ଉମରକୋଟ ବିଧାନସଭା ନିର୍ବାଚନମଣ୍ଡଳୀ : ନବୀନା,ସୁରେଶ ବିଜେଡି ଆଶାୟୀ , କାହାକୁ ମିଳିବ ଟିକେଟ୍‌

ଉମରକୋଟ, ୨୫।୨(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ୪ ଆଶାୟୀଙ୍କୁ ନେଇ ଏବେ ଚାଲିଛି ଚର୍ଚ୍ଚା। କଂଗ୍ରେସରୁ ସନରାଜ ଗଣ୍ଡ ଜଣେମାତ୍ର ଆଶାୟୀ ଥିବା ବେଳେ ଭାଜପାର ସଂଖ୍ୟା ମଧ୍ୟ ସେହି ଏକ। ଅର୍ଥାତ୍‌ ବର୍ତ୍ତମାନ ଭାଜପାରୁ ବିଧାୟକ ଥିବା ନିତ୍ୟାନନ୍ଦ ଗଣ୍ଡଙ୍କ ବ୍ୟତୀତ ଆଉ କାହାରି ନାମ ଚର୍ଚ୍ଚାକୁ ଆସିନାହିଁ। ତେବେ ଶାସକ ବିଜେଡିରୁ ୨ ଜଣ ଆଶାୟୀ ଅଛନ୍ତି। ରାଇଘର ବ୍ଲକ ଅଧ୍ୟକ୍ଷା ନବୀନା ନାୟକଙ୍କ ନାମ ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ଯୁବ ଡାକ୍ତର ସୁରେଶ ଝାଙ୍କର ଆଶାୟୀ ତାଲିକାରେ ସାମିଲ ହୋଇଛନ୍ତି।
।ମରକୋଟ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି। ଭାଜପାର ନିତ୍ୟାନନ୍ଦ ଗଣ୍ଡ ବିଧାୟକ ହେବା ପୂର୍ବରୁ ଓକିଲାତି କରୁଥିଲେ। ୨୦୧୯ରେ ଭାଜପା ତାଙ୍କ ଉପରେ ଭରସା କରିଥିଲା। ପ୍ରଥମ ଥର ରାଜନୀତିକୁ ଓହ୍ଲାଇଥିବା ନିତ୍ୟାନନ୍ଦ ବିଜେଡିରୁ ୨ ଥର (୨୦୧୧ ଉପନିର୍ବାଚନ ଓ ୨୦୧୪ ସାଧାରଣ ନିର୍ବାଚନ) ବିଧାୟକ ହୋଇଥିବା ସୁବାସ ଗଣ୍ଡଙ୍କୁ ପରାସ୍ତ କରିଥିଲେ। ଚଳିତ ଥର ଏଠାରେ ଶାସକ ବିଜେଡି ମହିଳା କାର୍ଡ ଖେଳିପାରେ ବୋଲି ଆଲୋଚନା ହେଉଛି। ସେହି ଅନୁଯାୟୀ ପୂର୍ବତନ ବିଧାୟକ ସୁବାସ ଗଣ୍ଡଙ୍କ ସ୍ତ୍ରୀ ତଥା ରାଇଘର ବ୍ଲକ ଅଧ୍ୟକ୍ଷା ନବୀନା ନାୟକଙ୍କ ନାମକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ନବୀନା ୨ଥର ରାଇଘର ବ୍ଲକ ଅଧ୍ୟକ୍ଷା, ୩ଥର ସମିତି ସଭ୍ୟ ଓ ଥରେ ଜିଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଏବେ ବିଜେଡି ମହିଳା ସେଲ୍‌ ରାଜ୍ୟ ସମ୍ପାଦକ ଅଛନ୍ତି। ଇତିମଧ୍ୟରେ ଡାକ୍ତର ସୁରେଶ ଝାଙ୍କର ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ପାଗ ଭିଡ଼ିଥିବା କୁହାଯାଉଛି। ସୁରେଶଙ୍କ ଘର ରାଇଘର ବ୍ଲକ କାଲିଆପଦର। ସେ କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଧୀନ ଡେଙ୍ଗାପଦର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟରତ। ତାଙ୍କର ରାଜନୀତିରେ କୌଣସି ପ୍ରତ୍ୟକ୍ଷ ଅଭିଜ୍ଞତା ନ ଥିଲେ ମଧ୍ୟ ରାଜନୀତିଆ ପରିବାରରୁ ଆସିଛନ୍ତି। ସୁରେଶଙ୍କ ବଡ଼ବାପା ଖେଦୁରାମ ଝାଙ୍କର ରାଇଘର ବ୍ଲକର କୁରାବେଡ଼ା ପଞ୍ଚାୟତରୁ ୪ଥର ସରପଞ୍ଚ ଓ ପୂର୍ବରୁ ଦୁଇଥର ରାଇଘର ବ୍ଲକ ଅଧ୍ୟକ୍ଷ ମଧ୍ୟ ରହିଥିଲେ। ସେ ବିଜୁ ବାବୁଙ୍କ ଅନୁଗାମୀ ରହିଆସିଛନ୍ତି। ପୂର୍ବରୁ ଜନତା ଦଳ ଓ ଏବେ ବିଜେଡିର ସମର୍ଥକ। ସେହିଭଳି ସୁରେଶଙ୍କ ବଡ଼ ଭାଇ ଗୁପ୍ତ ପ୍ରସାଦ ଝାଙ୍କର ବର୍ତ୍ତମାନ ରାଇଘର ବ୍ଲକ ଉପାଧ୍ୟକ୍ଷ ଏବଂ ଭାଉଜ କୁରାବେଡ଼ା ସମିତି ସଭ୍ୟ ରହିଛନ୍ତି। ସୁରେଶ ଜାନୁଆରୀ ୧୯ରେ ବିଜେଡି ଉଚ୍ଚ ନେତାଙ୍କୁ ଭୁବନେଶ୍ୱରରେ ଭେଟି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ଜଣାଇଛନ୍ତି ବୋଲି କହୁଛନ୍ତି। ସେ ଏବେ ଅନେକ ଗ୍ରାମରେ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରୁଥିବା ଦେଖିବାକୁ ମିଳୁଛି। ବିଜେଡିର ଗୋଟିଏ ଗୋଷ୍ଠୀ ସୁରେଶଙ୍କୁ ସମର୍ଥନ ଜଣାଇ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଫଟୋ ମଧ୍ୟ ପୋଷ୍ଟ କରୁଛନ୍ତି। ବିଜେଡି ତାଙ୍କୁ ବିଶ୍ୱାସକୁ ନେଇ ପ୍ରାର୍ଥୀ କରାଇଲେ ସେ ବହୁ ଭୋଟ ବ୍ୟବଧାନରେ ବିରୋଧୀଙ୍କୁ ହରାଇବେ ବୋଲି ତାଙ୍କ ସମର୍ଥକ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ପାଇଁ ବିଶ୍ୱ ଦେଖିବ ଭାରତର ହାଇ ସ୍ପିଡ୍‌ କ୍ଷେପଣାସ୍ତ୍ର, ଆଖି ପିଛୁଳାକେ କରିବ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ,୨୧ା୧: ଜାନୁଆରୀ ୨୬ରେ ଭାରତର ପ୍ରତିରକ୍ଷା କ୍ଷମତାକୁ ଶୀର୍ଷରେ ପହଞ୍ଚାଇବ ବୋଲି ଏକ ପ୍ରମୁଖ ସଫଳତା ବିଶ୍ୱ ସମ୍ମୁଖରେ ପ୍ରକାଶିତ ହେବ। ପ୍ରତିରକ୍ଷା ଗବେଷଣା ଏବଂ...

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

‘ଯଦି କିଛି ହେବ ତେବେ ସମ୍ପୂର୍ଣ୍ଣ ଇରାନକୁ ଉଡାଇଦେବି’, କାହିଁକି ଏମିତି ଧମକ ଦେଲେ ଟ୍ରମ୍ପ? ଜାଣନ୍ତୁ ଏହା ପଛର ବଡ଼ କାରଣ

ଓ୍ବାଶିଂଟନ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ମୃତ୍ୟୁ ଧମକ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ‘ଯଦି କିଛି ହୁଏ...

ଚାଲିଥିଲା ଜୁଆ ଖେଳ, ଅଚାନକ ଚଢାଉ କଲା ପୋଲିସ, ଆଉ ତା’ପରେ…

ଛତ୍ରପୁର, ୨୧।୧ ( ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ପୋଲିସ ପକ୍ଷରୁ ଚିକଲଖଣ୍ଡିଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ୮...

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri