Posted inRasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଙ୍କ ପ୍ରତି ବୃହସ୍ପତିଙ୍କ ଦୃଷ୍ଟି ହେତୁ ଗୃହ ସମସ୍ୟା ସମାଧାନ ହୋଇପାରିବ। ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେବ। ଯୋଜନାରମ୍ଭ ସକାଶେ ବନ୍ଧୁବର୍ଗଙ୍କ ସହମତି ଉତ୍ସାହକୁ ଦ୍ୱିଗୁଣିତ କରିବ। ସଭାସମିତି, ସଂଗଠନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରୁ ପ୍ରତିବନ୍ଧକ ଦୂରେଇଯିବ।
ବୃଷ
ବୃଷ
ଏକାଧିକ ଗ୍ରହଙ୍କ ସମାବେଶ କାରଣରୁ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ କରିପାରିବେ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପଦସ୍ଥ ହେବେ। ବାଣିଜ୍ୟ, ଯୋଜନାରମ୍ଭ ସକାଶେ ବନ୍ଧୁ ମୋଟାଅଙ୍କର ଅର୍ଥ ମାଗିପାରନ୍ତି। ଅବଶ୍ୟ ହିତାକାଂକ୍ଷୀ କିମ୍ବା ସହକର୍ମୀମାନେ ସହଯୋଗର ହାତ ବଢାଇବେ।
ମିଥୁନ
ମିଥୁନ
ଗୁରୁକ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ମନର ଅକୁହା କଥାକୁ ଅନ୍ତରଙ୍ଗ ବନ୍ଧୁଙ୍କୁ କହିବାର ପ୍ରୟାସ କରିପାରନ୍ତି। ପରିବାରର ଖର୍ଚ୍ଚ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। କୌଣସି ବ୍ୟକ୍ତିଙ୍କ ଦୁଷ୍ଟ ବୁଦ୍ଧି ଲାଗି ନିଷ୍ପତ୍ତିର ଶେଷ ପର୍ଯ୍ୟାୟରେ ସବୁ ଓଲଟ ପାଲଟ ହୋଇଯିବ। ବ୍ୟବସାୟରେ ଶତ୍ରୁତା ସମସ୍ୟା ବିଷୟରେ ବନ୍ଧୁଙ୍କ ପରାମର୍ଶ ନେଇପାରନ୍ତି।
କର୍କଟ
କର୍କଟ
ବୃହସ୍ପତି ଓ ଚନ୍ଦ୍ରଙ୍କ ପାରସ୍ପରିକ ସମ୍ବନ୍ଧ କାରଣରୁ ଆଜିର ଦିନଟି ଭଲରେ କଟିବ। ଆର୍ଥିକ ସ୍ଥିତି ଉନ୍ନତ ନ ହେଲେ ମଧ୍ୟ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ରହିବ ନାହିଁ। ବୃତ୍ତି, ବାଣିଜ୍ୟ, କଳା, ସାହିତ୍ୟ, ସାମ୍ବାଦିକତା, ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଠିକ୍‌ ହେବ।
ସି˚ହ
ସି˚ହ
ଚନ୍ଦ୍ରଙ୍କ ଶୁଭତ୍ୱ କାରଣରୁ ମନୋବଳ ଅତୁଟ ରହିଥିଲେ ମଧ୍ୟ ପାରିବାରିକ ଜଞ୍ଜାଳରେ ଅତିଷ୍ଠ ରହିବେ। ବିବାଦୀୟ ଘଟଣା ଜଟିଳ ଆଡ଼କୁ ଗତି କଲେ ମଧ୍ୟ ଜିତାପଟ ଆପଣଙ୍କର ହେବ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ ପରିପାରନ୍ତି। ଧର୍ମକାର୍ଯ୍ୟ କିମ୍ବା ଆନୁଷ୍ଠାନିକ କାମ ସକାଶେ ବ୍ୟସ୍ତ ରହିବେ।
କନ୍ୟା
ନୀଚ୍ଚାରୋହୀ ବୁଧଙ୍କ ପ୍ରଭାବରେ ଅନ୍ୟମାନଙ୍କ ସାହାଯ୍ୟରେ କାମକୁ ପୂର୍ଣ୍ଣାଙ୍ଗ କରିବେ। କର୍ମକ୍ଷେତ୍ରସ୍ଥ ବିବାଦୀୟ ପରିସ୍ଥିତିରେ ପକ୍ଷଭୁକ୍ତ ହେଲେ ସମାଲୋଚିତ ହେବେ। ସାମାନ୍ୟ ଘଟଣାର ତର୍କବିତର୍କ କାରଣରୁ ଭାଙ୍ଗି ପଡିଥିବା ସମ୍ପର୍କ ଆଜି ପୁଣି ଯୋଡି ହୋଇଯିବ। ଗୃହନିର୍ମାଣ, କର୍ମାରମ୍ଭ ତଥା ଗଠନମୂଳକ କାଯର୍‌ୟରେ ଗତି ମନ୍ଥର ହେବ।
ତୁଳା
ତୁଳା
କେନ୍ଦ୍ରସ୍ଥ ଶୁକ୍ରଜନିତ ସ୍ବାସ୍ଥ୍ୟରେ ଉନ୍ନତି ହେବାରୁ ମାନସିକ ସ୍ଥିତି ଭଲ ଦିଗକୁ ଗତି କରିବ। ଅର୍ଥର ଅଭାବକୁ ଜଣେ ବାନ୍ଧବୀ ପୂରଣ ପ୍ରତିଶ୍ରୁତି ଦେବେ। ସାଧାରଣ କଥାକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟମାନଙ୍କ ସହ ତର୍କର ସମ୍ମୁଖୀନ ହେବାକୁ ପଡିପାରେ। ବନ୍ଧୁଙ୍କ ସହ ଆଜିର ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ।
ବିଛା
ବିଛା
ଅପୂରଣୀୟ ଅଭିଳାଷ ପୂରଣ ହେଲେ ମଧ୍ୟ ମାନସିକ ସ୍ଥିତି ଦୋଦୁଲ୍ୟମାନ ରହିବ। ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ ଭୁଲ୍‌ ବୁଝାମଣାକୁ ନେଇ ମାନସିକ ଅସ୍ଥିରତା ସୃଷ୍ଟିହେବ। ରଚନାତ୍ମକ କାର୍ଯ୍ୟରୁ କଳା, ସାହିତ୍ୟ, ସଙ୍ଗୀତରେ ଓ ଅଭିନୟ ଜଗତରୁ ପ୍ରଶଂସା ପାଇବେ। ପାରିବାରିକ ସ୍ତରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ।
ଧନୁ
ଧନୁ
ରାଶିର ଲକ୍ଷଣ ସହ ଅଷ୍ଟମାଧିପତିଙ୍କ ସ୍ଥିତିରୁ ପ୍ରତ୍ୟେକ କ୍ଷେତ୍ରରେ ଧନୁପରି ଭାଙ୍ଗିଯିବେ ପଛକେ ନଇଁବେ ନାହିଁ। ବିଭିନ୍ନ କର୍ମଜଞ୍ଜାଳ ମଧ୍ୟରେ ମନ ଅଶାନ୍ତ ରହିବ କିନ୍ତୁ ଅନ୍ୟମାନଙ୍କ ସାହାଯ୍ୟର ପ୍ରତିଶ୍ରୁତିରୁ ମନ ହାଲୁକା ରହିପାରେ। ନିଜ ପରିସରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ମକର
ମକର
ଶୁକ୍ର ଓ ମଙ୍ଗଳଙ୍କ ଅନୁକମ୍ପାରୁ ଅନ୍ୟକୁ ସୁହାଇଲା ଭଳି କଥା କହି ପରିସ୍ଥିତିକୁ ହାଲୁକା କରିପାରିବେ। ସଭାସମିତିରେ ବୟସ୍କ ବ୍ୟକ୍ତିଙ୍କ ନିକଟରୁ ଶ୍ରଦ୍ଧା ଓ ଗଠନମୂଳକ ପରାମର୍ଶ ପାଇ ଖୁସି ରହିବେ। ଆର୍ଥିକ ଉନ୍ନତି, ବନ୍ଧୁଙ୍କ ସହ ଆଲୋଚନା, ପିଲାଙ୍କ ଶିକ୍ଷା ଓ ପରୀକ୍ଷା, ଶୁଭେଚ୍ଛୁଙ୍କ ସଦୁପଦେଶ ମନକୁ ପ୍ରଫୁଲ୍ଲିତ ରଖିବ।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ଏକାଦଶସ୍ଥ ଯୋଗୁ ମନ ଚାହୁଁଥିବା ପ୍ରକାରେ କାମ ନ ହେବାରୁ ଅସନ୍ତୁଷ୍ଟ ରହିବେ। ବିବାଦୀୟ ଘଟଣାକୁ ନେଇ ମାନସିକ ଅବସାଦ ଲାଗି କୌଣସି କାମ ଉତ୍ସାହପ୍ରଦ ହୋଇ ନ ପାରେ। ଜମିଜମା, ଯାନବାହନ, ବାଣିଜ୍ୟ, ବ୍ୟବସାୟ ସମସ୍ୟା ଜଟିଳ ରହିବ। ଅବଶ୍ୟ ଅର୍ଥସଙ୍କଟ ଦୂରୀଭୂତ ହେବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ମୀନମୀନ

ପାରିବାରିକ କ୍ଷେତ୍ରର ସମସ୍ୟା ସମାଧାନ ହେବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଟଙ୍କା ପଇସାକୁ କେନ୍ଦ୍ରକରି କୈାଣସି ବ୍ୟକ୍ତି ସହ କଳହର ସୂତ୍ରପାତ ହୋଇପାରେ। କେତେକ କ୍ଷେତ୍ରରେ ଅଜଣା ଭୟ ଓ ଆଶଙ୍କାଜନିତ ଆତଙ୍କିତ ହୋଇ କୌଣସି କାର୍ଯ୍ୟାରମ୍ଭ କରିପାରିବେ ନାହିଁ। ମତଭେଦଜନିତ ପରିବାରରେ ଛୋଟଛୋଟ କଥାକୁ କେନ୍ଦ୍ର କରି କଳହର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri