ଷୋଳସାପାଣ୍ଠ ଜମିରେ ଲଙ୍ଗଳରେ ଚାଷ କରିଥିଲେ ମହାଦେବ

କାଳିପଦା, ୮।୩(ରାଜଶ୍ରୀ ପାଣିଗ୍ରାହୀ): ବାଲେଶ୍ୱର ଜିଲାରେ ଥିବା ପ୍ରାଚୀନ ଶୈବପୀଠ ମଧ୍ୟରୁ ବାବା ଲଙ୍ଗଳେଶ୍ୱର ପୀଠରେ ପୂଜା ପାଉଛନ୍ତି ଉଭୟ ମହାଦେବ ଓ ମାତା ପାର୍ବତୀ। ବାଲେଶ୍ୱର ସଦର ମହକୁମାଠାରୁ ୪୮କି.ମି. ଓ ବାଲିଆପାଳ ବ୍ଲକ ସଦରଠାରୁ ୨୦ କି.ମି. ଦୂରରେ ଏହି ମନ୍ଦିର ଅବସ୍ଥିତ। ଏହି ମନ୍ଦିରର ପୂର୍ବପାର୍ଶ୍ୱ ଦେଇ ବୋହିଯାଇଥବା ପାର୍ବତୀ ନଦୀ ମନ୍ଦିରର ଶୋଭାବର୍ଦ୍ଧନ କରେ। ସ୍ବୟଂ ମହାଦେବ ମନ୍ଦିର ସନ୍ନିକଟ ଷୋଳସାପାଣ୍ଠ ବିସ୍ତୀର୍ଣ୍ଣ ଜମିରେ ଲଙ୍ଗଳ ଦ୍ୱାରା ଚାଷ କରିଥିଲେ ବୋଲି ଲୋକକଥା ଅଛି। ସେହି ଅନୁସାରେ ପୀଠର ନାମକରଣ ହୋଇଛି ଲଙ୍ଗଳେଶ୍ୱର। ଦେବୋତ୍ତର ଜମି ବିବାଦ କାରଣରୁ ପୀଠର କୌଣସି ଉନ୍ନତି ହୋଇପାରୁନାହିଁ। ୨୦୧୦ରେ ତକତ୍ାଳୀନ ମନ୍ତ୍ରୀ ତଥା ବସ୍ତାର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତିଙ୍କ ଉଦ୍ୟମରେ ଏହା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ଅଦ୍ୟାବଧି ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ଏହାର ବିକାଶ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇଆସୁଥିଲା। ୨୦୨୩ ମସିହାରେ ୫-ଟି ସଚିବ କାର୍ତ୍ତିକ ପାଣ୍ଡିଆନଙ୍କ ଲଙ୍ଗଳେଶ୍ୱର ଗସ୍ତ ସମୟରେ ଏହାର ବିକାଶ ପାଇଁ ବହୁତ ଲୋକ ଦାବି କରିଥିଲେ। ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମନ୍ଦିର ବିକାଶ ପାଇଁ ୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ସେହି ଅନୁଦାନରେ ମନ୍ଦିର ସମ୍ମୁଖରେ କେବଳ ଏକ ନାଟ ମନ୍ଦିର ନିର୍ମାଣ କରାଯାଇଛି।
କିମ୍ବଦନ୍ତୀ ଅନୁସାରେ ଶିବ ଓ ପାର୍ବତୀଙ୍କ ମଧ୍ୟରେ କଳହ ହେବାରୁ ମହାଦେବ ଏହି ସ୍ଥାନକୁ ଆସନ୍ତି। ଶିବଗଣଙ୍କ ମଧ୍ୟରୁ ବାସୁଆ ଓ ପବନା ମହାଦେବଙ୍କ ଅନୁଗାମୀ ହୋଇ ତାଙ୍କ ସହିତ ଏହି ସ୍ଥାନରେ ରହିଛନ୍ତି। ମହାଦେବ ନିଜ ମହିମା ପ୍ରକଟ କରିବାକୁ ଯାଇ ତାଙ୍କର ଲୀଳା ଖେଳା ପାଶର୍‌ବବର୍ତ୍ତୀ ସ୍ଥାନରେ କରିଛନ୍ତି। ବଣିଆଡ଼ିହା, ମହାବଳା, ପାର୍ବତୀପୁର, ଗଞ୍ଜା,ଜାମଶୂଳୀ, ଗଞ୍ଜା, ଗୋହାଳିପଦା ଆଦି ଗ୍ରାମଗୁଡ଼ିକର ନାମକରଣ ଏଥିରୁ ପ୍ରତିପନ୍ନ ହୋଇଛି। ପାର୍ବତୀ ମହାଦେବଙ୍କ ବିରହକୁ ସହ୍ୟ କରି ନ ପାରି କେଉଟୁଣୀ ବେଶରେ ନଦୀରେ ନୌକାରେ ଆସି ଏହି ସ୍ଥାନରେ ପହଞ୍ଚନ୍ତି। ଏହିଠାରେ ହୁଏ ଶିବ ଓ ପାର୍ବତୀଙ୍କ ମିଳନ। କିଛି ଦିନ ଅବସ୍ଥାନ ପରେ ସେମାନେ ଫେରିଯାଆନ୍ତି କୈଳାସକୁ। ଯିବା ସମୟରେ ତାଙ୍କ ଲଙ୍ଗଳ ଫାଳକୁ ମଧ୍ୟ ସେଠାରେ ସ୍ଥାପନ କରିଯାଇଥିଲେ। କଳା ମୁଗୁନି ପଥରରେ ନିର୍ମିତ ଏହି ମନ୍ଦିରର କାରୁକାର୍ଯ୍ୟ ଅଦ୍ୟାବଧି ଅକ୍ଷୁର୍ଣ୍ଣ ରହିଛି। ମହାଦେବଙ୍କ ଲକ୍ଷାଧିକ ଭକ୍ତ ଏହି ଅଞ୍ଚଳରେ ରହିଛନ୍ତି। ମହାଦେବଙ୍କ ଅନେକ ପର୍ବ ରହିଥିଲେ ବି ଜାଗର ଓ ପାଟ ପର୍ବ ଖୁବ୍‌ ପ୍ରସିଦ୍ଧ। ଜାଗର ମେଳା ଏହି ପୀଠରେ ୧୫ ଦିନ ଧରି ବସେ। ଜାଗର ଓ ମେଳା ପାଇଁ ଦୂରଦୂରାନ୍ତରୁ ହଜାର ହଜାର ଲୋକଙ୍କ ସମାବେଶ ହୁଏ। ଭକ୍ତମାନେ ଏହି ଦିନରେ ସନ୍ଧ୍ୟାରୁ ମହାଦୀପ ଉଠିବା ପର୍ଯ୍ୟନ୍ତ ମାନସିକ ପୂରଣ ପାଇଁ ଦୀପ ଜାଳି ଥାନ୍ତି। ଚଳିତବର୍ଷ ଆଇନଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲେରୋରୁ ମିଳିଲା ୨ଲକ୍ଷ ୬୪ ହଜାରରୁ ଅଧିକ ଟଙ୍କା

ବାରିପଦା,୧୨।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ଶାମାଖୁଣ୍ଟା ବ୍ଳକ ରଙ୍ଗମାଟିଆ ଛକରୁ ଏକ ବୋଲେରୋ ଗାଡିରୁ ବିପୁଳ ପରିମାଣର ଟଙ୍କା...

କୋଟିଆରେ ୭୬.୫୩ ପ୍ରତିଶତ ମତଦାନ: ଭୋଟରଙ୍କ ପାଇଁ ତତ୍ପରତା ଦେଖାଇଲା ଓଡ଼ିଶା, ଆନ୍ଧ୍ର

ପଟ୍ଟାଙ୍ଗି,୧୩ା୫(ଶରତ ଧଳ): ପ୍ରଥମ ପର୍ଯ୍ୟାୟ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ସୋମବାର ଭୋଟର ନିଜ ନିଜ ମତ ସାବ୍ୟସ୍ତ କରିଛନ୍ତି। ସୀମାନ୍ତ ଭୋଟରଙ୍କ ପାଇଁ...

ବୁଥ ନ ହେବାରୁ ଭୋଟ ଦେଲେନି ଗ୍ରାମବାସୀ

କୋକସରା,୧୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ସୋମବାର ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ପାଇଁ ମତଦାନ ପ୍ରକିୟା ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲାରେ ମତଦାନ...

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌: ୨୦ ଆହତ

କେନ୍ଦୁଝର,୧୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ତେଲକୋଇ ଦେଇ ରାଉରକେଲା ଯାଉଥିବା ମା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ସୋମବାର ଅପରାହ୍ନରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

ଚେକିଂ ବେଳେ କାର୍‌ରୁ ବିପୁଳ ପରିମାଣର ଟଙ୍କା ଜବତ

ବୌଦ୍ଧ,୧୩।୫ (ଅଜିତ କୁମାର ବାରିକ): ବୌଦ୍ଧ ନିର୍ବାଚନ ମଣ୍ଡଳୀ ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା କରଡାକୋଠା ନିକଟରେ ଗାଡି ଯାଞ୍ଚ ବେଳେ ଏକ କାର୍‌ରୁ...

୩ଟା ସୁଦ୍ଧା କୋରାପୁଟରେ ୫୩.୨୭ ପ୍ରତିଶତ ମତଦାନ

କୋରାପୁଟ,୧୩।୫(ଅମିତାଭ ବେହେରା ) ଅପରାହ୍ନ ୩ଟା ସୁଦ୍ଧା କୋରାପୁଟ ଜିଲାରେ ୫୩.୨୭ ପ୍ରତିଶତ ମତଦାନ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ଜିଲାର...

ମାଓବାଦୀ ଅଞ୍ଚଳରୁ ହେଲିକପ୍ଟରରେ ଫେରିଲେ ପୋଲିଂ ପାର୍ଟି

ନୂଆପଡ଼ା,୧୩।୫(ମକାରୁ ବେମାଲ): ନୂଆପଡ଼ା ଜିଲା ମାଓବାଦୀ ଉପଦ୍ରୁତ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ସୋମବାର ପୋଲିଂ ପାର୍ଟି ଭୋଟ ଗ୍ରହଣ ଶେଷ କରି ସ୍ବତନ୍ତ୍ର ହେଲିକପ୍ଟର ଯୋଗେ...

ବିଜେଡି ଏମ୍‌ପି, ଏମ୍‌ଏଲ୍‌ଏ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ବେଳେ ମହୁମାଛି ଆକ୍ରମଣ

ସୋନପୁର,୧୩।୫(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ଲୋକସଭା ଆସନ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଏବଂ ବୀରମହାରାଜପୁର ବିଧାନସଭା ପ୍ରାର୍ଥୀ ପଦ୍ମନାଭ ବେହେରା ସୋମବାର ବିନିକା ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri