Posted inଖେଳ

୬,୬,୪,୦,୬,୪… ଦିଲ୍ଲୀ ବୋଲରଙ୍କୁ କନ୍ଦାଇ ଦେଲେ କୋଲକାତାର ଏହି ବ୍ୟାଟ୍ସମ୍ୟାନ୍‌

ବିଶାଖାପାଟଣା,୩।୪: କ୍ରିକେଟରେ ନିଜର ବୋଲିଂ ଲାଗି ପରିଚିତ ଥିବା ସୁନୀଲ ନରେନ ଯେବେ ବ୍ୟାଟିଂ କରିବାକୁ ଆସନ୍ତି, ବିରୋଧି ଟିମ୍‌ର ବୋଲର୍‌ମାନେ ଛାନିଆ ହୁଅନ୍ତି। କିଛି ଏଭଳି ଦୃଶ୍ୟ ଆଇପିଏଲ୍‌ ୨୦୨୪ର ୧୬ତମ ମ୍ୟାଚ୍‌ରେ ଦେଖିବାକୁ ମିଳିଛି। ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁନୀଲ ମାତ୍ର ୨୧ ବଲ୍‌ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କର ବିସ୍ଫୋରକ ବ୍ୟାଟିଂ ବଳରେ ମାତ୍ର ୪୫ ବଲ୍‌ରେ ଦଳର ସ୍କୋର ୧୦୦ ପାର୍‌ କରିଥିଲା। ତେବେ ପ୍ରଥମ ୫ ବଲ୍‌ରେ ନିଜର ଖାତା ଖୋଲି ପାରି ନ ଥିବା ଏହି କ୍ରିକେଟରଙ୍କ ବ୍ୟାଟିଂ ଦେଖି ପ୍ରଶଂସକ ଖୁସିରେ ନାଚିଥିଲେ।

ସୁନୀଲ ନରେନ ଚତୁର୍ଥ ଓଭରରେ ଈଶାନ୍ତ ଶର୍ମାଙ୍କୁ ଘାଇଲା କରିଥିଲେ। ଏହି ଓଭରରେ ନରେନ ୩ ଛକା ଏବଂ ୨ ଚୌକା ମାରି ୨୬ ରନ୍‌ କରିଥିଲେ। ଈଶାନ୍ତଙ୍କ ପ୍ରଥମ ୨ ବଲ୍‌ରେ ନରେନ ୨ ଛକା ମାରିଥିଲେ। ତୃତୀୟ ବଲ୍‌ରେ ଚୌକା, ଚତୁର୍ଥରେ ଡଟ୍‌, ପଞ୍ଚମରେ ଛକା ଏବଂ ଷଷ୍ଠରେ ଚୌକା ମାରିଥିଲେ ସେ। ପାଓ୍ବାର ପ୍ଲେ ସମୟରେ ହିଁ ସେ ନିଜର ଅର୍ଦ୍ଧଶତକ ପୂରଣ କରିନେଇଥିଲେ।

କହିରଖୁଛୁ. କୋଲକାତା ଟିମ୍‌ ଏହି ମ୍ୟାଚ୍‌ରେ ପ୍ରଥମ ୧୦ ଓଭରରେ ୧୩୫ ରନ୍‌ କରିଥିଲା। ଏପରିକି ୨୦ ଓଭରରେ ଦିଲ୍ଲୀକୁ ୨୭୩ ରନ୍‌ର ବିଶାଳ ଟାର୍ଗେଟ ଦେବାରେ ସଫଳ ହୋଇଥିଲା। ଏହା ଫ୍ରାଞ୍ଚାଇଜର ସବୁଠାରୁ ବଡ ସ୍କୋର ଅଟେ। ନରେନ୍‌ଙ୍କ ଯୋଗୁ ଦଳ ମାତ୍ର ୧୧ ଓଭରରେ ୧୫୦ ରନ୍‌ରେ ପହଞ୍ଚିଥିଲେ। ଶତକ କରିବାରୁ ବଞ୍ଚିତ ହୋଇଥିଲେ ହେଁ ସେ ୮୫ ରନ୍‌ ସହ ନିଜର ସର୍ବଶ୍ରେଷ୍ଠ ସ୍କୋର କରିଥିଲେ। ମିଚେଲ ମାର୍ଶ ତାଙ୍କ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri