଦ୍ମ ଓ କଇଁ କାୟା ବିସ୍ତାର କରୁଛି। ଏହାକୁ ନେଇ ବୁଦ୍ଧିଜୀବି ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

କଣ୍ଟିଲୋର ଶ୍ରୀନୀଳମାଧବ ଜୀଉଙ୍କ ଚନ୍ଦନ ଯାତ୍ରା ଅକ୍ଷୟ ତୃତୀୟାଠାରୁ ୨୧ ଦିନ ବ୍ୟାପୀ ପାରମ୍ପରିକ ରୀତିରେ ପ୍ରତିବର୍ଷ ହୋଇ ଆସୁଛି। ପ୍ରତ୍ୟେହ ଅପରାହ୍ନରେ ନୀଳମାଧବଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଓ ଲକ୍ଷ୍ମୀ ସରସ୍ବତୀ, ଶିବ ପାର୍ବତୀ ପୃଥକ ବିମାନରେ ଆରୁଢ ହୋଇ ଜଳକ୍ରୀଡା କରିବା ପାଇଁ ଚନ୍ଦନ ପୋଖରୀକୁ ବିଜେ ହୋଇଥାଆନ୍ତି। ଦୁଇଟି ବଡ଼ ଚାପ ଡଙ୍ଗାରେ ଠାକୁରଙ୍କ ଜଳକ୍ରୀଡା ନୀତି ସମ୍ପନ୍ନ ହୋଇଥାଏ। ତେବେ ପୋଖରୀଟି ଦୀର୍ଘ ବର୍ଷରୁ ପରିତ୍ୟକ୍ତ ତଥା ଦଳ ଓ ପଦ୍ମବଣରେ ପରିପୂର୍ଣ୍ଣ ହୋଇଥିବାରୁ ବିଗତ ବର୍ଷରେ ଠାକୁରଙ୍କ ଚାପ ନୀତିରେ ସମସ୍ୟା ସୃଷ୍ଟି ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ନୀଳମାଧବ ବିକାଶ ପ୍ରକଳ୍ପ ନିମନ୍ତେ ୧୦୦ କୋଟି ଟଙ୍କାର ଅନୁଦାନ ରାଶି ମଞ୍ଜୁର ହୋଇଥିଲା। ଏହି ପ୍ରକଳ୍ପ ଅନୁଯାୟୀ ଚନ୍ଦନ ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟ ଚାଲୁ ରହିଛି ା ତେବେ ଧର୍ମକୁ ଆଖିଠାର ପରି ଯେଭଳି ଭାବେ କାର୍ଯ୍ୟ ସମ୍ପାଦନ ହେଉଛି ଏହାର ସ୍ଥାୟୀତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପଦ୍ମବଣରେ ପରିପୂର୍ଣ୍ଣ ଥିବା ପୋଖରୀର ପଙ୍କକୁ ଜେସିବ ମେଶିନରେ ଖୋଳାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେହି ପଙ୍କକୁ ପୁନର୍ବାର ପୋଖରୀରେ ବିଛାଯାଇ ନିକଟସ୍ଥ ମହାନଦୀର ପାଣି ଭରି ଦିଆଯିବାକୁ ନେଇ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ପଙ୍କରେ ରହିଥିବା ପଦ୍ମ ଓ କଇଁ ନାଡ ଓ ଚେର ଧିରେ ଧିରେ କାୟା ବିସ୍ତାର କରିବ ବୋଲି ଅଭିଯୋଗ ହୋଇଛି। ହେଲେ ଏଥିପ୍ରତି କାର୍ଯ୍ୟନିର୍ବାହୀ ଅଧିକାରୀ କର୍ଣ୍ଣପାତ କରି ନ ଥିଲେ। ଫଳରେ ପୋଖରୀରେ ପାଣି ଭର୍ତ୍ତି କରାଯିବାର ଏକମାସ ମଧ୍ୟରେ ଏବେ ପଦ୍ମ ଓ କଇଁ ଫୁଲ ଗଛ ପୋଖରୀରେ କାୟା ବିସ୍ତାର କରୁଛି। ଏହାକୁ ନେଇ ଚନ୍ଦନ ପୋଖରୀରେ ପଦ୍ମ ଫୁଟିବ କେବେ ବୋଲି ସାଧାରଣରେ ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ରାଜ୍ୟ ନିର୍ମାଣ ବିଭାଗ ଶାସନ ସଚିବ ଭି. କେ. ଯାଦବ ଗତ ଫେବୃଆରୀ ୨୦ରେ ଏହି ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା କରିଥିଲେ ା ଶୀଘ୍ର କାମ ଶେଷ କରିବାକୁ ଓଡ଼ିଶା ସେତୁ ନିର୍ମାଣ ନିଗମ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଶ୍ରୀଜୀଉଙ୍କ ଚନ୍ଦନ ପୁଷ୍କରିଣୀରୁ ପୁରୁଣା ମାଟି ତଥା ପଙ୍କକୁ ଉଠା ନ ଯାଇ ସେହିମାଟିକୁ ପୋଖରୀରେ ବିଛାଯାଉଥିବା କଣ୍ଟିଲୋ ବିକାଶ ପରିଷଦର ସଭାପତି ଯୁଗଳ କିଶୋର ନାୟକ, ପୂଜକ ସମାଜର ପୂର୍ବତନ ସଭାପତି ନିହାର ରଞ୍ଜନ ମିଶ୍ରଙ୍କ ସମେତ ସ୍ଥାନୀୟ ସଚେତନ ନାଗରିକମାନେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଚିବ ଯାଦବ ଚନ୍ଦନ ପୋଖରୀ ପରିଦର୍ଶନ କରି ଅଭିଯୋଗର ସତ୍ୟତା ଦୃଷ୍ଟିରୁ ଅଭିଯୋଗ କ୍ରମେ ପୋଖରୀରୁ ଆବଶ୍ୟକ ପଙ୍କ ଉଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ା ମାତ୍ର ସଚିବ ଫେରିବା ପରେ ତାଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱ ନ ଦେଇ ପଙ୍କ ଅନ୍ୟତ୍ର ନ ଉଠାଯାଇ ସେଠାରେ ଖେଳାଇ ଦିଆଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ସଂକ୍ରାନ୍ତରେ ସଚିବଙ୍କ ପରାମର୍ଶକୁ ଗୁରୁତ୍ୱ ଦେଉନାହାନ୍ତି ଠିକାସଂସ୍ଥା’ ଶୀର୍ଷକ ଏକ ଖବର ଫେବୃଆରୀ ୨୨ରେ ଧରିତ୍ରୀରେ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri