ତାଳଚେର ସହର ପ୍ରଦୂଷଣ ନେଇ ଏନ୍‌ଜିଟିରେ ମାମଲା: ପ୍ରତିପକ୍ଷଙ୍କୁ ଜବାବ ଦାଖଲ ନୋଟିସ୍‌

କଟକ,୬ା୩(କାର୍ତ୍ତିକ ସାହୁ): ତାଳଚେର ସହରରେ କୋଇଲା ପରିବହନଜନିତ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ପକ୍ଷରୁ ବୁଧବାର ମାମଲାର ଶୁଣାଣି କରାଯାଇ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ନିମନ୍ତେ ଏପ୍ରିଲ ୧୦କୁ ଧାର୍ଯ୍ୟ ହୋଇଛି।
ମାମଲାର ବିବରଣୀ ଅନୁଯାୟୀ, କୋଇଲା ଉତ୍ତୋଳନ ଓ ପରିବହନ କ୍ଷେତ୍ରରେ ମହାନଦୀ କୋଲ୍‌ ଫିଲଡ୍‌ ଦ୍ୱାରା ପରିବେଶ ବହୁ ଭାବେ ପ୍ରଦୂଷିତ ହୋଉଛି। ଦେଶର ପ୍ରମୁଖ କୋଇଲା ଉତ୍ପାଦନକାରୀ କମ୍ପାନୀ ଭାବେ ମହାନଦୀ କୋଲ୍‌ ଫିଲ୍‌ଡ୍‌ ଅନ୍ତର୍ଗତ ତାଳଚେର କୋଲଫିଲ୍‌ଡ୍‌ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ତାମିଲନାଡ଼ୁରେ ୩୮.୬୫ ବିଲିୟନ୍‌ ଟନ୍‌ କୋଇଲା ଗଚ୍ଛିତ ରଖିଛି। ପ୍ରତ୍ୟେକ ଦିନ ପ୍ରାୟ ୫୦୦୦-୧୦୦୦୦ ଟ୍ରକ କୋଇଲା ବୋଝେଇ କରି ତାଳଚେର କୋଇଲା ଖଣିରୁ ଦେଶର ବିଭିନ୍ନ ଅଞ୍ଚଳକୁ ଯାଉଛନ୍ତି। ଏହି ଟ୍ରକଗୁଡ଼ିକ ସହର ମଧ୍ୟରେ ଗତି କରି ଜାତୀୟ ରାଜପଥ ୧୪୯ରେ ଯାଉଛନ୍ତି। ଟ୍ରକ୍‌ରେ କୋଇଲା ପରିବହନ ବେଳେ ସେଥିରୁ ଯେପରି କୋଇଲା ଗୁଣ୍ଡ ବାହାରକୁ ନ ଆସିବ ସେନେଇ କୌଣସି ପ୍ରତିଷେଧମୂଳକ ବା ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। କୋଇଲା କଣିକାଗୁଡ଼ିକ ଏତେ କ୍ଷୁଦ୍ର ଯେ, ସେଗୁଡ଼ିକ ଦୃଶ୍ୟମାନ ହେଉନାହିଁ। ଅପରପକ୍ଷରେ କ୍ଷୁଦ୍ର କୋଇଲାଗୁଣ୍ଡଗୁଡ଼ିକ ଲୋକଙ୍କ ଘର ଭିତରେ ବା ଯେକୌଣସି ପଦାର୍ଥରେ ଏକ କଳା ଆସ୍ତରଣ ସୃଷ୍ଟି କରୁଛି। ଏହି କୋଇଲାଗୁଣ୍ଡ ଦ୍ୱାରା ବଲହାର, ଲିଙ୍ଗରାଜ, ନନ୍ଦିରା, ବି ଆଳନ୍ଦା, ଥର୍ମାଲ ଅଞ୍ଚଳ, ତେନ୍ତୁଳେଇ, ବଡ଼ଦାଣ୍ଡ ସାହି, ବାଘମରା ଓ ଦିଆଝରନ୍‌ ଆଦି ଗ୍ରାମର ବାୟୁ ପ୍ରଦୂଷିତ ହେଉଛି। ପୁଣି କୋଇଲା ଗୁଣ୍ଡ ସହିତ ପାଉଁଶ ଚାଷଜମି ଓ ଜଳାଶୟଗୁଡ଼ିକୁ ପ୍ରଦୂଷିତ କରୁଛି।
ବିଶେଷ କରି ତେନ୍ତୁଳେଇ, ବଡ଼ଦାଣ୍ଡସାହି, ବାଘମରା ଓ ଦିଆଝରନ୍‌ ଗ୍ରାମର ପ୍ରଦୂଷଣ ସର୍ବାଧିକ ହୋଇଛି। ତାଳଚେର ମ୍ୟୁନିସିପାଲିଟିରେ ୨୦୨୧ ଜୁଲାଇରୁ ନାଶନାଲ କ୍ଲିନ୍‌ ଏୟାର ପ୍ରୋଗ୍ରାମ ଅନ୍‌୍‌ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ ସେଲ୍‌ ଗଠନ କରାଯାଇଛି। ତାଳଚେର ସହରରେ ବାୟୁ ପ୍ରଦୂଷଣ ହ୍ରାସ ଓ ନିୟନ୍ତ୍ରଣ କରିବା ଏହି ସେଲ୍‌ର ଲକ୍ଷ୍ୟ ହୋଇଥିଲେ ବି ତାହା ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ। ଏସବୁ ସମସ୍ୟାକୁ ନେଇ ଏନ୍‌ଜିଟି ପକ୍ଷରୁ ଭାରତ ସରକାରୀଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ରାଜ୍ୟ ସରକାର, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଅନୁଗୋଳ ଜିଲାପାଳ ଆଦିଙ୍କୁ ନୋଟିସ୍‌ ଜାରି କରାଯାଇଛି। ଆବେଦନକାରୀ ଶ୍ରୀଧର ସାମଲଙ୍କ ପକ୍ଷରୁ ଆଇନ୍‌ଜୀବୀ ଅଫ୍ରାଜ୍‌ ସୁହାଇଲ ମାମଲା ପରିଚାଳନା କରୁଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri