ବେଦାନ୍ତ ପକ୍ଷରୁ ବିଶ୍ୱ ବନ ଦିବସ ପାଳିତ

ଭୁବନେଶ୍ୱର,୨୨।୩: (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଛତିଶଗଡ଼ ଏବଂ ଓଡ଼ିଶା ୟୁନିଟ୍‌ଗୁଡ଼ିକରେ ମଧ୍ୟ ବିଶ୍ୱ ବନ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଛତିଶଗଡ଼ର କୋର୍ବା ଜିଲାରେ ଅବସ୍ଥିତ ଭାରତର ଆଇକନିକ୍‌ ଆଲୁମିନିୟମ୍‌ ଉତ୍ପାଦକ ବାଲ୍‌କୋ କାର୍ଯ୍ୟ ପରିସରରେ ସମ୍ପୂର୍ଣ୍ଣ କ୍ଷମତା ହାସଲ କରିଥିବାରୁ ୫ଟି ଫ୍ଲାଏ ପାଉଁଶ ସଂରକ୍ଷଣ କ୍ଷେତ୍ର କିମ୍ବା ପାଉଁଶ ପୋଖରୀରେ ବୃକ୍ଷରୋପଣ କରାଯାଇଥିଲାବେଳେ ୧୫୦ହେକ୍ଟରରୁ ଅଧିକ କ୍ଷେତ୍ର ବିସ୍ତାରକରି ପ୍ରାୟ ୨ଲକ୍ଷ ଚାରାରୋପଣ ମାଧ୍ୟମରେ ଜଙ୍ଗଲ ନ ଥିବା ସ୍ଥାନର ସ୍ଥାୟୀ ପୁନରୁଦ୍ଧାର ପାଇଁ ନୂତନ ପରିସର ସୃଷ୍ଟି କରାଯାଇଥିଲା।

ସେହିଭଳି କମ୍ପାନୀର ଓଡ଼ିଶାର ଝାରସୁଗୁଡ଼ାଠାରେ ବେଦାନ୍ତ ଆଲୁମିନିୟମ କାରଖାନା, ଜିଲାର କ୍ଲୋରୋକ୍ସିଲନ୍‌ ସ୍ବିଇଟେନିଆ ପରି ଅସୁରକ୍ଷିତ ଗଛ ପ୍ରଜାତିର ବୃକ୍ଷରୋପଣ କରିଛି। ଅଧିକନ୍ତୁ ଅନନ୍ୟ ମିଆୱାକି ପଦ୍ଧତି ଉପରେ ଆଧାରକରି ଏହା ପ୍ରଥମ ଥର ପାଇଁ ଓଡ଼ିଶାର ସୁନ୍ଦରଗଡ଼ ଜିଲାର ଜାମକାନି କୋଇଲା ଖଣି ପରିସରରେ ବ୍ୟାପକ ବୃକ୍ଷରୋପଣ ଉଦ୍ୟମ ଆରମ୍ଭ କରିଛି। ସେହିପରି କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ଠାରେ ଥିବା ବେଦାନ୍ତ ଆଲୁମିନିୟମର ବିଶ୍ୱସ୍ତରୀୟ ଆଲୁମିନା ରିଫାଇନେରିରେ ୨୦୦ରୁ ଅଧିକ ଫଳ ଗଛର ଚାରା ସମ୍ପ୍ରଦାୟର ସଦସ୍ୟଙ୍କ ମଧ୍ୟରେ ବଣ୍ଟନ ହୋଇଥିବାବେଳେ କମ୍ପାନୀର ମାଇନ୍ସ ୟୁନିଟ୍‌ରେ କର୍ମଚାରୀମାନେ ଏକ ଫଟୋଗ୍ରାଫି ପ୍ରତିଯୋଗିତାରେ ଭାଗନେଇଥିଲେ। ସ୍ଥାନୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସକ୍ରିୟ ଅଂଶଗ୍ରହଣ ସହିତ ପ୍ରକୃତି ଡକ୍ୟୁମେଣ୍ଟାରି ଏବଂ ବୃକ୍ଷରୋପଣର ସ୍କ୍ରିନିଂ ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା ।

ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଲାଭେନ୍‌ କହିଛନ୍ତି,ଆମର ସ୍ଥିରତା ପ୍ରୟାସ ପରିବେଶର ଉନ୍ନତି ସହ ଏକ ସ୍ଥାୟୀ ଗ୍ରହ ପାଇଁ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣକୁ ଅନ୍ତର୍ଭୁକ୍ତ କରିଥାଏ। ଆମେ ଦାୟିତ୍ୱପୂର୍ଣ୍ଣ ବ୍ୟବସାୟ କାର୍ଯ୍ୟରେ ଜୈବ ବିବିଧତା ସଂରକ୍ଷଣର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ବୀକୃତି ଦେଇଥାଉ ଏବଂ ଆଗାମୀ ପିଢ଼ି ପାଇଁ ସଂରକ୍ଷଣକୁ ଦୃଷ୍ଟିରେ ରଖି ପରିବେଶ ସଚେତନତା ଅଭ୍ୟାସ ନିମନ୍ତେ ମଧ୍ୟ ଲକ୍ଷ୍ୟ ରଖିଥାଉ। ଆମର ଏକ ଅଂଶ ଭାବେ ପ୍ଲାଣ୍ଟ ପରିସର ତଥା ବିଭିନ୍ନ ଇକୋସିଷ୍ଟମର କଲ୍ୟାଣ କରିବାକୁ ଆମ ଭିତର ପ୍ରୟାସକୁ ସୁନିଶ୍ଚିତ କରାଇଥାଉ।

ଏହି ଅବସରରେ କମ୍ପାନୀ ତା’ର ସ୍ଥାନୀୟ ଜୈବ ବିବିଧତା ରକ୍ଷା କରିବା ପାଇଁ କମ୍ପାନୀର କର୍ମଚାରୀ ତଥା ସମ୍ପ୍ରଦାୟର ସଦସ୍ୟଙ୍କ ମଧ୍ୟରେ ଅଧିକ ସଚେତନତା ଏବଂ କାର୍ଯ୍ୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ‘ଜଙ୍ଗଲ ଏବଂ ଉଦ୍ଭାବନ:ଏକ ଉତ୍ତମ ବିଶ୍ୱ ପାଇଁ ନୂତନ ସମାଧାନ’ ବିଷୟବସ୍ତୁ ଉପରେ ସଚେତନତା ଅଧିବେଶନ ଆୟୋଜନ କରିବା ପାଇଁ ଓଡ଼ିଶାର ଝାରସୁଗୁଡ଼ାଠାରେ ଡିଏଫ୍‌ଓ (ଡିଭିଜନାଲ ଫରେଷ୍ଟ ଅଫିସର)ଙ୍କ ସହ ସହଭାଗିତା କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri