ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅସହାୟତା: ଗୋଡ ନଥାଇ ମଧ୍ୟ କରୁଛନ୍ତି ଚାଷ

ଗୋବିନ୍ଦପାଲ୍ଲୀ, ୧୪ା୮(ଡି.ଏନ.ଏ.): ଇଚ୍ଛାଶକ୍ତି, ଦୃଢ ମନୋବଳ ଆଗରେ ସବୁକିଛି ସମ୍ଭବ । ଏହାକୁ ଜଣେ ଚାଷୀ କ୍ଷେତରେ ପ୍ରମାଣିତ କରି ଦେଖାଇଛନ୍ତି। ତାଙ୍କ ନାଁ ସନ୍ୟା ଗୁଟା। ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମାଝିଗୁଡା ଗ୍ରାମରେ ତାଙ୍କ ଘର। ତେବେ ସନ୍ୟା ଜଣେ ଦିବ୍ୟାଙ୍ଗ। ଗୋଟିଏ ଗୋଡ ନାହିଁ ତାଙ୍କର। ତଥାପି ସେ ଭାଙ୍ଗିପଡିନାହାନ୍ତି। ଜମିରେ ଫସଲ ଉପଜାଇ ନିଜ ସଂସାର ଚଳାଉଛନ୍ତି। ଅନ୍ୟମାନଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ। ତାଙ୍କୁ ଦେଖିଲେ ହୁଏତ କେହି ବି ବିଶ୍ୱାସ କରିପାରିବେ ନାହିଁ ଯେ, ସେ ଜଣେ ଦିବ୍ୟାଙ୍ଗ । ସକାଳ ହେଲେ କଟା ଗୋଡରେ କୃତ୍ରିମ ଗୋଡ ଲଗାଇ ହଳ ଲଙ୍ଗଳ ଧରି ସେ ବାହାରି ପଡନ୍ତି ଜମିକୁ। ଜମିରେ ଭାଗମାପ ଅନୁସାରେ ସେ କରନ୍ତି ସବୁ କାମ। ଆଗରୁ ଏପରି ଦିବ୍ୟାଙ୍ଗ ନ ଥିଲେ ସନ୍ୟା। ଅନ୍ରମାନଙ୍କ ଭଳି ସେ ଥିଲେ ଜଣେ ସୁସ୍ଥ ସବଳ ମଣିଷ। ଦିନେ ସେ ହାଟ ସାରି ଗାଡିରେ ଘରକୁ ଫେରୁଥିବାବେଳେ ଗାଡି ଓଲଟିପଡିବାରୁ ନିଜ ବାମଗୋଡ ହରାଇଥିଲେ ସେ। କୋରାପୁଟ ଜିଲାର ସହକାରୀ ଜିଲାପାଳ ଆଲୋକ ଅନୁଗୁଳିଆ ଓ ଖଇରପୁଟ ଅଞ୍ଚଳର ସମାଜସେବୀ ଆନନ୍ଦ ଚାର୍କିଙ୍କ ସହଯୋଗରେ କଟକ ଓଲଟପୁରରୁ ଏକ କୃତ୍ରିମଗୋଡ ଆଣି ବ୍ୟବହାର କରୁଛନ୍ତି। ଗଭୀର ଆତ୍ମବିଶ୍ୱାସ ଏବଂ ସ୍ବାବଲମ୍ବୀ ହେବାର ଅଦ୍ୟମ ଇଚ୍ଛା ଯୋଗୁ ସେ ଦିବ୍ୟାଙ୍ଗ ହେଲେ ମଧ୍ୟ କେବେ ଭାଙ୍ଗିପଡିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri