Odisha Elections 2024

ସୁବର୍ଣ୍ଣପୁରରୁ ଗଡ଼ିଲା ସୋନପୁର-ପୁରୀ ଏକ୍ସପ୍ରେସ୍‌

ସୋନପୁର,୧୦।୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାବାସୀଙ୍କ ଦୀର୍ଘବର୍ଷର ସ୍ବପ୍ନ ପୂରଣ ହୋଇଛି । ପ୍ରଥମକରି ସୁବର୍ଣ୍ଣପୁରକୁ ରେଳ ଗଡ଼ିଛି। ସୋନପୁର ଷ୍ଟେଶନରୁ ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସ୍‌ ଶୁକ୍ରବାର ସନ୍ଧ୍ୟାରୁ ନିୟମିତ ଚାଲିଲା। ଜିଲାବାସୀ ଷ୍ଟେଶନରେ ଉପସ୍ଥିତ ରହି ଟ୍ରେନ୍‌ ଓ ଯାତ୍ରୀମାନଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଫେରିବା ମାର୍ଗରେ ୧୮୪୨୨ ସୋନପୁର-ପୁରୀ ଏକ୍ସପ୍ରେସ୍‌ ପ୍ରତି ଶୁକ୍ରବାର ସୋନପୁରରୁ ସନ୍ଧ୍ୟା ୭ଟା ୩୦ରେ ଛାଡି ଶନିବାର ସକାଳ ୬ଟା ୫୫ରେ ପୁରୀରେ ପହଞ୍ଚତ୍ବ। ସୋନପୁର ଷ୍ଟେଶନରୁ ୯୦ ଜଣ ଯାତ୍ରୀ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଟ୍ରେନ୍‌ ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ,ସମ୍ବଲପୁର ସହିତ ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ପୁରୀ ଜିଲାକୁ ସଂଯୋଗ କରୁଛି। ଅଞ୍ଚଳର ଛାତ୍ରୀଛାତ୍ର, କୃଷକ, ତୀର୍ଥଯାତ୍ରୀ ଓ ବ୍ୟବସାୟୀମାନଙ୍କୁ ଲାଭ ପ୍ରଦାନ କରିବ। ପୁରୀ-ସୋନପୁର-ପୁରୀ ଏକ୍ସପ୍ରେସ ପୁରୀ ଷ୍ଟେଶନରୁ ପ୍ରତି ଗୁରୁବାର ଦିନ ଏବଂ ସୋନପୁର ଠାରୁ ପ୍ରତି ଶୁକ୍ରବାର ଦିନ ଯାତ୍ରା କରିବ। ଏହି ଟ୍ରେନ୍‌ ଗୁରୁବାର ସନ୍ଧ୍ୟା ୭ଟା ୩୫ରେ ପୁରୀ ଛାଡି ସୋନପୁରରେ ଶୁକ୍ରବାର ସକାଳ ୫ଟା ୩୦ରେ ପହଞ୍ଚତ୍ଥିଲା। ଟ୍ରେନ୍‌ ପୁରୀ ଓ ସୋନପୁର ମଧ୍ୟରେ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନାରାଜ ମାର୍ଥାପୁର, ଢେଙ୍କାନାଳ, ତାଳଚେର, ଅନୁଗୋଳ, ବଇଣ୍ଡା, ରେଢାଖୋଲ, ସମ୍ବଲପୁର, ବରଗଡ, ବଲାଙ୍ଗୀର, ବିଛୁପାଲି, ଝାରତରଭା, ନରସିଂହଗଡ ଷ୍ଟେଶନ ଗୁଡିକରେ ରହଣି କରିବ। ସାପ୍ତାହିକ ଏକ୍ସପ୍ରେସ୍‌ରେ ଗୋଟିଏ ଏସି-୨ ଟାୟାର, ୭ଟି ଏସି-୩ ଟାୟାର, ଗୋଟିଏ ଏସି-୩ ଟାୟାର ଇକୋନୋମି, ୬ଟି ଶ୍ଲିପର ଶ୍ରେଣୀ, ୩ଟି ଦ୍ୱିତୀୟ ଶ୍ରେଣୀ ସିଟିଂ, ଗୋଟିଏ ଗାର୍ଡ, ଲଗେଜ୍‌ ତଥା ଦିବ୍ୟାଙ୍ଗଜନ କୋଚ ଏବଂ ଗୋଟିଏ ଗାର୍ଡ, ଲଗେଜ୍‌ ତଥା ମୋଟର କୋଚ୍‌ ଉପଲବ୍ଧ ରହିଛି । ଗତ ୩ ତାରିଖରେ ସମ୍ବଲପୁରରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ୍‌ର ଶୁଭାରମ୍ଭ କରିଥିଲେ। ଫଳରେ ଶ୍ରୀକ୍ଷେତ୍ର ପୁରୀ ସହିତ ପାତାଳି ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରକୁ ଯୋଗାଯୋଗ ସହଜ ହୋଇପାରିଛି। ନାଗରିକ ସମାଜ ସମେତ ସାଧାରଣ ଲୋକ ସୋନପୁର ରେଳ ଷ୍ଟେଶନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ଉଭୟ ଟ୍ରେନ୍‌ ଓ ଯାତ୍ରୀଙ୍କୁ ସ୍ବାଗତ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଭର୍ତ୍ତି ମନିପର୍ସ ଫେରାଇଲେ ମହିଳା

ରଘୁନାଥପୁର,୧୭।୫(ରାଜେନ୍ଦ୍ର ନାରାୟଣ ସିଂହ):ପାଇଥିବା ମନିପର୍ସ ଫେରାଇ ସଚ୍ଚୋଟ ପଣିଆର ପରିଚୟ ଦେଇଛନ୍ତି ଜଣେ ମହିଳା। ସେ ହେଲେ ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମର ଅହମ୍ମଦ ରାଜା...

୮୬୭ ବୁଥ୍‌ରେ ହେବ ୱେବ୍‌କାଷ୍ଟିଂ

କେନ୍ଦ୍ରାପଡ଼ା,୧୭ା୫(ଜଗନ୍ନାଥ ଧଳ): ଜୁନ୍‌ ୧ରେ ସାଧାରଣ ନିର୍ବାଚନର ମତଦାନ ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ମୋଟ୍‌ ୧୪୪୫ ମଧ୍ୟରୁ...

ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଜେରା କଲା ଆୟକର ବିଭାଗ

ଭୁବନେଶ୍ୱର,୧୮।୫: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଆୟକର ବିଭାଗ ୪ ଘଣ୍ଟା...

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଆଜି ସରିବ ପ୍ରଚାର

ଭୁବନେଶ୍ୱର,୧୮।୫: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ସରିବ ପ୍ରଚାର। ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ...

ହୋଟେଲ ରୁମ୍‌ରେ ପୋଲିସ କନ୍‌ଷ୍ଟେବଲଙ୍କୁ ହତ୍ୟା

ବଲାଙ୍ଗୀର,୧୮।୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର ରେଲୱେ ଷ୍ଟେଶନ୍‌ ନିକଟ ଏକ ହୋଟେଲ ରୁମ୍‌ରୁ ଜଣେ ବ୍ୟକ୍ତିଙ୍କ ହାତମୁହଁ ବନ୍ଧା ମୃତଦେହ ପୋଲିସ ଉଦ୍ଧାର କରରଯାଇଛି।...

ସଫା ସଫା କହିଦେଲେ ଶାହା, ଏଥର ଆମେ ଓଡ଼ିଶାରେ ଏତିକି ଆସନ ଜିତିବୁ

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ଭାଜପା ୧୫ ଲୋକ ସଭା ଆସନ ଏବଂ ୭୫ଟି ବିଧାନସଭା ଆସନ ଜିତିବ ଭାଜପା। ଶୁକ୍ରବାର ପୁଣିଥରେ ଓଡ଼ିଶା ଗସ୍ତରେ ଆସି ଦମ୍ଭୋକ୍ତି...

ଏମ୍‌ବିକେ, ଆଶାକର୍ମୀଙ୍କୁ ଧମକ ଦେଉଛନ୍ତି ଭାଜପା ନେତା

ଭୁବନେଶ୍ୱର, ୧୮।୫ (ବନ୍ଦନା ସେଠୀ): ସମ୍ବଲପୁରରେ ଭାଜପା ନେତା ମହିଳାଙ୍କୁ ଡରାଇବା, ଖରାପ ଭାଷାରେ ଗାଳିଗୁଲଜ କରିବା ଓ ଧମକଚମକ ଦେଉଥିବା ଅଭିଯୋଗ ନେଇ ସିଇଓଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri