ଗୁପ୍ତେଶ୍ୱର ବନାଞ୍ଚଳକୁ ଜୈବ ବିବିଧତା ଐତହ୍ୟସ୍ଥଳ ଘୋଷଣା

କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ଜିଲାର ଗୁପ୍ତେଶ୍ୱର ବନାଞ୍ଚଳକୁ ଜୈବ ବିବିଧତା ଐତିହ୍ୟସ୍ଥଳ (ବାୟୋଡାଇଭର୍ସିଟି ହେରିଟେଜ୍‌ ସାଇଟ୍‌) ଭାବେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବା ଜଣାଯାଇଛି। ଏନେଇ ବିଭାଗୀୟ ଅତିରିକ୍ତ ଶାସନ ସଚିବଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏହା ରାଜ୍ୟର ଚତୁର୍ଥ ବୋଲି ଜଣାଯାଇଛି। ଏହି ମାନ୍ୟତା ପାଇବା ପରେ ବନାଞ୍ଚଳରେ ଥିବା ବିଭିନ୍ନ ବିଲୁପ୍ତ ପ୍ରଜାତିର ଗଛ ତଥା ଔଷଧୀୟ ଗଛ,ଜୀବଜନ୍ତୁ, ଦୁର୍ଲଭ ପଦାର୍ଥର ସଂରକ୍ଷଣ ହେବା ସହ ଏହି ଅଞ୍ଚଳରେ ବାସ କରୁଥିବା ଆଦିବାସୀଙ୍କ ଜୀବନଜୀବିକାର ମାନ ବଢ଼ିବ ବୋଲି ଆଶା କରାଯାଇଛି। ସେହିପରି ଓଡ଼ିଶାର ଦକ୍ଷିଣ ଭାଗରେ ଥିବା ତଥା ଇଷ୍ଟର୍ନ ଘାଟ ଅଞ୍ଚଳରେ ରହିଥିବା କୋରାପୁଟ ଜିଲାର ଗୁପ୍ତେଶ୍ୱର ଜଙ୍ଗଲରେ ବିଭିନ୍ନ କିସମର ଔଷଧୀୟ ଗଛ, ଫ୍ଲୋରା ଓ ଫୁନା ରହିଥିବା ବେଳେ ପ୍ରାକୃତିକ ପର୍ଯ୍ୟଟନ ଓ ଏକ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ପାଇଁ ରାଜ୍ୟ ତଥା ଦେଶରେ ପରିଚିତ। ପ୍ରାୟ ୩୫୦ ହେକ୍ଟର ପରିମିତ ଏହି ଅଞ୍ଚଳରେ ରହିଥିବା ଏହି ସଂରକ୍ଷିତ ଜଙ୍ଗଲରେ ୬୦୮ଟି ପ୍ରଜାତିର ପ୍ରାଣୀ ସମୁହ ରହିଥିବା ବେଳେ ୬୧୫ ପ୍ରଜାତିର ଫ୍ଲ୍ରୋରା ରହିଥିବା ଜଣାଯାଇଛିା ସେହିପରି ଏହି ଜଙ୍ଗଲରେ ୧୮୨ ପ୍ରଜାତିର ଫୁଲଗଛ, ୭୬ ପ୍ରକାରର ଗୁଳ୍ମ, ୧୭୭ ପ୍ରକାରର ଚେରମୂଳି(ହର୍ବାସ),୬୯ ପ୍ରଜାତିର ଲତା, ୧୪ ପ୍ରକାରର ଆର୍ଚିଡିସ ଏବଂ ବିଲୁପ୍ତ ପ୍ରାୟ ଔଷଧୀୟ ବୃକ୍ଷ ରହିଛି। ଗୁପ୍ତେଶ୍ୱର ଜଙ୍ଗଲକୁ ଜୈବିକ ବିବିଧତା ଆଇନ ୨୦୦୨ ଅଧୀନରେ ବିଏଚ୍‌ଏସ୍‌ ମାନ୍ୟତା ମିଳିଥିବା ଜଣାଯାଇଛି। ଏଥିପୂର୍ବରୁ ରାଜ୍ୟର ଗଜପତି ଜିଲାର ମହେନ୍ଦ୍ରଗିରି ପର୍ବତାଞ୍ଚଳ, କନ୍ଧମାଳର ମଣ୍ଡାସାରୁ ଜଙ୍ଗଲ, ବରଗଡ଼ ଜିଲାର ଗନ୍ଧମାର୍ଦ୍ଧନ ପର୍ବତାଞ୍ଚଳକୁ ବାୟୋଡାଇଭର୍ସିଟି ହେରିଟେଜ ସାଇଟ ଘୋଷଣା କରାଯାଇଛି। ଗୁପ୍ତେଶ୍ୱରକୁ ଜୈବ ବିବିଧତା ଐତିହ୍ୟସ୍ଥଳ ଭାବେ ଘୋଷଣା ପରେ କୋରାପୁଟ ଜିଲାରେ ଥିବା ପରିବେଶପ୍ରେମୀଙ୍କ ମହଲରେ ଆନନ୍ଦ ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri