Posted inଖେଳ

‘ଭୟଙ୍କର ଭୁଲ୍ କରିଦେଲି’, ବିରାଟ ଦ୍ୱିତୀୟ ଥର ବାପା ହେବେ କହି କ୍ଷମା ମାଗିଲେ ଏବି ଡି ଭିଲିୟର୍ସ

ନୂଆଦିଲ୍ଲୀ,୯ା୨: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡି ଭିଲିୟର୍ସ ଶୁକ୍ରବାର ଦିନ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ସହ ଜଡିତ “ମିଥ୍ୟା ସୂଚନା” ଦେଇଥିବାରୁ କ୍ଷମା ମାଗିଛନ୍ତି। କିଛିଦିନତଳେ ଭିଲିୟର୍ସ କହିଥିଲେ ଯେ, ବିରାଟ ଏବଂ ଅନୁଷ୍କା ଦ୍ୱିତୀୟ ସେମାନଙ୍କର ଦ୍ୱିତୀୟ ସନ୍ତାନଙ୍କୁ ସ୍ୱାଗତ କରିବାକୁ ଯାଉଛନ୍ତି।

କୋହଲିଙ୍କ ଉପରେ ଦେଇଥିବା ତାଙ୍କର ପୂର୍ବ ବିବୃତ୍ତି ବିଷୟରେ ଡି ଭିଲିୟର୍ସ କହିଛନ୍ତି ସମସ୍ତଙ୍କ ପାଇଁ ପରିବାର ପ୍ରଥମେ, ଏହା ଏକ ପ୍ରାଥମିକତା, ଯେପରି ମୁଁ ମୋର ୟୁଟ୍ୟୁବ୍ ଶୋ’ରେ ଯାହା କହିଥିଲି, ତାହା ଏକ ଭୟଙ୍କର ଭୁଲ୍ କରିଥିଲି ଏବଂ ହଁ, ଭୁଲ୍ ସୂଚନା ଦେଇଥିଲି ଯାହା ଆଦୌ ସତ୍ୟ ନୁହେଁ। କ’ଣ ଘଟୁଛି କେହି ଜାଣନ୍ତି ନାହିଁ।

ଏହାପୂର୍ବରୁ ଡି ଭିଲିୟର୍ସ କହିଥିଲେ ଯେ କୋହଲିଙ୍କ ଦ୍ୱିତୀୟ ସନ୍ତାନ ଆସିବାକୁ ଯାଉଛି ତେଣୁ ଏହା ପାରିବାରିକ ସମୟ ଏବଂ ତାଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ। ତେବେ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କୁ ଏହା ଭଲ ଲାଗି ନଥିଲା।

ତେବେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ନିଜର ବିବୃତ୍ତି ବଦଳାଇ ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ସିରିଜରେ କୋହଲିଙ୍କ ଅନୁପସ୍ଥିତି ବଢିବାକୁ ଯାଉଛି, ବରିଷ୍ଠ ଭାରତ ବ୍ୟାଟ୍ସମ୍ୟାନ୍ ଯଥାକ୍ରମେ ରାଜକୋଟ ଏବଂ ରାଞ୍ଚିରେ ତୃତୀୟ ତଥା ଚତୁର୍ଥ ଟେଷ୍ଟ ଖେଳିବେ ନାହିଁ।

ଇଂଲଣ୍ଡ ସିରିଜ୍ ଆରମ୍ଭ ହେବାର ତିନି ଦିନ ପୂର୍ବରୁ ଜାନୁଆରୀ ୨୨ ରେ, ବିସିସିଆଇ ଘୋଷଣା କରିଥିଲା ଯେ କୋହଲି “ବ୍ୟକ୍ତିଗତ କାରଣରୁ” ପ୍ରଥମ ଦୁଇଟି ଟେଷ୍ଟରୁ ଓହରି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ବିଜେଡି ବିଧାୟକ: କହୁ କହୁ କହିଦେଲେ…

ଭୁବନେଶ୍ୱର,୮ା୧୨(ରବିନାରାୟଣ ଜେନା):ମା’ ତାରିଣୀଙ୍କ ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତକୁ ନେଇ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ଭବିଷ୍ୟବାଣୀ କରିଛନ୍ତି। ସେ...

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri