Posted inଖେଳ

ସନ୍ନ୍ୟାସ ଘୋଷଣା କରି ଚମକାଇଲେ ୮୫୦ ଉଇକେଟ ନେଇଥିବା ଏହି ଭାରତୀୟ କ୍ରିକେଟର

କୋଲକାତା, ୫ା୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ମାର୍ଚ୍ଚ ୭ରୁ ୫ମ ଟେଷ୍ଟ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଭାରତର ଜଣେ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହି ଖେଳାଳି ଇଂଲଣ୍ଡ ବିପକ୍ଷରେ ହିଁ ନିଜର ଶେଷ ମ୍ୟାଚ୍‌ ଖେଳିଥିଲେ। ସେ ହେଲେ ଝାଡ଼ଖଣ୍ଡର ବାମହାତୀ ସ୍ପିନର ଶାହାବାଜ ନଦୀମ। ଜାତୀୟ ଦଳକୁ ଫେରିବା ସୁଯୋଗ ନ ଥିବା ଅନୁଭବ କରି ସେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ବର୍ତ୍ତମାନ ସେ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଲିଗ୍‌ଗୁଡ଼ିକରେ ତାଙ୍କ ଭାଗ୍ୟ ପରୀକ୍ଷା କରିବେ।

୩୪ ବର୍ଷୀୟ ଏହି ସ୍ପିନର ସନ୍ନ୍ୟାସ ଘୋଷଣା କରିବା ନେଇ କହିଛନ୍ତି, ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହୁଁଛି। ଭାରତୀୟ ଟିମ୍‌କୁ ଫେରିବାର ସୁଯୋଗ ନ ଥିବା ଅନୁଭବ କରିଛି। ଏବେ ପଛକୁ ପଛ ଅନେକ ଯୁବ ଖେଳାଳି ଅପେକ୍ଷାରେ ରହିଛନ୍ତି। ଯଦି ଦଳକୁ ଫେରିପାରିଥାନ୍ତେ ତେବେ ସେ ଖେଳିଥାନ୍ତେ, ହେଲେ ସେଭଳି କିଛି ହେବ ନାହିଁ ଜାଣିବା ପରେ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ଝାଡ଼ଖଣ୍ଡ ତରଫରୁ ଦୁଇ ଦଶନ୍ଧି ଧରି ଖେଳିଆସୁଥିବା ନଦିମଙ୍କର ଏକ ଲିଷ୍ଟ ‘ଏ’ କ୍ରିକେଟରେ ଶ୍ରେଷ୍ଠ ବୋଲିଂ ଫିଗର (୮/୧୦) ହେଉଛି ଏକ ବିଶ୍ୱ ରେକର୍ଡ ରହିଛି। ୨୦୧୯ରେ ରାଞ୍ଚିସ୍ଥିତ ଜେଏସ୍‌ସିଏ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ତାଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ପଦାର୍ପଣର ସୁଯୋଗ ମିଳିଥିଲା। ଭାରତୀୟ ଦଳରେ ପୁଣି ସୁଯୋଗ ପାଇବା ଲାଗି ଏହି ଛାଡ଼ଖଣ୍ଡ ସ୍ପିନରଙ୍କୁ ଆଉ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡ଼ଥିଲା। ୨୦୨୧ରେ ଚେନ୍ନାଇଠାରେ ଇଂଲଣ୍ଡ ବିପକ୍ଷରେ ସେ ତାଙ୍କର ଅନ୍ତିମ ଟେଷ୍ଟ ମ୍ୟାଚ ଖେଳିଥିଲେ। ନଦିମ ତାଙ୍କ କ୍ୟାରିୟରରେ ୧୪୦ ପ୍ରଥମଶ୍ରେଣୀ ମ୍ୟାଚ ଖେଳି ୫୪୨ ଉଇକେଟ ନେଇଛନ୍ତି। ଲିଷ୍ଟ ଏ’ କ୍ରିକେଟରେ ସେ ୧୩୪ ମ୍ୟାଚରେ ୧୭୫ ଉଇକେଟ ନେଇଛନ୍ତି। ଆଇପିଏଲ୍‌ରେ ସେ ଦିଲ୍ଲୀ ଡେୟାର ଡେଭିଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ତରଫରୁ ୭୨ ମ୍ୟାଚ ଖେଳିଛନ୍ତି। ଦେଖିବାକୁ ଗଲେ ସେ ନିଜ କ୍ୟାରିୟରରେ ମୋଟ ୮୫୦ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri