Odisha Elections 2024

୨୦୨୪ରେ ଜିଡିପି ଅଭିବୃଦ୍ଧି ହାର ୬.୮%

ଭୁବନେଶ୍ୱର,୧୭।୪(ଅନୁରାଧା ମହାରଣା): ୨୦୨୪ରେ ଭାରତୀୟ ଅର୍ଥନୀତି ୬.୮ ପ୍ରତିଶତ ହାରରେ ବୃଦ୍ଧିପାଇବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଆଉଟଲୁକ୍‌ରେ ଏପରି ଆକଳନ ପ୍ରକାଶ କରିଛି। ଆଇଏମ୍‌ଏଫ୍‌ ୨୦୨୪ରେ ଭାରତରେ ଜିଡିପି ଅଭିବୃଦ୍ଧି ହାରକୁ ୬.୮ ପ୍ରତିଶତ ହେବ ବୋଲି ଆକଳନ କରିଛି। ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ହେବ ବୋଲି ଗତ ଜାନୁଆରୀରେ ଆକଳନ କରାଯାଇଥିଲା। ୨୦୨୫ ପାଇଁ ଆଇଏମ୍‌ଏଫ୍‌ ଏହାର ଅଭିବୃଦ୍ଧି ପୂର୍ବାନୁମାନ ଅପରିବର୍ତ୍ତିତ ରଖିଛି। ୨୦୨୫ରେ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ବିଶ୍ୱ ଅର୍ଥନୈତିକ ଆଉଟଲୁକ୍‌ ରିପୋର୍ଟ ପ୍ରକାଶକରି ଆଇଏମ୍‌ଏଫ୍‌ କହିଛି, ଭାରତରେ ଅଭିବୃଦ୍ଧି ମଜଭୁତ ରହିବ ଏବଂ ୨୦୨୪ରେ ଜିଡିପି ୬.୮ ପ୍ରତିଶତ ଏବଂ ୨୦୨୫ରେ ୬.୫ ପ୍ରତିଶତ ହେବ ବୋଲି ଆଶା କରାଯାଉଛି। ଆଇଏମ୍‌ଏଫ୍‌ ଅନୁଯାୟୀ, ଘରୋଇ ଚାହିଦା ଏବଂ କର୍ମଜୀବୀ ଶ୍ରେଣୀର ଜନସଂଖ୍ୟା ବୃଦ୍ଧି ହେତୁ ଭାରତର ଏହି ଆର୍ଥିକ ଅଭିବୃଦ୍ଧିରେ ଦେଖାଯାଉଛି। ଆଇଏମ୍‌ଏଫ୍‌ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଭାରତର ଆର୍ଥିକ ଅଭିବୃଦ୍ଧି ପୂର୍ବାନୁମାନକୁ ୭.୮ ପ୍ରତିଶତକୁ ବୃଦ୍ଧି କରିଛ। ସରକାର ଏହି ଅଭିବୃଦ୍ଧି ହାର ୭.୬ ପ୍ରତିଶତ ଆକଳନ କରିଥିବାବେଳେ ଏହାଠାର ଆଇଏମ୍‌ଏଫ୍‌ ଆକଳନ ଅଧିକ ରହିଛି। ସେହିପରି ୨୦୨୪ରେ ଭାରତରେ ମୁଦ୍ରାସ୍ଫୀତି ହାର ୪.୬ ପ୍ରତିଶତ ଏବଂ ୨୦୨୫ରେ ୪.୨ ପ୍ରତିଶତ ବୋଲି ଆଇଏମ୍‌ଏଫ୍‌ ଆକଳନ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଆନୁମାନିକ ତୁଳନାରେ ଆଇଏମ୍‌ଏଫ୍‌ର ଆକଳନ ସାମାନ୍ୟ ଅଧିକ ରହିଛି। ମାର୍ଚ୍ଚ ୨୦୨୪ ପାଇଁ ପ୍ରକାଶିତ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଅନୁଯାୟୀ, ଯଦିଓ ଖାଦ୍ୟ ମୁଦ୍ରାସ୍ଫୀତି ହାର ୮.୫୨ ପ୍ରତିଶତ ରହିଛି ମାତ୍ର ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୫ ପ୍ରତିଶତକୁ ଖସି ଆସିଛି। ଆଇଏମ୍‌ଏଫ୍‌ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାରର ଆକଳନକୁ ବୃଦ୍ଧି କରିଥିବାବେଳେ ଏହା ଚାଇନାର ଅଭିବୃଦ୍ଧି ହାରର ଆକଳନକୁ ହ୍ରାସ କରିଛି। ଆଇଏମ୍‌ଏଫ୍‌ ଅନୁଯାୟୀ, ଚାଇନାର ଅର୍ଥନୀତି ୨୦୨୪ରେ ୪.୬ ପ୍ରତିଶତ ଏବଂ ୨୦୨୫ ରେ ୪.୧ ପ୍ରତିଶତ ଅଭିବୃଦ୍ଧି ରହିବ। ଏହା ୨୦୨୩ରେ ୫.୨ ପ୍ରତିଶତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ୍‌ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍‌ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍‌ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ...

ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍‌ ସ୍ଲାଭେନ

ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍‌ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

ଆଜି ଖୋଲିବ ଏବିଏଲ୍‌ର ରାଟଟ୍‌ସ ଇସ୍ୟୁ

ନୂଆଦିଲ୍ଲୀ,୨୧।୫: ଦେଶର ଅଗ୍ରଣୀ ତଥା ଏକ ପିୟୋର ଭେଜ (ପୂର୍ଣ୍ଣ ଶାକାହାରୀ) ପ୍ରାଣୀ ସ୍ବାସ୍ଥ୍ୟ ପ୍ରଯତ୍ନକାରୀ ସମାଧାନ କମ୍ପାନୀ ଅଜୁନି ବାୟୋଟେକ ଲିମିଟେଡ ବା ଏବିଏଲ...

ବିଓଏମ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍‌ ଅଫ ମହାରାଷ୍ଟ୍ର (ବିଓଏମ୍‌)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍‌ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ...

ଶୁଭେନ୍ଦୁ ନାଲ୍‌କୋର ମାନବସମ୍ବଳ ମହାପ୍ରବନ୍ଧକ

ଅନୁଗୋଳ,୨୧ା୫ (ଅମିତ କୁମାର ସାମଲ): ଅନୁଗୋଳସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂଆ ମାନବ ସମ୍ବଳ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇବେ ଶୁଭେନ୍ଦୁ କୁମାର ନାୟକ। ଏ...

୬.୫% ଜିଡିପି ଅଭିବୃଦ୍ଧି ହାରରେ ଦେଶ ଧନୀ ହେବନାହିଁ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): ଜି -୨୦ ଦେଶ ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଏହା ଏକ ଗରିବ ଦେଶରେ ଗଣାଯାଉଛି। ଭାରତରେ...

ଓଡ଼ିଶାରେ ସିବିଆଇର ପ୍ରଥମ ମହିଳା ଶାଖା

ଭୁବନେଶ୍ୱର,୨୧।୫ (ଅଭୟ ଦାଶ): ଓଡ଼ିଶାରେ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇର ପ୍ରଥମ ମହିଳା ଶାଖା ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

ପ୍ରଥମଥର ୩ ଲକ୍ଷ କୋଟି ପାର କଲା ବ୍ୟାଙ୍କ ଗୁଡ଼ିକର ଲାଭ

ମୁମ୍ବାଇ,୨୦।୫: ପ୍ରଥମ ଥର ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ମୋଟ ଲାଭ ଆର୍ଥିକ ବର୍ଷ ୨୦୨୪ ରେ ୩ ​​ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ତାଲିକାଭୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri