Odisha Elections 2024

‘କୋରେଇର ସ୍ବାଭିମାନ ପାଇଁ ଲଢ଼େଇ ହେବ’

ଯାଜପୁର,୩୧ା୩(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ୨୦୨୪ ସାଧାରଣ ନିର୍ବାଚନ କ୍ରମଶଃ ରୋଚକ ମୋଡ଼ ନେଉଛି। ଅଭିନେତାରୁ ନେତା ସାଜିଥିବା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ ଶନିବାର ବିଜେଡିରୁ ଇସ୍ତଫା ଦେବା ପରେ ଜିଲା ରାଜନୀତି ଏକପ୍ରକାର ସରଗରମ ହୋଇପଡ଼ିଛି। ମା’ ମାଟି କୋରେଇର ସ୍ବାଭିମାନ ପାଇଁ ଲଢ଼ିବେ ବୋଲି କହି ଆକାଶ ଶାସକ ଦଳର ନେତା ଓ କର୍ମୀଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ତେବେ ରବିବାର ଭାଜପାରେ ଯୋଗଦେଇ ଆକାଶ କୋରେଇରେ ଏକ ନୂତନ ରାଜନୈତିକ ସମୀକରଣ ସୃଷ୍ଟି କରିବେ ବୋଲି ସୂଚନା ମିଳିଛି। ଦୀର୍ଘ ୨୦ ବର୍ଷ ପରେ ଶାସକ ବିଜେଡି ପୁଣି ଏକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ଅନ୍ୟପକ୍ଷେ ବିଜେଡି ଜିଲା ଯୁବ ସଭାପତି ପ୍ରତାପ ମହାନ୍ତି କହିଛନ୍ତି, ଆକାଶଙ୍କ ଏଭଳି ପଦକ୍ଷେପ ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କୋରେଇବାସୀ ସଂଗଠିତ ହୋଇ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ପ୍ରତି ଭଲ ପାଇବାରେ କୌଣସି ଫରକ ପଡ଼ିବ ନାହିଁ।

କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେଲା ଜଣେ ନେତା ଦ୍ୱିତୀୟ ଥର ବିଧାୟକ ହୋଇ ପାରିନାହାନ୍ତି। ବିଭିନ୍ନ ରାଜନୈତିକ ଦଳ ଏହି ନିର୍ବାଚନମଣ୍ଡଳୀକୁ ପରୀକ୍ଷାନିରୀକ୍ଷାର ପ୍ରୟୋଗଶାଳା ଭାବେ ଧରି ନେଇଛନ୍ତି। ଏଥିରେ ବ୍ୟାସନଗର ପୌର ପରିଷଦ ସହ କୋରେଇ ବ୍ଲକ ଓ ରସୁଲପୁର ବ୍ଲକର ୯ ପଞ୍ଚାୟତବାସୀଙ୍କ ସମେତ ନେତା ଓ କର୍ମୀମାନେ ଅତିଷ୍ଠ ହୋଇପଡ଼ିଛନ୍ତି। ଜଣେ ନୂଆ ମୁହଁ ବିଧାୟକ ହେଉଥିବାରୁ ବିଭିନ୍ନ କ୍ଷେତ୍ରରେ ବିକାଶ ଅଧାପନ୍ତରିଆ ହୋଇ ପଡ଼ି ରହୁଛି। ଅଞ୍ଚଳବାସୀଙ୍କ ବିଭିନ୍ନ ଦାବି ପ୍ରତିଶ୍ରୁତିରେ ଅଟକିଛି। ଫଳରେ କୋରେଇବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇ ସମ୍ପୃକ୍ତ ରାଜନୈତିକ ଦଳର କେତେଜଣ ବଡମୁଣ୍ଡିଆଙ୍କୁ ଏଥିପାଇଁ ଦାୟୀ କରାଯାଉଛି। ଆକାଶ ବିଜେଡିରୁ ଇସ୍ତଫା ଦେବା ପରେ ଭାଜପାରେ ମିଶିବା ଏକପ୍ରକାର ଥୟ ବୋଲି ସବୁଠି ଆଲୋଚନା ହେଉଛି। ଏହାପରେ କୋରେଇରେ ଯେଉଁ ହାଲୁକା ରାଜନୀତି କରାଯାଉଥିଲା ସେଥିରୁ ରାଜନୈତିକ ଦଳଗୁଡିକ ବିରତି ନେବେ ବୋଲି କୁହାଯାଉଛି। ଆକାଶଙ୍କ ସମେତ ବିଜେଡି ବିଧାୟକ ଅଶୋକ ବଳ, କଂଗ୍ରେସରୁ ବନ୍ଦିତା ପରିଡା, ହରେକୃଷ୍ଣ ସାହୁ ଓ ବିଦ୍ୟାଧର ମହାନ୍ତି, ଭାଜପାର ଯୁବନେତା ଆଲେକଜାଣ୍ଡାର ଦାସ ଓ ବିଶ୍ୱଜିତ ନାୟକ, ବିଜେଡି ମହିଳା ଜିଲା ସଭାନେତ୍ରୀ ସବିତା ରାଉତ, ପୂର୍ବତନ ପୌରପାଳ ରସାନନ୍ଦ ମହାନ୍ତି, ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ବିଜେଡିର ପ୍ରୀତିରଞ୍ଜନ ସାହୁ ପ୍ରମୁଖ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଶୁଣାଯାଉଛି। ଅନ୍ୟ ନିର୍ବାଚନମଣ୍ଡଳୀ ଅପେକ୍ଷା ଦୀର୍ଘଦିନ ଧରି କୋରେଇ ଅବହେଳିତ ହୋଇ ପଡ଼ିରହିଛି। ଫଳରେ ଏହି ଆସନ ଏବେ ଚର୍ଚ୍ଚା ପରିସରକୁ ଆସିଛି। ବିଜେଡି ଛାଡିଥିବା ଆକାଶଙ୍କୁ ଗତ ନିର୍ବାଚନରେ ଟିକେଟ ନ ମିଳିବାରୁ ସେ ପୁଣି କୋରେଇବାସୀଙ୍କ ଅତି ନିକଟତର ହେବାକୁ ପ୍ରୟାସ ଜାରି ରଖିଥିଲେ। କିନ୍ତୁ ଦଳ ତାଙ୍କୁ ହତାଦର କରିବା ବିଜେଡି ପାଇ ଚ୍ୟାଲେଞ୍ଜ ହେବ ବୋଲି ଚର୍ଚ୍ଚା ହେଉଛି।

କୋରେଇ ନିର୍ବାଚନମଣ୍ଡଳୀରେ ପ୍ରସ୍ତାବିତ ନୂତନ ଆଧୁନିକ ବସ୍‌ଷ୍ଟାଣ୍ଡ, ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ବ୍ୟାସନଗରକୁ ସବ୍‌ଡିଭିଜନ ମାନ୍ୟତା, ପାଟରଙ୍ଗା ଓ ତଳଗଡ଼ ପଞ୍ଚାୟତରେ କଲ୍ୟାଣମଣ୍ଡପ, ଶ୍ରମିକ ଆଶ୍ରୟସ୍ଥଳୀ, ଯାଜପୁର ରୋଡ୍‌ ରେଳଷ୍ଟଶନ ନିକଟରେ ରେଲୱେ ଫ୍ଲାଏଓଭର ବ୍ରିଜ୍‌ ଓ ଗଳିପୋଲ, କୋରେଇ ଭବନ, ରାଜୀବ ଗାନ୍ଧୀ ଷ୍ଟାଡିୟମର ଉନ୍ନତୀକରଣ, ଛୋଟରାୟପୁର ମିନି ଷ୍ଟାଡିୟମ ଇତ୍ୟାଦି ପ୍ରତିଶ୍ରୁତିରେ ଅଟକିଛି। କେବଳ ଠିକାଦାରି ରାଜନୀତି ବଢ଼ିଥିବାରୁ ଲୋକେ ଏଠାରେ ପରିବର୍ତ୍ତନ ଚାହୁଁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି। ଏକ...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

ସୁନ୍ଦରଗଡ ଜିଲାରେ ମଧ୍ୟାହ୍ନ ୧ଟା ସୁଦ୍ଧା ୩୬.୩୨%ମତଦାନ

ସୁନ୍ଦରଗଡ,୨୦।୫(ଜୟ ନାରାୟଣ ମେଣ୍ଡୁଳି)ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାରେ ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ସୁନ୍ଦରଗଡ ଜିଲାରେ ଶାନ୍ତି ଶ୍ରୁଙ୍ଖଳାର ସହ ଆରମ୍ଭ ହୋଇଛି।...

ସରସରା ହତ୍ୟାକାଣ୍ଡ ନିର୍ବାଚନୀ ହିଂସା ନୁହେଁ: ସ୍ପଷ୍ଟ କଲେ ଜିଲାପାଳ, ଆଇଜି

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ନେଇ ମତଦାନ ପ୍ରକ୍ରିୟା ଚାଲିଛି। ତେବେ ଗୋଟିଏ ଗ୍ରାମର ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଥିବାବେଳେ...

ମଧ୍ୟବିତ୍ତଙ୍କ ପାଇଁ ସବୁବେଳେ କାମ କରନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ: ପାଣ୍ଡିଆନ

ଭୁବନେଶ୍ୱର,୨୦ା୫: ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଏଥିରେ...

ଭୋଟ ଦେବାକୁ ଆସିଥିବା ଲୋକଙ୍କ ଉପରେ ଖସିଲା ସାଇନବୋର୍ଡ : ଶିଶୁ ସମେତ ୫ ଗୁରୁତର ଆହତ

ଦାରିଙ୍ଗବାଡି, ୨୦।୫ (ଅରୁଣ ସାହୁ): ରାଜ୍ୟରେ ଦିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ଚାଲିଛି। ମତଦାନବେଳେ ଏକ ଦୁର୍ଘଟଣା ଘଟିଛି। ସାଇନବୋର୍ଡ଼ ଖସି ଯିବାରୁ ଜଣେ...

ଭୋଟରଙ୍କୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ: ଏଥିରେ ରହିଛି ବଡ଼ ପ୍ରତିଶ୍ରୁତି

ମୋରଡ଼ା,୨୦ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗରେ ଉଷ୍ମତା ଦେଖିବାକୁ ମିଳିଛି। ପ୍ରମୁଖ ରାଜନୈତିକ ଦଳ ଭାଜପା,...

ଭାଜପା ସମର୍ଥକଙ୍କ ଆକ୍ରମଣରେ ବିଜେଡି କର୍ମୀ ଗୁରୁତର

ବାସୁଦେବପୁର,୨୦।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୫ ନମ୍ବର ଓ୍ବାର୍ଡରେ ସୋମବାର ପୂର୍ବାହ୍ନରେ ପୋଷ୍ଟର ଲଗାଇବାକୁ କେନ୍ଦ୍ର କରି ବିବାଦ ଉପୁଜିଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri