Odisha Elections 2024

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏହି ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହେବା ପରେ ମଙ୍ଗଳବାର ସେ କଂଗ୍ରେସ ବିରୋଧରେ ଏତଲା ଦେଇଛନ୍ତି।
୨୦୧୪ ଲୋକ ସଭା ନିର୍ବାଚନ ପୂର୍ବରୁ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା କ୍ଷମତାକୁ ଆସିଲେ ସୁଇସ୍‌ ବ୍ୟାଙ୍କରୁ କଳାଧନ ଫେରାଇ ଆଣି ପ୍ରତ୍ୟେକ ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଲେଖାଏ ଜମା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କଳାଧନ ଆଣିବା ତ ଦୂରର କଥା, ସୁଇସ୍‌ ବ୍ୟାଙ୍କରେ ଭାରତୀୟଙ୍କ କେତେ କଳାଧନ ଅଛି ତାହା ମଧ୍ୟ ପ୍ରଘଟ ହୋଇପାରିଲା ନାହିଁ। ଗତ ୧୦ ବର୍ଷ ମଧ୍ୟରେ ଅନେକ ଥର ଏହି ପ୍ରସଙ୍ଗ ଉଠିଥିଲେ ମଧ୍ୟ ଭାଜପା କିମ୍ବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ କୌଣସି ଉତ୍ତର ଆସିନାହିଁ। ଇତିମଧ୍ୟରେ ୨୦୨୪ ଲୋକ ସଭା ନିର୍ବାଚନକୁ କିଛି ଦିନ ବାକି ଥିବାବେଳେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ଏକ ଡିପ୍‌ଫେକ୍‌ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରାଯାଇ ଆମୀରଙ୍କ ଦଶନ୍ଧି ପୁରୁଣା ଲୋକପ୍ରିୟ ଟିଭି ଶୋ ‘ସତ୍ୟମେବ ଜୟତେ’ର ଏକ ଦୃଶ୍ୟକୁ ସନ୍ନିବେଶିତ କରାଯାଇଛି। ଲୋକଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବା ନେଇ ଭାଜପା ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଆମୀର ସମାଲୋଚନା କରୁଥିବା ଏଥିରେ ଦେଖିବାକୁ ମିଳିଛି। ଆମୀର କହୁଛନ୍ତି, ଭାରତର ପ୍ରତ୍ୟେକ ନାଗରିକ ଲକ୍ଷପତି। କାରଣ ସମସ୍ତଙ୍କ ପାଖରେ ୧୫ ଲକ୍ଷ ଟଙ୍କା ଲେଖାଏ ରହିବା ଉଚିତ। କ’ଣ କହିଲେ, ଆପଣଙ୍କ ଆକାଉଣ୍ଟରେ ୧୫ ଲକ୍ଷ ନାହିଁ? ତେବେ ଏହି ଟଙ୍କା କୁଆଡ଼େ ଗଲା? ତେବେ ଏପରି ଜୁମଲାବାଜଙ୍କ ପ୍ରତି ରୁହନ୍ତୁ ସାବଧାନ। ନଚେତ ଆପଣଙ୍କର ହେବ ନୁକ୍‌ସାନ। ଦେଶହିତରେ ଜାରି। ଭାରତୀୟ ଜାତୀୟ କଂଗ୍ରେସ (ଆଇଏନ୍‌ସି) ପକ୍ଷରୁ ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏହି ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହେବା ପରେ ଅଭିନେତା ଆମୀର ମୁମ୍ବାଇ ପୋଲିସରେ କଂଗ୍ରେସ ବିରୋଧରେ ଏତଲା ଦେଇଛନ୍ତି।
ବିବାଦୀୟ ବିଜ୍ଞାପନ ଭାଜପାକୁ ଟାର୍ଗେଟ କରି ପ୍ରସ୍ତୁତ ଓ ପ୍ରସାର କରାଯାଇଥିବାରୁ ଆମୀର ଏହାର ନିନ୍ଦା କରିଛନ୍ତି। ଆମୀରଙ୍କ ଜଣେ ମୁଖପାତ୍ର କହିଛନ୍ତି, ଭେଟେରାନ୍‌ ଅଭିନେତା ନିଜ ୩୫ ବର୍ଷର ରାଜନୈତିକ କ୍ୟାରିୟରରେ କେବେହେଲେ କୌଣସି ରାଜନୈତିକ ଦଳକୁ ସମର୍ଥନ କରିନାହାନ୍ତି। ସେ ଅତୀତରେ ନିର୍ବାଚନ ବେଳେ ନିର୍ବାଚନ କମିଶନଙ୍କ ଜରିଆରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କାର୍ଯ୍ୟ କରିଛନ୍ତି। ତେବେ ତାହା ସମ୍ପୂର୍ଣ୍ଣ ରୂପେ ଅଣରାଜନୈତିକ ଥିଲା। ତାଙ୍କ ନାମରେ ମିଥ୍ୟା ଓ ବିଭ୍ରାନ୍ତିକର ଡିପ୍‌ଫେକ୍‌ ଭିଡିଓ ଜାରି କରିବା ବେଆଇନ। ତେଣୁ ଏହାକୁ ପ୍ରସ୍ତୁତ ଓ ପ୍ରସାର କରିଥିବା ବ୍ୟକ୍ତି ବା ସଙ୍ଗଠନ ବିରୋଧରେ ଆଇନାନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆମୀରଙ୍କ ଅଭିଯୋଗକ୍ରମେ ମୁମ୍ବାଇ ପୋଲିସର ସାଇବର କ୍ରାଇମ୍‌ ସେଲ୍‌ ଏହାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ କହିଥିବା ପ୍ରତିଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବି; ଭାବବିହ୍ବଳ ହୋଇ ଏଭଳି କହିଲେ ରାହୁଲ…

ରାଏବରେଲି,୧୭।୫: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଶୁକ୍ରବାର ରାଏବରେଲିରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପୁଅ ରାହୁଲଙ୍କୁ ଆପଣମାନଙ୍କୁ ଦେଉଛି, ତାଙ୍କ କଥା ବୁଝିବେ...

ଫୁଲମାଳ ପକେଇବା ବାହାନାରେ କହ୍ନେୟା କୁମାରଙ୍କୁ ମାଡ଼, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୭।୫: କଂଗ୍ରେସର ଲୋକ ସଭା ପ୍ରାର୍ଥୀ କହ୍ନେୟା କୁମାରଙ୍କ ଉପରେ ହୋଇଛି ଆକ୍ରମଣ। ଉତ୍ତର ପୂର୍ବ ଦିଲ୍ଲୀରେ କହ୍ନେୟା ପ୍ରଚାର କରୁଥିବା ବେଳେ କିଛି ଯୁବକ...

ନିର୍ବାଚିତ ହେଲେ ଅମେଠି, ରାଏବରେଲିକୁ ସମାନ ଭାବେ ଦେଖିବି: ରାହୁଲ

ଅମେଠି,୧୭ା୫: ରାଏବରେଲିରୁ ନିର୍ବାଚିତ ହେଲେ ଉଭୟ ଅମେଠି ଓ ରାଏବରେଲିର ବିକାଶ ପାଇଁ ସମାନ ଧ୍ୟାନ ଦେବେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି।...

ଭାଜପାର ଏଜେଣ୍ଟ କହିବାରୁ ସ୍ବାତୀ ମାଲିଓ୍ବାଲଙ୍କ କାଉଣ୍ଟର, କେଜରିଓ୍ବାଲଙ୍କୁ କହିଲେ ଗୁଣ୍ଡା

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟିର ଅଡ଼ୁଆ ବଢିବାରେ ଳାଗିଛି। କାରଣ ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କ ବିବାଦ ଏବେ ଉଗ୍ର ରୂପରେ ମୁଣ୍ଡ ଟେକିବାରେ...

ମମତାଙ୍କୁ ‘ଆପଣଙ୍କ ଦାମ କେତେ’ ପଚାରି ଅଡ଼ୁଆରେ ଭାଜପା ପ୍ରାର୍ଥୀ

ନୂଆଦିଲ୍ଲୀ,୧୭ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲକ୍ଷ୍ୟ କରି ଭାଜପା ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟ ଦେଇଥିବା ମନ୍ତବ୍ୟ ଉପରେ ନିର୍ବାଚନ କମିଶନ (ଇସି) ତାଙ୍କୁ କାରଣ...

‘ସ୍ବାତୀ ମାଲିଓ୍ବାଲ ଭାଜପାର ମୋହରା’

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କ ମାମଲା ଦିନକୁ ଦିନ ବିବାଦ ଘେରକୁ ଟାଣି ହେବାରେ ଲାଗିଛି। ଯେଉଁଥିରେ ଏଏପି...

ଏଥିପାଇଁ ସାମ୍ବାଦିକ ସମ୍ମିଳନୀ କରନ୍ତିନି ପ୍ରଧାନମନ୍ତ୍ରୀ ମୋଦି, କହିଲେ ବଡ଼ କାରଣ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତିନି, ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ କାହିଁକି ସେ ଖୁବ...

ସ୍ବାତୀ ମାଲିଓ୍ବାଲ କିଏ? ସ୍ବାମୀଙ୍କଠାରୁ ଅଲଗା; କିଭଳି କରିଥିଲେ ରାଜନୀତିରେ ଏଣ୍ଟ୍ରି..ଯାହା ପାଇଁ ଏବେ ଅଡୁଆରେ ଏଏପି…

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟି(ଏଏପି) ପକ୍ଷରୁ ରାଜ୍ୟ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ସ୍ବାତୀ ମାଲିଓ୍ବାଲଙ୍କ ସହ ଜଡ଼ିତ ଅସଦାଚରଣ ମାମଲା ଚର୍ଚ୍ଚାରେ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri