Odisha Elections 2024

ଓଡ଼ିଶାର ୫୭ ରେଳ ଷ୍ଟେଶନର ହେବ ପୁନଃବିକାଶ, ଆଜି ଭିସି ଜରିଆରେ ଶୁଭାରମ୍ଭ କରିବେ ମୋଦି

ଭୁବନେଶ୍ୱର,୨୬।୨ (ଅଭୟ ଦାଶ): ରାଷ୍ଟ୍ରର ଜୀବନରେଖା କୁହାଯାଉଥିବା ଭାରତୀୟ ରେଳପଥର ପ୍ରାୟ ୫୫୪ ରେଳ ଷ୍ଟେଶନର ପୁନଃବିକାଶ ସାଙ୍ଗକୁ ୧୫୦୦ ରେଳ ରୋଡ ଓଭର ବ୍ରିଜ ଏବଂ ଅଣ୍ଡରପାସ୍‌ର ଶିଳାନ୍ୟାସ ସହ ଉଦ୍‌ଘାଟନ ସୋମବାର ସାରା ଦେଶରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି ମୋଟ ୪୧,୦୦୦ କୋଟି ଟଙ୍କା ବ୍ୟୟ ବରାଦର ଉପରୋକ୍ତ ସଂଖ୍ୟକ ଶିଳାନ୍ୟାସ ଓ ଉଦ୍‌ଘାଟନ ଭିସି ଜରିଆରେ କରିବେ ବୋଲି ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ଭାରତୀୟ ରେଳପଥର ପ୍ରମୁଖ ଜୋନ୍‌ ପୂର୍ବତଟ ରେଳପଥ (ଓଡ଼ିଶା)ରେ୨୧ଟି ଷ୍ଟେଶନର ପୁନଃବିକାଶ ଏବଂ ୫୨ଟି ରେଳ ରୋଡ ଓଭର ବ୍ରିଜ ଏବଂ ଅଣ୍ଡରପାସ୍‌ର ଶିଳାନ୍ୟାସ ସହ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ରହିଛି।

ଅପରପକ୍ଷରେ ଅମ୍ରିତ ଷ୍ଟେଶନ୍‌ ସ୍କିମ୍‌ ଅଧୀନ ପୂର୍ବତଟ ରେଳ ପ୍ରାଧିକରଣରେ ଥିବା ୫୭ଟି ରେଳ ଷ୍ଟେଶନ୍‌ (ଓଡ଼ିଶାର ମଧ୍ୟ ୫୭ଟି ଷ୍ଟେଶନ୍‌ ପୁନର୍ନିମାଣ କରାଯାଉଛି)ଯଥା ଅନୁଗୋଳ,ବାଦାମପାହାଡ଼, ବଲାଙ୍ଗୀର, ବାଲେଶ୍ୱର, ବାଲୁଗାଁ, ବଡ଼ବିଲ, ବରଗଡ଼ ରୋଡ଼, ବାରିପଦା, ବରପାଲି, ବେଲପାହାଡ, ବେତନଟୀ, ଭଦ୍ରକ, ଭବାନୀପାଟଣା, ଭୁବନେଶ୍ୱର, ବିମଳାଗଡ଼, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, କଟକ, ଦାମନଯୋଡ଼ି, ଢେଙ୍କାନାଳ, ଗୁଣପୁର, ହରିଶଙ୍କର ରୋଡ଼, ହୀରାକୁଦ, ଯାଜପୁର-କେନ୍ଦୁଝର ରୋଡ଼, ଜଳେଶ୍ୱର, ଜେରୋଳୀ, ଜୟପୁର, ଝାରସୁଗୁଡ଼ା, ଝାରସୁଗୁଡ଼ା ରୋଡ଼, କଣ୍ଟାବାଞ୍ଜି, କେନ୍ଦୁଝରଗଡ଼, କେସିଙ୍ଗା, ଖରିଆର ରୋଡ଼, ଖୋର୍ଦ୍ଧା ରୋଡ଼, କୋରାପୁଟ, ଲିଙ୍ଗରାଜ ମନ୍ଦିର ରୋଡ଼, ମଞ୍ଚେଶ୍ୱର, ମେରାମୁଣ୍ଡୁଳି, ମୁନିଗୁଡ଼ା, ନୂଆ ଭୁବନେଶ୍ୱର, ପାନପୋଷ, ପାରାଦୀପ, ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରେଢ଼ାଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟଗଡ଼ା, ରାଉରକେଲା, ସାକ୍ଷୀଗୋପାଳ, ସମ୍ବଲପୁର, ସମ୍ବଲପୁର ସହର, ତାଳଚେର, ତାଳଚେର ରୋଡ଼, ଟିଟିଲାଗଡ଼ ଜଙ୍କଶନ ଆଦି ସାମିଲ ହୋଇଛି।

ସେହିପରି ପ୍ରଥମ ପର୍ଯ୍ୟାୟରେ ଗତ ବର୍ଷଠାରୁ କିଛି ପ୍ରମୁଖ ଷ୍ଟେଶନ୍‌ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଥିଲାବେଳେ ପୁନର୍ନିମାଣ କାର୍ଯ୍ୟ ପାଇଁ ୨୫ରେଳ ଷ୍ଟେଶନ୍‌ ଯଥା ସାକ୍ଷୀଗୋପାଳ, ମଞ୍ଚେଶ୍ୱର, ଢେଙ୍କାନାଳ, ଛତ୍ରପୁର, ଅନୁଗୋଳ, ରାଜଗାଙ୍ଗପୁର, ମେରାମୁଣ୍ଡୁଳି, ବାଲୁଗାଁ, ଲିଙ୍ଗରାଜ ମନ୍ଦିର ରୋଡ, ତାଳଚେର ରୋଡ, ଖୋର୍ଦ୍ଧା ରୋଡ, କଣ୍ଟାବାଞ୍ଜି, ବରଗଡ଼ ରୋଡ, ହୀରାକୁଦ, ରେଢ଼ାଖୋଲ, ବରପାଲି, ମୁନିଗୁଡ଼ା, ବଲାଙ୍ଗୀର, ହରିଶଙ୍କର ରୋଡ, ଜଳେଶ୍ୱର, ଭବାନୀପାଟଣା, ଖରିଆର ରୋଡ, ବଡ଼ବିଲ, ବାରିପଦା ଏବଂ ଦାମନଯୋଡ଼ି ଷ୍ଟେଶନ୍‌ ସାମିଲ ରହିଛି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସ ଜରିଆରେ ଅମୃତ ଭାରତ ଯୋଜନା ଅନ୍ତର୍ଗତ ଷ୍ଟେଶନର ପୁନର୍ନିମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଇଥିଲେ। ଯେଉଁଥିରେ ଓଡ଼ିଶାର ୨୫ରୁ ଅଧିକ ଷ୍ଟେଶନ୍‌ ଅନ୍ତର୍ଭୂକ୍ତ କରାଯାଇଥିଲା। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାରେ ଆହୁରି ୨୧ଟି ଷ୍ଟେଶନର ମୂଳଦୁଆ ପକାଇବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ୍‌ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍‌ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍‌ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ...

ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍‌ ସ୍ଲାଭେନ

ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍‌ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

ଆଜି ଖୋଲିବ ଏବିଏଲ୍‌ର ରାଟଟ୍‌ସ ଇସ୍ୟୁ

ନୂଆଦିଲ୍ଲୀ,୨୧।୫: ଦେଶର ଅଗ୍ରଣୀ ତଥା ଏକ ପିୟୋର ଭେଜ (ପୂର୍ଣ୍ଣ ଶାକାହାରୀ) ପ୍ରାଣୀ ସ୍ବାସ୍ଥ୍ୟ ପ୍ରଯତ୍ନକାରୀ ସମାଧାନ କମ୍ପାନୀ ଅଜୁନି ବାୟୋଟେକ ଲିମିଟେଡ ବା ଏବିଏଲ...

ବିଓଏମ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍‌ ଅଫ ମହାରାଷ୍ଟ୍ର (ବିଓଏମ୍‌)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍‌ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ...

ଶୁଭେନ୍ଦୁ ନାଲ୍‌କୋର ମାନବସମ୍ବଳ ମହାପ୍ରବନ୍ଧକ

ଅନୁଗୋଳ,୨୧ା୫ (ଅମିତ କୁମାର ସାମଲ): ଅନୁଗୋଳସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂଆ ମାନବ ସମ୍ବଳ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇବେ ଶୁଭେନ୍ଦୁ କୁମାର ନାୟକ। ଏ...

୬.୫% ଜିଡିପି ଅଭିବୃଦ୍ଧି ହାରରେ ଦେଶ ଧନୀ ହେବନାହିଁ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): ଜି -୨୦ ଦେଶ ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଏହା ଏକ ଗରିବ ଦେଶରେ ଗଣାଯାଉଛି। ଭାରତରେ...

ଓଡ଼ିଶାରେ ସିବିଆଇର ପ୍ରଥମ ମହିଳା ଶାଖା

ଭୁବନେଶ୍ୱର,୨୧।୫ (ଅଭୟ ଦାଶ): ଓଡ଼ିଶାରେ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇର ପ୍ରଥମ ମହିଳା ଶାଖା ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

ପ୍ରଥମଥର ୩ ଲକ୍ଷ କୋଟି ପାର କଲା ବ୍ୟାଙ୍କ ଗୁଡ଼ିକର ଲାଭ

ମୁମ୍ବାଇ,୨୦।୫: ପ୍ରଥମ ଥର ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ମୋଟ ଲାଭ ଆର୍ଥିକ ବର୍ଷ ୨୦୨୪ ରେ ୩ ​​ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ତାଲିକାଭୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri