୨୫ କୋଟି ବ୍ୟୟ, ଚାଷୀଙ୍କ କାମରେ ଲାଗୁନି

କେନ୍ଦ୍ରାପଡ଼ା, ୧୧ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ ଅଞ୍ଚଳରେ କେନାଲ ଜଳସେଚନ ସୁବିଧା ନାହିଁ। ଉଠା ଜଳସେଚନ ଅଥବା ବର୍ଷାକୁ ଚାଷୀ ଭରସା କରିଥାନ୍ତି। ତେବେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ଏକ ବୃହତ୍‌ ଜଳସେଚନ ପ୍ରକଳ୍ପ ଅଦ୍ୟାବଧି ଚାଷୀଙ୍କ କାର୍ଯ୍ୟରେ ନ ଲାଗିବା ପରି ଘଟଣା ଏବେ ଚାଷୀଙ୍କ ପାଇଁ ଦୁଃଖର କାରଣ ସାଜିଛି। ଏହି ବ୍ଲକର ଦେଉଳତରାଠାରେ ୭ ପଞ୍ଚାୟତର ପ୍ରାୟ ୧୨୦୦ ଏକର ଜମିକୁ ଜଳସେଚନ ପାଇଁ ୨୫ କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ପ୍ରକଳ୍ପ ପ୍ରାୟତଃ ଅକାମୀ ହୋଇପଡ଼ିଛି। ଏପରି କି ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ ପାଇଁ ବାରମ୍ବାର ସ୍ଥାନୀୟ ବିଧାୟକ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏହାର ସୁଫଳ ମିଳୁ ନ ଥିବା ଲୋକ ପ୍ରତିନିଧି ଓ ଚାଷୀମାନେ ପ୍ରକାଶ କରିଛନ୍ତି।
ଦେଉଳତରାର ଚାଷୀ ସୁବାସ ଚନ୍ଦ୍ର ପାଣ୍ଡବ, ଅଭିମନ୍ୟୁ ବାରିକ, ମାନଗୋବିନ୍ଦ ପଣ୍ଡା, ବିଷ୍ଣୁଚରଣ ବାରିକ, ବିଜୟ ନାୟକ ପ୍ରମୁଖ କହିଛନ୍ତି ଯେ, ଦେଉଳତରାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯ ମାର୍ଚ୍ଚରେ ଉଦ୍‌ଘାଟନ କରିଥିଲେ। ନିର୍ବାଚନ ପୂର୍ବରୁ ତରବରିଆ ଭାବେ ଏହା ଉଦ୍‌ଘାଟିତ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିଲା। ଉଦ୍‌ଘାଟନର ପ୍ରାୟ ବର୍ଷେ ପରେ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ପ୍ରକଳ୍ପର ନିର୍ମାଣ ଶେଷ ହୋଇଛି। ପ୍ରକଳ୍ପ ଅଧୀନରେ ଦେଉଳତରା ସମେତ ମୁରାଦପୁର, ଉଜାଙ୍ଗ, ସିହୋପଡ଼ା, ନମତରା, ପାରିନୂଆପଡ଼ା- ହାବଳଗଣ୍ଡ ଓ ନମତରା ପଞ୍ଚାୟତର ପ୍ରାୟ ୧୨୦୦ ଏକର ଜମିକୁ ଜଳସେଚନ ହେବ ବୋଲି ସୂଚନା ଦିଆଯାଇଥିଲା। ଖରସ୍ରୋତା ନଦୀରୁ ପାଣି ଉଠାଇ କ୍ଷେତକୁ ପାଣି ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉ ନ ଥିବାରୁ ପ୍ରାୟ ୧୦ ହଜାର ଚାଷୀ ଏବେ ବର୍ଷାକୁ ଭରସା କରିଛନ୍ତି। ଚାଷୀ ଋଣ କରି ଚାଷ କରୁଥିବା ବେଳେ ଫସଲ ଗଜା ମରୁଡି ହେଲେ ଅର୍ଥ ଶୁଝିବା କଷ୍ଟକର ହେଉଛି। ଏ ନେଇ ଜିଲାପାଳ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ସୁଫଳ ମିଳିନାହିଁ। ପ୍ରକଳ୍ପର ତ୍ରୁଟିକୁ ସୁଧାରି ତୁରନ୍ତ ଜଳ ଯୋଗାଣ କରିବାକୁ ସେମାନେ ଦାବି କରିଛନ୍ତି। ଏ ନେଇ କୃଷକ ନେତା ଗୟାଧର ଧଳ, ସାମାଜିକ କର୍ମୀ ପ୍ରତାପ ପାଢ଼ୀ କହିଛନ୍ତି, ନିର୍ବାଚନ ସମୟରେ ରାଜନେତାମାନେ ସାଧାରଣ ଜନତାଙ୍କୁ ପ୍ରତିଶ୍ରୁତି ଦେବା ଓ ଏହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲା ସବୁବେଳେ ପଛରେ ଅଛି। ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରତି ବ୍ଲକ ଅଞ୍ଚଳର କ୍ଷେତକୁ ଅନୂ୍ୟନ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା ରହିବ। ତେବେ କେନ୍ଦ୍ରାପଡ଼ା ଜିଲାରେ ଏହା ସମ୍ଭବ ହେଉନାହିଁ। ଜିଲାର ଆଳି ଓ ରାଜନଗର ବ୍ଲକ ଅଞ୍ଚଳରେ ଆଦୌ କେନାଲ ନାହିଁ। ଉଠାଜଳସେଚନ ଏଠାରେ ଚାଷୀଙ୍କ ପାଇଁ ଭରସା ପାଲଟିବା କଥା। ତେବେ ଏହି ଦୁଇ ବ୍ଲକ ଅଞ୍ଚଳରେ ଥିବା ୬୨୯ଟି ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ଅଧାରୁ ଅଧିକ ଅଚଳ ହୋଇଗଲାଣି। ଏପରି କି ଉଦ୍‌ଘାଟିତ ପ୍ରକଳ୍ପ କାର୍ଯ୍ୟକାରୀ ନ ହେବା ପ୍ରଶାସକ ଓ ରାଜନେତାଙ୍କ ଏଥିପ୍ରତି ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକଳ୍ପକୁ ନେଇ ଚାଷୀ ଅସନ୍ତୋଷ ବଢ଼ୁଛି। ୨୦୨୦ରେ ଏହାର ଟ୍ରାଏଲ ରନ ହୋଇଥିଲେ ମଧ୍ୟ ଏହାର ତ୍ରୁଟିରେ ସୁଧାର ଆସୁନାହିଁ। ଏ ନେଇ ବହୁବାର ଜିଲାପାଳ ଓ ବିଧାୟକଙ୍କ ଦୃଷ୍ଟିକୁ ଅଣାଯାଇଛି ବୋଲି ସେମାନେ ପ୍ରକାଶ କରିଛନ୍ତ। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ କେଉଁ ଅସୁବିଧା ରହିଛି, ତାହାର ତନଖି ସହ ସୁଧାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ସକାଳୁଆ ସ୍କୁଲ: ଜିଲାପାଳ

କେନ୍ଦୁଝର,୧୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର କେନ୍ଦୁଝର ଜିଲାରେ ସମସ୍ତ ସ୍କୁଲ ଖୋଲିବ। ଖରା ଦିନ ଛୁଟି ପରେ ସ୍କୁଲ ଖୋଲୁ ଥିବାରୁ ପିଲାଙ୍କ ମଧ୍ୟରେ ଉତ୍ସାହ...

ବରଗଡ଼ରେ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ)): ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଥିବା ଯୋଗୁ ବରଗଡ ଜିଲା ସ୍କୁଲଗୁଡ଼ିକରେ ଖରାଛୁଟିକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।...

କେନ୍ଦୁଝର ଉପଜିଲାପାଳ ତ୍ରିଲୋଚନ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର,୧୭।୬: କେନ୍ଦୁଝର ଉପଜିଲାପାଳ ତ୍ରିଲୋଚନ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି...

ମୁଖ୍ୟମନ୍ତ୍ରୀଙ୍କୁ ଫଟୋଚିତ୍ର ପ୍ରଦାନ କଲେ ଛାତ୍ର

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ପାଇକ ସାହିର ଭଗବାନ ସାହୁଙ୍କ ପୁଅ ତଥା ସୋରଡ଼ା ଶଶୀଭୂଷଣ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଶୁଭମ୍‌...

ଜମିରେ କରୁଥିଲେ କାମ: ବଜ୍ରପାତରେ ଚାଲିଗଲା ଜୀବନ

କୋରାପୁଟ/ନାରାୟଣପାଟଣା,୧୭।୬(ଅମିତାଭ ବେହେରା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ସଲପଗୁଡ଼ା ଗ୍ରାମରେ ସୋମବାର ବର୍ଷା ପବନ ସହ ଘଡଘଡି ହୋଇ ବଜ୍ରପାତ ଘଟିଛି। ବଜ୍ରପାତରେ ଜଣେ ଚାଷୀଙ୍କ...

ଜାଣନ୍ତୁ କେଉଁ ଜିଲାରେ ଖୋଲିବ ସ୍କୁଲ, କେଉଁଠି ରହିବ ବନ୍ଦ

ଭୁବନେଶ୍ୱର,୧୭।୬: ପାଗ ବିଗୁଡୁଥିବାରୁ ସମଗ୍ର ରାଜ୍ୟରେ ଆସନ୍ତାକାଲି ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ବଦଳାଇଛନ୍ତି । ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କ ଉପରେ ଛଡା...

ବାଲେଶ୍ୱର ଗୋଷ୍ଠୀ ସଂଘର୍ଷ ଘଟଣାରେ ମୁଖ୍ୟମନ୍ତ୍ରୀ ଦେଲେ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୬(ଅସମାପିକା ସାହୁ): ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରତିକ୍ରିୟା ରଖିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲାପାଳଙ୍କ ସହ ଆଲୋଚନା କରି...

ବିଦ୍ୟୁତ୍‌ ଖୁଣ୍ଟରେ ପିଟିହେଲା ବାଇକ୍‌: ଚାଲିଗଲା ଚାଳକଙ୍କ ଜୀବନ

ଥୁଆମୁଳ ରାମପୁର:୧୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ସ୍ଥିତ କର୍ଲାପାଟ ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri