Posted inଜାତୀୟ

ମୁଣ୍ଡ ଟେକୁଛି ଚାଷୀ ଆନ୍ଦୋଳନ: ୧୬ରେ ‘ଭାରତ ବନ୍ଦ’ ଡାକରା

ନୂଆଦିଲ୍ଲୀ,୧୨।୨: ୨୦୨୦ ସେପ୍ଟେମ୍ବର ୨୭ରେ କେନ୍ଦ୍ର ସରକାର ୩ଟି କୃଷି ଆଇନ ପ୍ରଣୟନ କରିଥିଲେ। ସେଗୁଡ଼ିକ ହେଲା କୃଷକଙ୍କ ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ଆଇନ, କୃଷକ (ସଶକ୍ତୀକରଣ ଓ ପ୍ରୋତ୍ସାହନ) ମୂଲ୍ୟ ଆଶ୍ୱାସନା ଓ କୃଷି ସେବା ଚୁକ୍ତି ସମ୍ପର୍କିତ ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ)। ଏହାକୁ ନେଇ ସାରା ଦେଶର କୃଷକମାନେ ଆନ୍ଦୋଳନ କରିଥିଲେ।

କୃଷି ଆଇନରେ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବ୍ୟବସ୍ଥା ନ ଥିବା ଏବଂ ଖାଦ୍ୟଶସ୍ୟ ଦର ନିର୍ଦ୍ଧାରଣ ଉପରେ ବୃହତ୍‌ ଶିଳ୍ପଗୋଷ୍ଠୀଙ୍କ ଏକଚାଟିଆ ଅଧିକାର ରହିବା ଆଶଙ୍କା କରି ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ପ୍ରାୟ ବର୍ଷେ ଧରି ଏହି ଆନ୍ଦୋଳନ ଚାଲିଥିଲା। ଶେଷରେ ୨୦୨୧ ନଭେମ୍ବର ୧୯ରେ ସରକାର କୃଷକଙ୍କ ଦାବି ଆଗରେ ମୁଣ୍ଡ ନୁଅଁାଇ ୩ ବିବାଦୀୟ ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ। ସେତେବେଳେ ସରକାର ଚାଷୀମାନଙ୍କୁ ଏମ୍‌ଏସ୍‌ପି ଆଇନ ଆଣିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏମ୍‌ଏସ୍‌ପି ଉପରେ ଅଦ୍ୟାବଧି କୌଣସି ଆଇନ ଅଣାଯାଇ ନ ଥିବାରୁ ପୁଣି ଥରେ ଦେଶରେ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଛି।

ପ୍ରଦେଶ, ହରିୟାଣା ଓ ପଞ୍ଜାବର କୃଷକମାନେ ଫେବୃଆରୀ ୧୩ରେ ‘ଦିଲ୍ଲୀ ଚଲୋ’ ଆହ୍ବାନ ଦେଇଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ଏବଂ କିଷାନ ମଜଦୁର ମୋର୍ଚ୍ଚା (କେଏମ୍‌ଏମ୍‌) ସମେତ ୨୬ଟି କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତା ୧୬ରେ ‘ଭାରତ ବନ୍ଦ’ ପାଇଁ ମଧ୍ୟ ଡାକରା ଦିଆଯାଇଛି। ଏହି ୩ କୃଷିବହୁଳ ରାଜ୍ୟ ସମେତ ଦେଶର ବିଭିନ୍ନ ଭାଗରୁ ପ୍ରାୟ ୨୦୦ କୃଷକ ସଙ୍ଗଠନର ୨୦ ହଜାର ଚାଷୀ ଏମ୍‌ଏସ୍‌ପି ଆଇନ ଦାବିରେ ଦିଲ୍ଲୀରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଜାତୀୟ ରାଜଧାନୀର ଉତ୍ତରପୂର୍ବ ଜିଲାରେ ୧୪୪ ଧାରା ଜାରି କରିଛି। କାହାକୁ ଆଇନଶୃଙ୍ଖଳା ଭଙ୍ଗ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ନର୍ଥଇଷ୍ଟ୍‌ ପୋଲିସ ଡେପୁଟି କମିଶନର ଜୟ ତିର୍କୀ ସ୍ପଷ୍ଟ କରିଛନ୍ତି।

ଦିଲ୍ଲୀ ସୀମାଗୁଡ଼ିକୁ ସିଲ୍‌ କରିଦିଆଯାଇଛି। ହରିୟାଣା, ପଞ୍ଜାବ, ୟୁପି, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶରୁ ଆସୁଥିବା ଟ୍ରାକ୍ଟର, ଟ୍ରଲି, ବସ୍‌, କମର୍ସିଆଲ ଭେହିକିଲ ଓ ଘୋଡ଼ାଗୁଡ଼ିକରେ ଆସୁଥିବା ବିକ୍ଷୋଭକାରୀଙ୍କୁ ଦିଲ୍ଲୀକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ପୋଲିସ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ହରିୟାଣା ପୋଲିସ ଯାତ୍ରୀମାନଙ୍କୁ ଭିନ୍ନ ରାସ୍ତା ଦେଇ ଯାତାୟାତ କରିବାକୁ ପରାମର୍ଶ ଦେଇଛି। ଏଥିସହ ବିକ୍ଷୋଭରେ ସାମିଲ ହେବାକୁ ଯାଉଥିବା କୃଷକମାନଙ୍କ ପାସ୍‌ପୋର୍ଟ ମଧ୍ୟ ରଦ୍ଦ କରାଯିବ ବୋଲି ଚେତାବନୀ ଦେଇଛି। ଏସ୍‌କେଏମ୍‌ (ଅଣରାଜନୈତିକ) ନେତା ଜଗଜିତ ସିଂ ଦଲଓ୍ବୋଲ କହିଛନ୍ତି, ଦିଲ୍ଲୀକୁ ଯିବା ପାଇଁ ହରିୟାଣାର ଖଟ୍ଟାର ସରକାର ପଥ ଅବରୋଧ କରିବା ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ। ଆମେ ଆଲୋଚନା ପାଇଁ ପ୍ରସ୍ତୁତ। କିନ୍ତୁ ସରକାର ସମାଧାନର ପନ୍ଥା ବାହାର ନ କରି ଆତଙ୍କ ସୃଷ୍ଟି କରୁଛନ୍ତି। ୨୦୨୦-୨୧ରେ ଆନ୍ଦୋଳନ ବେଳେ କୃଷକମାନଙ୍କ ବିରୋଧରେ ରୁଜୁ ମାମଲାଗୁଡ଼ିକୁ ପ୍ରତ୍ୟାହାର କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ, ଯାହାକି ଅଦ୍ୟାବଧି ପ୍ରତ୍ୟାହୃତ ହୋଇନାହିଁ।

ଏମ୍‌ଏସ୍‌ପିର ଆଇନଗତ ଗ୍ୟାରେଣ୍ଟି ସମେତ ସ୍ବାମୀନାଥନ୍‌ କମିଶନ ସୁପାରିସ କରିଥିବା କୃଷକ ଓ କୃଷି ଶ୍ରମିକମାନଙ୍କ ପାଇଁ ପେନ୍‌ସନ, କୃଷିଋଣ ଛାଡ଼, ଲଖିମପୁର ଖେରି ହିଂସା ବେଳେ ଚାଷୀଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ମଧ୍ୟ କୃଷକ ସଙ୍ଗଠନଗୁଡ଼ିକର ଦାବି ମଧ୍ୟରେ ରହିଛି। ଦିଲ୍ଲୀ ସୀମାକୁ ଅବରୋଧ କରାଯିବା ଗଣତନ୍ତ୍ର କି ବୋଲି ଦଲଓ୍ବୋଲ ପ୍ରଶ୍ନ କରିଛନ୍ତି।

ଏନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, କୃଷକମାନେ ସେମାନଙ୍କ ହକ୍‌ ପାଇଁ ‘ଦିଲ୍ଲୀ ଚଲୋ’ ଡାକରା ଦେଇଥିବାବେଳେ ମୋଦି ସରକାର ଦିଲ୍ଲୀ ସୀମାଗୁଡ଼ିକୁ ସିଲ୍‌ କରୁଛନ୍ତି। କୃଷକଙ୍କ ଆୟ ଦୁଇଗୁଣା କରିବାକୁ ପ୍ରତିଶ୍ରୁତି ଦେଇ ସୋମନଙ୍କ ସ୍ବରକୁ ଚପାଇବା କ’ଣ ଅମୃତ କାଳ ବୋଲି ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ’ରେ ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ଯାଏ ଏହି ରାଶି ପାଇଁ କାଳ? ପିଛା ଛାଡିବେ ନାହିଁ ଶନି, ପଡିବ ଖରାପ ପ୍ରଭାବ…

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି  ଏନେଇ ବିଭିନ୍ନ ଜ୍ୟୋତିଷ ବିସାରଦ ବିଭିନ୍ନ ଗ୍ରହ ନକ୍ଷତ୍ରର ଚାଲିକୁ ଦେଖି ନୂଆ ବର୍ଷର ଭବିଷ୍ୟବାଣୀ କରିବା ଜାରି ରଖିଛନ୍ତି  ଏହାରି ମଧ୍ୟରେ ଶନିଙ୍କ ଚାଲି ଯୋଗୁଁ ନୂଆ ବର୍ଷରେ ଉପୁଜିବାକୁ ଥିବା ବିପଦ ପ୍ରାୟ ସମସ୍ତ ରାଶିର ବ୍ୟକ୍ତି ବିସେଷଙ୍କ ଧ୍ୟାନ ଆକର୍ଷଣ କରିଛି । ଜ୍ୟୋତିଷ ଗଣନା ଅନୁସାରେ ୨୦୨୬ ମସିହାରେ ଶନିଙ୍କର କୈଣସି ଗୋଚର ଚାଲି ନାହିଁ । ଏଣୁ ୨୦୨୫ ଭଳି ୨୦୨୬ରେ ମଧ୍ୟ ମେଷ, କୁମ୍ଭ ଓ ମୀନ ରାଶିରେ ଶନିଙ୍କ ସାଢେ ସାତ ଚାଲି ଜାରି ରହିବ । ଏହି ସାଢେ ସାତ ଚାଲିର ପ୍ରଥମ ସୋପାନ ମେଷ ରାଶିରେ, ତୃତୀୟ ସୋପାନ କୁମ୍ଭ ରାଶିରେ ଓ ଦ୍ୱିତୀୟ ସୋପାନ ମୀନ ରାଶିରେ ସଂଗଠିତ ହେବାକୁ ଯାଉଛି ।  ମୀନ ରାଶିରେ ଶନିଦେବଙ୍କ ସାଢେ ସାତ ଚାଲିର ଦ୍ୱିତୀୟ ସୋପାନ ରହୁଥିବାରୁ ଏହି ରାଶିତ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଚାକିରି, ବ୍ୟବସାୟ ଓ କ୍ୟାରିୟର କ୍ଷେତ୍ରରେ ବଡ ବାଧା ଉପୁଜିବ । ବାରମ୍ୱାର ଅସପଳତା ଯୋଗୁଁ ମନ ସର୍ବଦା ନିରାଶ ରହିବ । ଏହାଛଡା ଆପଣ ମାନସିକ ଚାପ ଅନୁଭବ କରିପାରନ୍ତି । ସଫଳତା ପାଇଁ ଅପଣଙ୍କୁ ଅବଶ୍ୟକତାଠୁ ଢେର ଅଧିକ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ମାମଲାରେ ଆପଣଙ୍କୁ ଅଧିକ କ୍ଷତି ସହିବାକୁ ପଡିବ । ଆପମଙ୍କ ଲାଭ ତଥା ଆୟ ତଲମୁହାଁ ହେବ । ଆପମଙ୍କର ଖର୍ଚ୍ଚ ବଢିବା ସହ ସଞ୍ଚୟର ପରିମାଣ କମିକମି ଯିବ । ଏହାଛଡା ଆପଣ ବିଭିନ୍ନ ସ୍ଥାନରେ କରିଥିବା ନିବେଶ ବୁଡିଯିବାର ଆଶଙ୍କା ମଧ୍ୟ ରହିଛି ।

ଏଇ ଭାରତରେ

ପ୍ରାୟ ଏକ ଦଶନ୍ଧି ପୂର୍ୱରୁ ମହାରାଷ୍ଟ୍ର ପଶ୍ଚିମଘାଟ ପର୍ୱତମାଳା ଆଖପାଖ ଗାଁଗୁଡ଼ିକରେ ଜଳସଙ୍କଟ ଯୋଗୁ କୃଷିରେ ବାଧା ଉପୁଜୁଥିଲା। ସେଠାକାର ବୋର୍‌ଓ୍ୱେଲ କାମ କରୁ ନ...

ଖଜୁରି ଗଛର କି ଗୁଣ ଗାଇବି

ଦେଶର ସମ୍ୱିଧାନ କହେ ଆଇନ ଦୃଷ୍ଟିରେ ସମସ୍ତେ ସମାନ। ହେଲେ ବାସ୍ତବ କ୍ଷେତ୍ରରେ ତାହାର କାର୍ଯ୍ୟାନ୍ୱୟନ ବା ଅନୁପାଳନ ବେଳେ ହୁଏ କିନ୍ତୁ ଠିକ୍‌ ତା’ର...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ବିଲୁପ୍ତି ପଥେ ନୀଳରକ୍ତ କଙ୍କଡ଼ା

ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ହେଉଛି ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ବାଲେଶ୍ୱର...

ଚନ୍ଦାହାଣ୍ଡି ଧରିତ୍ରୀ ଖବରଦାତା ଦିଲୀପ ଦାସଙ୍କ ପରଲୋକ

ନବରଙ୍ଗପୁର,୧୧।୧୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍‌ ଧରିତ୍ରୀ ଖବରଦାତା ଦିଲୀପ ଦାସ (୫୪)ଙ୍କ ବୁଧବାର ସକାଳ ୯ଟାରେ ପରଲୋକ ଘଟିଛି। ସେ ୨୦୦୯ରୁ ଧରିତ୍ରୀ ଖବରଦାତାଭାବେ...

ସମୟ ଧାରାରେ ଚକ୍ରବୃଦ୍ଧି ସୁଧ

ଚକ୍ରବୃଦ୍ଧି ସୁଧ (କମ୍ପାଉଣ୍ଡ ଇଣ୍ଟରେଷ୍ଟ)ର ଧାରଣା ମାନବ ଇତିହାସରେ ସବୁଠୁ ଶକ୍ତିଶାଳୀ ତଥା ବିପଜ୍ଜନକ ଆବିଷ୍କାର। ଏହି ଶବ୍ଦ ସଂସ୍କୃତ ଶବ୍ଦକୋଷ ଓ ବୈଧ-ଅର୍ଥନୈତିକ ସାହିତ୍ୟରେ...

ଅନ୍ତର୍ଜାତୀୟ ପର୍ବତ ଦିବସ: ହିମବାହର ଆବଶ୍ୟକତାକୁ ଗୁରୁତ୍ୱ

ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ପର୍ବତ ଦିବସ’। ପର୍ବତର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି, ପର୍ବତ ବିକାଶରେ ସୁଯୋଗ ଓ ପ୍ରତିବନ୍ଧକକୁ ଉଜାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri