Posted inଫୁରସତ

ଅଧିକ ସମୟ ଉପବାସ ହୃଦରୋଗର କାରଣ!

ମଧ୍ୟବର୍ତ୍ତୀ ଉପବାସ – ଯେତେବେଳେ ଲୋକମାନେ କେବଳ ଦିନର ନିର୍ଦ୍ଦିଷ୍ଟ ସମୟରେ ଖାଆନ୍ତି ଏହାକୁ ମଧ୍ୟବର୍ତ୍ତୀ ଉପବାସ ବୋଲି କୁହାଯାଉଛି। ନିକଟ ଅତୀତରେ ଏହାର ଲୋକପ୍ରିୟତା ବଢିଛି। କିନ୍ତୁ ବର୍ତ୍ତମାନ ଏକ ନୂତନ ଅଧ୍ୟୟନରୁ ଆଶ୍ଚର୍ଯ୍ୟଜନକ କଥା ଜଣାପଡିଛି ଯେ ଏହାକୁ ନେଇ ସତର୍କ ହେବାର ସମୟ ଆସିଛି, ଏହା ଜାଣିବାକୁ ମିଳିଛି ଯେ କେତେକ ମଧ୍ୟବର୍ତ୍ତୀ ଉପବାସରେ ହୃଦଘାତରେ ମୃତ୍ୟୁ ହେବାର ସମ୍ଭାବନା ଅଧିକ।
ସୋମବାର ଚିକାଗୋରେ ଥିବା ଏକ ଆମେରିକୀୟ ହାର୍ଟ ଆସୋସିଏସନ ବୈଠକରେ ଏହି ଅନୁସନ୍ଧାନଗୁଡିକ ଉପସ୍ଥାପିତ ହୋଇଥିଲା ଏବଂ ମଧ୍ୟବର୍ତ୍ତୀ ଉପବାସର ଏକ ଲୋକପ୍ରିୟ ସଂସ୍କରଣ ଉପରେ ଧ୍ୟାନ ଦିଆଯାଇଥିଲା ଯାହାକି ଆପଣଙ୍କର ସମସ୍ତ ଖାଦ୍ୟକୁ ମାତ୍ର ୮ଘଣ୍ଟା କିମ୍ବା ତା’ଠାରୁ କମ ସମୟ ମଧ୍ୟରେ ଖିଆଯାଇଥାଏ। ଫଳସ୍ବରୂପ ଅତି କମରେ ଦୈନିକ ୧୬ଘଣ୍ଟା ଉପବାସ, ସାଧାରଣତଃ ଏହାକୁ ଟାଇମ ରେଷ୍ଟ୍ରିକଟେଡ ଇଟିଙ୍ଗ ବୋଲି କୁହାଯାଏ।
ଏହି ଅଧ୍ୟୟନରେ ସମଗ୍ର ଯୁକ୍ତରାଷ୍ଟ୍ରରେ ୨୦,୦୦୦ ବୟସ୍କ ବ୍ୟକ୍ତିଙ୍କ ଖାଦ୍ୟପେୟ ଅଭ୍ୟାସ ଉପରେ ତଥ୍ୟ ବିଶ୍ଳେଷଣ କରାଯାଇଥିଲା ଏହି ତଥ୍ୟ ୨୦୦୩ରୁ ୨୦୧୮ ପର୍ଯ୍ୟନ୍ତ ସଂଗ୍ରହ କରାଯାଇଥିଲା। ଯେଉଁମାନେ ପ୍ରତ୍ୟେକ ଦିନ ୧୨ ରୁ ୧୬ ଘଣ୍ଟା ମଧ୍ୟରେ ସେମାନଙ୍କ ଖାଦ୍ୟ ଖାଇବାର ଏକ ପାରମ୍ପାରିକ ଖାଦ୍ୟପେୟ ଅନୁସରଣ କରିଥିଲେ। ସେମାନଙ୍କ ତୁଳନାରେ ଯେଉଁମାନେ ୮ ଘଣ୍ଟା ଖାଇବା ଯୋଜନା ପାଳନ କରୁଥିଲେ ସେମାନଙ୍କର ହୃଦଘାତରେ ମୃତ୍ୟୁ ହେବାର ଆଶଙ୍କା ୯୧ ପ୍ରତିଶତ ଅଧିକ।
ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ ଏହି କ୍ରମାଗତ ବିପଦ ସେହି ଲୋକମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ, ଯେଉଁମାନେ ପୂର୍ବରୁ ଏକ କ୍ରନିକ ରୋଗ କିମ୍ବା କର୍କଟ ରୋଗରେ ପୀଡିତ ଥିଲେ। ହୃଦରୋଗରେ ଆକ୍ରାନ୍ତ ବ୍ୟକ୍ତି, ଯେଉଁମାନେ ସମୟ ସୀମିତ ଖାଇବା ପଦ୍ଧତିକୁ ଅନୁସରଣ କରିଥିଲେ, ହୃଦଘାତ କିମ୍ବା ଷ୍ଟ୍ରୋକରେ ମୃତ୍ୟୁ ହେବାର ଆଶଙ୍କା ୬୬ ପ୍ରତିଶତ ଅଧିକ ଥିଲା। ଯେଉଁମାନେ ଏହି ସମୟରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ, ଯଦି ସେମାନେ ଦିନକୁ ଅତି କମରେ ୧୬ ଘଣ୍ଟା ଖାଇବା ସମୟ ଅନୁସରଣ କରୁଥିବା କର୍କଟ ରୋଗୀଙ୍କ ତୁଳନାରେ ସୀମିତ ସମୟର ଖାଦ୍ୟ ଖାଇବା ପଦ୍ଧତି ଅନୁସରଣ କରନ୍ତି ତେବେ ଏହି ରୋଗରେ ମତ୍ୟୁ ହେବାର ସମ୍ଭାବନା ଅଧିକ।
ଅଧ୍ୟୟନ ଫଳାଫଳରୁ ଜଣାପଡିଛି ଯେ ଯେଉଁମାନେ ଦୀର୍ଘ ସମୟ ଧରି ମଧ୍ୟବର୍ତ୍ତୀ ଉପବାସ ଅଭ୍ୟାସ କରନ୍ତି, ବିଶେଷକରି ହୃଦଘାତ କିମ୍ବା କର୍କଟ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଅତ୍ୟଧିକ ସତର୍କ ହେବା ଉଚିତ୍‌ ବୋଲି ଏପିଡେମୋଲୋଜି ଏବଂ ବାୟୋଷ୍ଟାଟିଷ୍ଟିକ ବିଭାଗର ମୁଖ୍ୟ ଲେଖକ ତଥା ଭିକ୍ଟର ୱେଞ୍ଜେ ଜୋଙ୍ଗ କହିଛନ୍ତି। ଯେ କି ଚାଇନାର ସାଂଘାଇ ଜିଆଓ ଟୋଙ୍ଗ ୟୁନିଭରସିଟି ସ୍କୁଲ ଅଫ ମେଡିସିନରେ କାର୍ଯ୍ୟରତ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନର ପ୍ରମାଣକୁ ଭିତ୍ତି କରି ଲୋକମାନେ ଯାହା ଖାଉଛନ୍ତି ତାହା ଉପରେ ଧ୍ୟାନ ଦେବା ଅପେକ୍ଷା ସେମାନେ କେଉଁ ସମୟରେ ଖାଉଛନ୍ତି ତାହା ଉପରେ ଧ୍ୟାନ ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ ମନେହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri