ଆସନ ରେଢ଼ାଖୋଲ, ବସୁଛନ୍ତି ବାହାର ନେତା

ସମ୍ବଲପୁର,୨୮।୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାର ରେଢ଼ାଖୋଲ ବ୍ଲକ, ନାକଟିଦେଉଳ, ଯୁଯୋମୁରା ଓ ମାନେଶ୍ୱର ବ୍ଲକର ୭ଟି ପଞ୍ଚାୟତକୁ ନେଇ ଗଠିତ ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀ। ୨୦୦୦ ପରଠାରୁ ନିରବଚ୍ଛିନ୍ନ ଭାବେ ବିଜେଡି ଏହାକୁ ଅକ୍ତିଆର କରିଆସିଛି। ଆସନର ରେଢ଼ାଖୋଲର ହୋଇଥିବା ବେଳେ ବାହାରରୁ ଆସି ନେତା ବସୁଛନ୍ତି। ସତେ ଯେମିତି ଏଠାରେ ସ୍ଥାନୀୟ ନେତାଙ୍କ ଅଭାବ ରହିଛି ବୋଲି କଥା ଉଠିଲାଣି।
ପର୍ଯ୍ୟନ୍ତ ଏହି ଆସନଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୨୦୦୯ରେ ଏହା ଅଣସଂରକ୍ଷିତ ଘୋଷିତ ହୋଇଥିଲା। ଏବେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମ୍ବଲପୁର ଜିଲା ସଭାପତି ଇଂ. ରୋହିତ ପୂଜାରୀ ବିଧାୟକ ଅଛନ୍ତି। ବିଜେଡି ଗଠନ ହେବା ପରେ ଏଠାରୁ ୨୦୦୦ ମସିହାରେ ଦଳୀୟ ଟିକେଟରେ ଦୁର୍ଯ୍ୟୋଧନ ସୋହେଲା ବିଧାୟକ ହୋଇଥିଲେ। ତାଙ୍କର ଆକସ୍ମିକ ମୃତ୍ୟୁ ପରେ ୨୦୦୧ରେ ଅନୁଷ୍ଠିତ ଉପନିର୍ବାଚନରେ ସନାତନ ବିଶି ବିଜେଡି ଟିକେଟରେ ବିଜୟୀ ହୋଇଥିଲେ। ୨୦୦୪ ନିର୍ବାଚନରେ ମଧ୍ୟ ସେ ନିଜ ପ୍ରାର୍ଥତ୍ତ୍ୱ ବଜାୟ ରଖି ବିଜେଡି ଟିକେଟରେ ଜିତି ଦ୍ୱିତୀୟ ଥର ବିଧାୟକ ହୋଇଥିଲେ। ୨୦୦୯ରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବିଧାୟକ ହୋଇଥିଲେ। କେବଳ ଦୁର୍ଯ୍ୟୋଧନଙ୍କୁ ଛାଡ଼ିଦେଲେ ପ୍ରସନ୍ନ ବରଗଡ଼ ନିର୍ବାଚନମଣ୍ଡଳୀର ହୋଇଥିବା ବେଳେ ସନାତନ ବିଶି ଓ ରୋହିତ ପୂଜାରୀ ସମ୍ବଲପୁର ନିର୍ବାଚନମଣ୍ଡଳୀର। ବର୍ତ୍ତମାନ ସ୍ଥିତିରେ ଏଠାରୁ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ, ସେନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ। ତଥାପି ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆକଳନ କରିଛନ୍ତି। ଉଭୟ ଦଳ ଏଠାରେ ଭୋଟରଙ୍କୁ ପ୍ରଭାବିତ କରିବା ପ୍ରୟାସ ଜାରି ରଖିଛନ୍ତି। ବିଜେଡି ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ‘ନୂଆ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ କାର୍ଯ୍ୟକ୍ରମ ଆୟୋଜନ କରି ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପ୍ରୟାସ କରୁଛି। ସେହିପରି ଭାଜପା ମଧ୍ୟ ‘ଗାଁକୁ ଚାଲ’ କାର୍ଯ୍ୟକ୍ରମରେ ଭୋଟରଙ୍କ ସହ ଯୋଡ଼ି ହେବାକୁ ପ୍ରୟାସରତ। ବର୍ତ୍ତମାନ ରୋହିତ ବିଧାୟକ ଥିଲେ ହେଁ ଏଠାରୁ ପ୍ରସନ୍ନ ପୁନର୍ବାର ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କୁହାଯାଉଛି ରୋହିତ ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇପାରନ୍ତି। ଆଲୋଚନା ଆହୁରି ହେଉଛି ଯେ, ଉଭୟଙ୍କ ମଧ୍ୟରୁ ଜଣକୁ ସମ୍ବଲପୁର ଲୋକ ସଭା ଆସନ ପାଇଁ ଟିକେଟ ଦିଆଯାଇପାରେ। ଯାହାବି ହେଲେ ଉଭୟ ବାହାରର ନେତା।
ନିର୍ବାଚନରେ ଭାଜପାରୁ ଏବର ଦଳ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମ୍ବଲପୁରର ଦେବେନ୍ଦ୍ର ମହାପାତ୍ର ଏବଂ ଭାଜପା ରାଜ୍ୟ ବ୍ୟବସାୟୀ ପ୍ରକୋଷ୍ଠ ସଂଯୋଜକ ଗୋବିନ୍ଦ ଅଗ୍ରୱାଲ ଆଶାୟୀ ଥିବା ଜଣାପଡ଼ିଛି। ଏଥିସହିତ ବିଜେଡି ପରିତ୍ୟାଗ କରି ସଦ୍ୟ ଭାଜପାରେ ସାମିଲ ହୋଇଥିବା ଜିଲା ଓକିଲ ସଂଘ ପୂର୍ବତନ ସଭାପତି ଡ. ପ୍ରମୋଦ ରଥ ମଧ୍ୟ ନିର୍ବାଚନୀ ଦୌଡ଼ରେ । ତେବେ ଆଗାମୀ ନିର୍ବାଚନରେ ଏଠାରୁ ଗୋବିନ୍ଦ ଅଗ୍ରୱାଲଙ୍କୁ ଭାଜପା ଟିକେଟ ମିଳିବା ସର୍ବାଧିକ ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି।
ବରିଷ୍ଠ ନେତା ତଥା ଦଳର ପୂର୍ବତନ ସମ୍ବଲପୁର ଜିଲା ସଭାପତି ଆସଫ୍‌ ଅଲ୍ଲୀ ଖାନଙ୍କ ସହିତ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ତଥା ସମ୍ବଲପୁରର ଦୁଲାଲ ଚନ୍ଦ୍ର ପ୍ରଧାନ ଏହି ଆସନରୁ ଟିକେଟ ଆଶାୟୀ ଅଛନ୍ତି। ବିଷୟ ତିନି ପ୍ରମୁଖ ଦଳର ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ କେହି ହେଲେ ସ୍ଥାନୀୟ ନୁହନ୍ତି। ପୂର୍ବଭଳି ୨୦୨୪ ବିଧାନସଭା ନିର୍ବାଚନରେ ଯେଉଁ ଦଳ ବିଜୟଲାଭ କଲେ ବି ଏହି ଆସନ ଉପରେ ବାହାର ଲୋକ ବସିବା ଥୟ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri