ସବୁଜ ବନାନୀ ନଷ୍ଟ କରୁଛି ପୋଡୁଚାଷ

କେନ୍ଦୁଝର,୨୯ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼, ତେଲକୋଇ ରେଞ୍ଜ ଅଧୀନ ବିଭିନ୍ନ ସ୍ଥାନରେ ପୋଡୁଚାଷ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଛି। ଖରାଦିନ ଆରମ୍ଭରୁ ବନବାସୀମାନେ ପାହାଡ଼ରେ ତଇଳା କାଟି ପଦାକରି ସେସବୁ ଜଳାଉଛନ୍ତି। ବର୍ଷା ଆଗମନରେ ଜମିକୁ ତାଡ଼ି ଧାନ, ମକା, ସୋରିଷ, ରାଶି, ପନିପରିବା ଚାଷ କରିଥାନ୍ତି। ଏହାକୁ ରୋକିବା ପାଇଁ ସରକାର ଜୀବିକା ମିଶନ ଜରିଆରେ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଛନ୍ତି। ଘର ପାଖରେ କାମ ଯୋଗାଇଦେବାକୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକାରୀ କରାଯାଇଛି। ସଚେତନତା ଅଭାବ ଏବଂ ଯୋଜନାର ସଫଳ ରୂପାୟନ ହେଉ ନ ଥିବାରୁ ବନବାସୀ ଆଗଭଳି ପୋଡ଼ୁଚାଷ ତଥା ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି।
ମୁତାବକ, ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଓ ତେଲକୋଇ ରେଞ୍ଜ ସୀମାନ୍ତ କାଞ୍ଜିପାଣି, ବରଗୋଡ଼ା, ଗୋନାସିକା, ଟଣ, ରାକମ, ସୁଡୁଙ୍ଗ, ତାଳପଦା, ବାରାଗଡ଼ ଆଦି ଅଞ୍ଚଳରେ ପାହାଡ଼ ଉପରେ ଓ ତଳେ ବସବାସ କରୁଥିବା ଜୁଆଙ୍ଗମାନେ ପୋଡୁଚାଷ ପାଇଁ କାଞ୍ଜିପାଣିରୁ ତେଲକୋଇକୁ ଯିବା ରାସ୍ତାରେ ପଣସନସା, ହଳଦୀପାଣି, ଉପର ପଣସନସା ଅଞ୍ଚଳରେ ରାସ୍ତାକଡ଼ରୁ ମୂଲ୍ୟବାନ୍‌ ଗଛ କାଟୁଛନ୍ତି। ସେହିପରି ସାହାରପୁର ପଞ୍ଚାୟତର ପାହାଡ଼ ଜଙ୍ଗଲଘେରା ଦୁର୍ଗମ ଲୁଙ୍ଗାଝର ରଙ୍ଗଡିହି ରାସ୍ତାକଡ଼ ପାହାଡ଼ରେ ମଧ୍ୟ ବହୁ ସଂଖ୍ୟାରେ ପୋଡୁଚାଷ ପାଇଁ ଗଛ ପୋଡ଼ି ଦିଆଯାଇଛି। ଯଦିଓ ପାରମ୍ପରିକ ପୋଡୁଚାଷକୁ ବନବାସୀ ଜୀବନଜୀବିକା ଭାବେ ଗ୍ରହଣ କରିଥାଆନ୍ତି, ମାତ୍ର ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ଏସବୁ ଚାଷ ଉପରେ ରୋକ୍‌ ଲଗାଇବାକୁ ଦାବି ହେଉଛି। ଜଙ୍ଗଲ ନିଆଁକୁ ରୋକିବା ପାଇଁ ବହୁ ଅର୍ଥ ଆସୁଥିଲେ ହେଁ ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେଉନାହିଁ। ଆଦିବାସୀ କେଉଁଠି ଜଙ୍ଗଲ ଉଜାଡ଼ି ପୋଡୁଚାଷ କରୁଛନ୍ତି ତ ଜାଳକାଠ ବଜାରରେ ବିକି ପରିବାର ଚଳାଇବାକୁ ବାଧ୍ୟ ହେଉଛନ୍ତି। ବନ ବିଭାଗ ସ୍ଥାନୀୟ ଲୋକଙ୍କୁ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ କଲେ ଲୋକେ ନିଯୁକ୍ତି ପାଇପାରନ୍ତେ ବୋଲି ପରିବେଶବିତ୍‌ ହରେକୃଷ୍ଣ ମହାନ୍ତ କହିଛନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଓ ଅନ୍ୟାନ୍ୟ ଯୋଜନାରେ ଗତ ୧୦ ବର୍ଷ ମଧ୍ୟରେ ବହୁ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଏହାଦ୍ୱାରା ବନବାସୀ କେତେ ଉପକୃତ ହୋଇଛନ୍ତି ତାହାର ଠିକ୍‌ ତଥ୍ୟ କାହା ପାଖରେ ନାହିଁ ବୋଲି ସାମାଜିକକର୍ମୀ ଅକ୍ଷୟ ପଟ୍ଟନାୟକ କହିଛନ୍ତି। ଏହି ୨ ରେଞ୍ଜ ଏକଦା ଘଞ୍ଚ ଜଙ୍ଗଲ ଥିବା ବେଳେ ପୋଡୁଚାଷ ଜଙ୍ଗଲର ଘନତ୍ୱକୁ ହ୍ରାସ କରିଛି ବୋଲି ପରିବେଶବିତ୍‌ ଭକ୍ତଚରଣ ମହାନ୍ତି କହିଛନ୍ତି। ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି, ଆଦିବାସୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଲୋକଙ୍କୁ କାମ ଯୋଗାଇ ଦିଆଯାଉଛି। ଅଭିଯୋଗ ଆସିଲେ ଲୋକଙ୍କୁ ସଚେତନ କରାଇ କାମ ଯୋଗାଇଦିଆଯିବ। ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଅଧିକାରୀ ନୟନକାନ୍ତ ସାହୁ କହିଛନ୍ତି, ପୋଡ଼ୁଚାଷକୁ ନେଇ ଲୋକଙ୍କୁ ସଚେତନ କରାଯାଉଛି। ବନ ସୁରକ୍ଷା ସମିତି ବୈଠକରେ ମଧ୍ୟ ଆଲୋଚନା କରାଯାଉଛି। ପୋଡ଼ୁଚାଷ ପାଇଁ ଜଙ୍ଗଲ ସଫା କରୁଥିବା ନେଇ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଅନୁଭବଙ୍କ ଅଡୁଆ

କଟକ,୮।୫: ଅଭିନେତା ତଥା ଭାଜପା ନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି। ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ...

ବାଲେଶ୍ୱର କଂଗ୍ରେସରେ ଫାଟ, ଶ୍ରୀକାନ୍ତଙ୍କୁ ବିରୋଧ କରି ଦଳ ଛାଡିଲେ ବଡ଼ ନେତା

ନୀଳଗିରି,୮।୫: ବାଲେଶ୍ୱର କଂଗ୍ରେସରେ ଫାଟ। କଂଗ୍ରେସ ଛାଡିଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ର୍ନିବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ...

୨ ରୁବେଲା ଭାଇରସ୍‌ ରୋଗୀ ଚିହ୍ନଟ

ନବରଙ୍ଗପୁର,୮।୫: ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ୫ଟି ସାମ୍ପଲରୁ...

ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ

ଦାରିଙ୍ଗବାଡି, ୮।୫ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ...

ଦମ୍‌ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର

ଭୁବନେଶ୍ୱର/ହିଞ୍ଜିଳିକାଟୁ/ଶେରଗଡ଼/ଖଲ୍ଲିକୋଟ,୮ା୫(ଅନିଲ ଦାସ/ ଦ୍ୱିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟନାରାୟଣ ଦାଶ/ପ୍ରଶାନ୍ତ ମିଶ୍ର):କିଛିଲୋକ ଦିନରେ ସ୍ବପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ଭାଜପାକୁ ଯଦି ପଚାରିବେ...

ପ୍ରଣବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା

ସମ୍ବଲପୁର, ୮।୫ (ପ୍ରମୋଦ ବହିଦାର):ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଦଳର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri