ବିନା ଗ୍ୟାରେଣ୍ଟିରେ ଲୋନ୍‌ ନେବାକୁ ଚାହୁଁଛନ୍ତି କି? ସରକାରଙ୍କ ଏହି ଯୋଜନାରେ ମିଳିବ  ୧୦ ଲକ୍ଷ ଟଙ୍କା 

ନୂଆଦିଲ୍ଲୀ,୨୯।୩: ଗତ କିଛି ବର୍ଷ ଧରି ଦେଶରେ ଷ୍ଟାଟ୍‌ଅପ୍‌ର ସଂଖ୍ୟା ବଢ଼ିବାରେ ଲାଗିଛି। ଅଧିକାଂଶ ଯୁବଗୋଷ୍ଠୀ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି। କ’ଣ ଆପଣ ବି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ହେଲେ ବିନା ଗ୍ୟାରେଣ୍ଟିଂରେ ଆପଣଙ୍କୁ ଲୋନ୍‌ ମିଳୁନାହିଁ? ତେବେ ଏହି ଖବର ଆପଣଙ୍କ ପାଇଁ…
ସ୍ବରୋଜଗାରକୁ ପ୍ରାଧାନ୍ୟ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ରେ ‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ଆପଣ ୧୦ ଲକ୍ଷ ଯାଏ ଲୋନ୍‌(ଋଣ) ବିନା କୌଣସି ଗ୍ୟାରେଣ୍ଟିରେ ପାଇପାରିବେ। ଆସନ୍ତୁ ଜାଣିବା।
-କ’ଣ ଏହି ଯୋଜନା?
ଭାରତ ସରକାରଙ୍କ ମୁଦ୍ରା ଯୋଜନା ଅନୁଯାୟୀ ଗ୍ରାମାଞ୍ଚଳରେ କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବା ନଚେତ ବଢ଼ାଇବା ଲାଗି ଋଣ ପ୍ରଦାନ କରାଯାଇଥାଏ। ଯଦି ଆପଣ ନିଜର ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଏହି ଯୋଜନାର ଲାଭ ଉଠାଇପାରିବେ। ଏହା ଅଧୀନରେ ୩ କାଟାଗୋରୀ ଅନୁଯାୟୀ ଋଣ ମିଳିଥାଏ। ପ୍ରଥମଟି-ଶିଶୁ ଲୋନ୍‌, କିଶୋର ଲୋନ୍‌ ଏବଂ ତରୁଣ ଲୋନ୍‌। ଶିଶୁ ଲୋନ ଅନୁଯାୟୀ ଆପଣଙ୍କୁ ୫୦ହଜାର ଟଙ୍କା ମିଳିଥାଏ। କିଶୋର ଲୋନ୍‌ ଅଧୀନରେ ୫୦ ହଜାରରୁ ୫ ଲକ୍ଷ ଯାଏ ଟଙ୍କା ମିଳିଥାଏ। ସେହିଭଳି ତରୁଣ ଲୋନ୍‌ ନେଲେ ୫ ଲକ୍ଷରୁ ୧୦ ଲକ୍ଷ ଯାଏ ଟଙ୍କା ବିନା ଗ୍ୟାରେଣ୍ଟିରେ ମିଳିଥାଏ।
-କିଭଳି କରିବେ ଆବେଦନ: ଏହି ଯୋଜନାରେ ଋଣ ପାଇବାକୁ ଚାହୁଁଥିଲେ ଆପଣଙ୍କୁ ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ିବ। ଘରେ ବସି ଆପଣ ପ୍ରଧାନମନ୍ତ୍ରୀ ମୁଦ୍ରାର ଆଧିକାରୀକ ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ବି ଆବେଦନ କରିପାରିବେ। ଏହି ଯୋଜନାରେ ଆବେଦନ କରିବାକୁ ଆପଣଙ୍କୁ ବ୍ୟବସାୟ ଲୋନ୍‌, ଆପ୍ଲିକେଶନ ଫର୍ମ, ପାସପୋର୍ଟ ସାଇଜ୍‌ ଫଟୋ, କଓ୍ବୋଇସି ଡକ୍ୟୁମେଣ୍ଟ, ଆଇଡେଣ୍ଟି କାର୍ଡ ଏବଂ ଠିକଣା ପ୍ରମାଣ ଦେବାକୁ ପଡ଼ିଥାଏ। ଯଦି ଆପଣ ବ୍ୟବସାୟ କରିବାକୁ ଯୋଜନା କରୁଛନ୍ତି, ୧୦ ଲକ୍ଷ ଟଙ୍କାର ଆବଶ୍ୟକତା ଅଛି ତେବେ ଏହି ଯେଜନାର ଲାଭ ଉଠାଇପାରିବେ।

Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପରେ ଗ୍ରାହକଙ୍କୁ ବଡ଼ ଝଟ୍‌କା, ୫୦ରୁ ୨୫୦ ଯାଏଁ ମହଙ୍ଗା ହେବ ମୋବାଇଲ ରିଚାର୍ଜ!

ନୂଆଦିଲ୍ଲୀ,୧୪।୫: ଲୋକ ସଭା ନିର୍ବାଚନ ପରେ କୋଟି କୋଟି ମୋବାଇଲ ୟୁଜର୍ସଙ୍କୁ ଏକ ବଡ଼ ଝଟକା ଳାଗିବାକୁ ଯାଉଛି। ସୂଚନା ଅନୁଯାୟୀ, ଟେଲିକମ କମ୍ପାନୀଗୁଡିକ ମୋବାଇଲ...

ସୁନା ସଂରକ୍ଷଣରେ ବୃଦ୍ଧି

ଭୁବନେଶ୍ୱର,୧୪।୫ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ସୁନା ସଂରକ୍ଷଣ ବୃଦ୍ଧି ପାଉଛି। ୨୦୧୯ ମାର୍ଚ୍ଚରୁ ୨୦୨୪ ମାର୍ଚ୍ଚ ମଧ୍ୟରେ ଘରୋଇ ଭାବେ ରଖାଯାଇଥିବା...

ଜିଓର ନୂତନ ଓଟିଟି ଷ୍ଟ୍ରିମିଂ ପ୍ଲାନ୍‌

ଭୁବନେଶ୍ୱର,୧୪।୫: ରିଲାଏନ୍ସ ଜିଓର ନୂତନ ଓଟିଟି ଷ୍ଟ୍ରିମିଂ ପ୍ଲାନ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମାସିକ ୮୮୮ଟଙ୍କା ମୂଲ୍ୟର ଏହି ସୁଲଭ ପ୍ଲାନ୍‌ ଉଭୟ ଜିଓ...

ଏସ୍‌ବିଆଇ ଜେନେରାଲରେ ଯୋଗଦେଲେ ଜୟା

ଭୁବନେଶ୍ୱର,୧୪।୫: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଜୟା ତ୍ରିପାଠୀଙ୍କୁ କମ୍ପାନୀର ହେଡ୍‌ କି ରିଲେଶନ୍‌ସ ଗ୍ରୁପ୍‌ ଭାବେ ନିଯୁକ୍ତି ଦିଆଯାଇଛି।...

ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୩%

ଭୁବନେଶ୍ୱର,୧୪।୫ (ଅନୁରାଧା ମହାରଣା): କ୍ରମାଗତ ଭାବେ ଘରୋଇ ବଜାରରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଉଛି। ଏପରିକି ୨୦୨୪ ଏପ୍ରିଲ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୩%ରେ ରହିଛି।...

ଏଆଇଟିଆଇଜିଏ ଯୁଗ୍ମ କମିଟିର ୪ର୍ଥ ବୈଠକ

ଭୁବନେଶ୍ୱର,୧୩।୫ (ଅନୁରାଧା ମହାରଣା): ଏଆଇଟିଆଇଜିଏ ଆସିଆନ ଇଣ୍ଡିଆ ଟ୍ରେଡ ଇନ୍‌ ଗୁଡ୍ସ ଏଗ୍ରିମେଣ୍ଟ(ଏଆଇଟିଆଇଜିଏ )ର ସମୀକ୍ଷା ପାଇଁ ଚତୁର୍ଥ ଯୁଗ୍ମ କମିଟି ବୈଠକ ମେ ୭ରୁ...

ଇଣ୍ଡଲ୍‌ଜର ଏକ୍ସକ୍ଲୁସିଭ ଆଉଟଲେଟ

ଭୁବନେଶ୍ୱର,୧୩।୫: ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ତଥା ବିୟୁଟି ବ୍ରାଣ୍ଡ୍‌ ‘ଇଣ୍ଡଲ୍‌ଜ’ର ୩ଟି ନୂତନ ଏକ୍ସକ୍ଲୂସିଭ ଆଉଟଲେଟ ରବିବାର ଭୁବନେଶ୍ୱରର ଡିଏନ୍‌ ରେଗାଲିଆ ମଲ୍‌, ସମ୍‌...

ବଢ଼ିଲା କୋଇଲା ଆମଦାନୀ

ଭୁବନେଶ୍ୱର,୧3।୫ (ଅନୁରାଧା ମହାରଣା): ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର କୋଇଲା ଆମଦାନୀ ୭.୭% ବୃଦ୍ଧି ହୋଇ ୨୬୮.୨୪ ମେଟ୍ରେିକ୍‌ ଟନ୍‌ (ଏମଟି)ରେ ପହଞ୍ଚିଛି। ବିଟୁବି ଇ-କମର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri