ପୁରୁଖାଙ୍କ ସହିତ ନବାଗତଙ୍କ ଲଢ଼େଇ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ବୁଧବାର ବିଜେଡ଼ି ଦଳୀୟ ପ୍ରାର୍ଥି ଘୋଷଣା କରିଛି। ଏଥର ଦଳ ଏଠାରୁ ପ୍ରଥମଥର ପାଇଁ ଜଣେ ମହିଳାଙ୍କୁ ନିର୍ବାଚନ ମଇଦାନକୁ ଆଣିଛି। ବରଗଡ଼ ଜିଲା ସୋହେଲା ନିବାସୀ ପରିଣିତା ମିଶ୍ର ଦଳୀୟ ପ୍ରାର୍ଥିନୀ ହୋଇଛନ୍ତି। ପରିଣିତା ନୂଆ ଚେହେରା। ରାଜନୀତିରେ ପାଦ ଥାପୁଥାପୁ ରାଜ୍ୟର ଶାସକ ବିଜେଡ଼ିର ଲୋକସଭା ପ୍ରାର୍ଥିନୀ ହେବାର ସୁଯୋଗ ପାଇଛନ୍ତି। ଏହି ସୁଯୋଗକୁ ସେ ଉପଯୋଗ କରିବାରେ କେତେଦୂର ସଫଳ ହେବେ, ତାହା ନିର୍ବାଚନ ଫଳାଫଳ ପରେ ଜଣାପଡ଼ିବ।

ତେବେ ପରିଣିତା ରାଜନୀତିରେ ନୂଆ ହେଲେ ମଧ୍ୟ ତାଙ୍କ ସ୍ବାମୀ ସୁଶାନ୍ତ ମିଶ୍ର ଜଣେ ପୁରୁଖା ନେତା। ଯୁବାବସ୍ଥାରୁ ରାଜନୀତିକୁ ଓହ୍ଲାଇ ସୁଶାନ୍ତ କଂଗ୍ରେସରେ ସାମିଲ ହୋଇଥିଲେ ଏବଂ ଜିଲାର ଭଟଲି ନିର୍ବାଚନ ମଣ୍ଡଳୀରେ ତାଙ୍କର ପ୍ରଭାବ ରହିଛି। ତେବେ ଏଠାରେ କଂଗ୍ରେସରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତାଙ୍କ କ୍ରମାଗତ ପରାଜୟ ପରେ ଦଳ ଗତ ୨୦୧୪ରେ ତାଙ୍କୁ ଟିକେଟ୍‌ ଦେବ ବୋଲି ସୁଶାନ୍ତ ଦୃଢ଼ ଆଶାବାଦୀ ଥିଲେ। ମାତ୍ର ତାହା ହୋଇ ନ ଥିଲା ଏବଂ ସେହି ନିର୍ବାଚନରେ କଂଗ୍ରେସ ପୁଣି ପ୍ରକାଶଙ୍କୁ ଦଳୀୟ ପ୍ରାର୍ଥି କରିଥିଲା। ସେତେବେଳେ କଂଗ୍ରେସ ଛାଡ଼ି ସୁଶାନ୍ତ ସ୍ବାଧୀନ ପ୍ରାର୍ଥିଭାବେ ନିର୍ବାଚନକୁ ଓହ୍ଲାଇଥିଲେ ଏବଂ ସୁଶାନ୍ତ ଭାଜପା, କଂଗ୍ରେସକୁ ପଛରେ ପକାଇ ୩୭ହଜାର ୪୯୬ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ।

ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୧୯ ନିର୍ବାଚନର ବହୁପୂର୍ବରୁ ସୁଶାନ୍ତ ଭାଜପାରେ ଯୋଗଦେଇଥିଲେ ଏବଂ ଭଟଲି ନିର୍ବାଚନ ମଣ୍ଡଳୀରୁ ଦଳ ତାଙ୍କୁ ପ୍ରାର୍ଥି କରିବ ବୋଲି ସେ ଆଶା ବାନ୍ଧିଥିଲେ। ଭାଜପା ତାଙ୍କୁ ଦଳର ଜିଲା ଉପସଭାପତି ପଦବୀରେ ରଖିଥିଲା ସତ, କିନ୍ତୁ ୨୦୧୯ ନିର୍ବାଚନ ଭଳି ଦଳ ତାଙ୍କୁ ପ୍ରାର୍ଥି କଲେ ନାହିଁ। କଂଗ୍ରେସ ଭଳି ଭାଜପାରେ ମଧ୍ୟ କୋଣଠେସା ହେବା ପରେ ସୁଶାନ୍ତ ବୁଧବାର ଦଳରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବାର ଅଳ୍ପ କିଛି ସମୟ ପରେ ସ୍ତ୍ରୀ ପରିଣିତାଙ୍କ ସହିତ ଶଙ୍ଖ ଭବନକୁ ଯାଇ ବିଜେଡ଼ିରେ ମିଶିଥିଲେ ଏବଂ ଏହାପରେ ପରିଣିତାଙ୍କୁ ବିଜେଡ଼ି ଲୋକସଭା ପ୍ରାର୍ଥିନୀ କରିଥିଲା।

ଏହାପୂର୍ବରୁ ଭାଜପା ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସ ପୂର୍ବତନ ଲୋକସଭା ସାଂସଦ ସଞ୍ଜୟ ଭୋଇଙ୍କୁ ଏଠାରୁ ଲୋକସଭା ପ୍ରାର୍ଥିଭାବେ ଘୋଷଣା କରି ସାରିଛି। ଭାଜପା ପ୍ରାର୍ଥି ପ୍ରଦୀପ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନକୁ ଓହ୍ଲାଇ ଥିବାବେଳେ ସେ ପଦ୍ମପୁର ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥିଭାବେ କ୍ରମାଗତ ଲଢ଼ି ଆସୁଥିଲେ। ୨୦୧୪ ନିର୍ବାଚନରେ ସେ ସେଠାରୁ ନିର୍ବାଚିତ ମଧ୍ୟ ହୋଇଥିଲେ। ମାତ୍ର ଏଥର ଦଳ ତାଙ୍କୁ ଲୋକସଭା ପ୍ରାର୍ଥିଭାବେ ନିର୍ବାଚନ ମଇଦାନକୁ ଆଣିଛି। ସେହିପରି କଂଗ୍ରେସ ପ୍ରାର୍ଥି ସଞ୍ଜୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ କୃପାସିନ୍ଧୁ ଭୋଇଙ୍କ ପୁଅ ହୋଇଥିବାବେଳେ ୨୦୦୯ ନିର୍ବାଚନରେ କଂଗ୍ରେସରୁ ଲୋକସଭା ପ୍ରାର୍ଥି ହୋଇ ନିର୍ବାଚିତ ହୋଇଥିଲେ। ସେହିପରି୨୦୧୪ ରେ ଦଳ ଏଠାରୁ ତାଙ୍କୁ ପୁଣି ସୁଯୋଗ ଦେଇଥିଲେ ହେଁ ସେ ଫେଲ୍‌ ମାରିଥିଲେ। ଫଳରେ ୨୦୧୯ ନିର୍ବାଚନରେ ଦଳ ଆଉ ଏଠାରୁ ସୁଯୋଗ ନ ଦେଇ ପ୍ରଦୀପ ଦେବତାଙ୍କୁ ପ୍ରାର୍ଥି କରିଥିଲା ଏବଂ ସେ ମଧ୍ୟ ହାରିଥିଲେ। ଅବଶ୍ୟ ସଞ୍ଜୟଙ୍କ ଉପରେ ଭରସା ରଖି କଂଗ୍ରେସ ଏଠାରୁ ପୁଣି ତାଙ୍କୁ ପ୍ରାର୍ଥି କରିଛି। ତେବେ ଉପରୋକ୍ତ ୩ପ୍ରାର୍ଥି ବରଗଡ଼ ଜିଲାର ହୋଇଥିବାବେଳେ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଦେଉଦେଉ ବିଜେଡ଼ି ପ୍ରାର୍ଥିନୀ ହୋଇଥିବା ପରିଣିତାଙ୍କ ସହିତ ୨ପୁରୁଖା ନେତା ଭାଜପାର ପ୍ରଦୀପ ଏବଂ କଂଗ୍ରେସର ସଞ୍ଜୟଙ୍କ ମଧ୍ୟରେ ଲଢ଼େଇ ଯେଭଳି ରୋଚକ ସ୍ଥିତିରେ ରହିଛି, ଏଥର ଏହି ଆସନକୁ କିଏ ହାତେଇବାରେ ସକ୍ଷମ ହେବ, ତାହା ଉପରେ ସଭିଁଙ୍କ ସେଭଳି ନଜର ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ, ବରଗଡ଼ ଜିଲାର ୫ବିଧାନସଭା ଆସନ ବରଗଡ଼, ଅତାବିରା, ବିଜେପୁର, ଭଟଲି, ପଦ୍ମପୁର ସମେତ ଝାରସୁଗୁଡ଼ା ଜିଲାର ଝାରସୁଗୁଡ଼ା ଏବଂ ବ୍ରଜରାଜନଗର ବିଧାନସଭା ଆସନକୁ ନେଇ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଗଠିତ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri