ସମସ୍ୟା ବଳୟରେ ବିଧାୟକଙ୍କ ଗ୍ରାମ, ୧୦୦ ପରିବାର ଗୋଟିଏ ନଳକୂପ ଉପରେ ନିର୍ଭରଶୀଳ

କେନ୍ଦୁଝର, ୭/୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ରାଇକଳା ଗ୍ରାମ ପଞ୍ଚାୟତ ରାଇକଳା ଗ୍ରାମର ଢିପାସାହି ପାଣି ପାଇଁ ଅବ୍ୟବସ୍ଥା। ଏ ସାହିରେ ପାଖାପାଖି ୧୦୦ ପରିବାର ଥିବାବେଳେ ପ୍ରାୟ ଏକ ହଜାର ଲୋକ ବସବାସ କରି ଆସୁଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏଠିକାର ଲୋକଙ୍କ ଅବସ୍ଥା ବହୁ ସଚନୀୟ ଅବସ୍ଥା । ଏଠିକାର ଲୋକ ବହୁତ ଦୁଃଖ ଓ କ୍ଷଭୋର ସହିତ ପ୍ରକାଶ କରିଛନ୍ତି ସ୍ବାଧିନତାର ୭୬ ବର୍ଷ ପରେ ମଧ୍ୟ ଶିକ୍ଷା,ସ୍ୱାସ୍ଥ୍ୟ ଗମନାଗମନ ସହିତ ପାନୀୟ ଜଳ ଆଦି ପ୍ରତେକ କ୍ଷେତ୍ରରେ ଆମେ ପହୁ ପଛରେ ରହିଛୁ । ଆମେ ଅବହେଳିତ ନିଷ୍ପେସିତ,ଦୁର୍ବଳ ହୋଇ ରହିଛୁ । ସେମାନେ ନିଜକୁ ସଦରବ୍ଲକ ଅନ୍ତରଭ୍ୟୁତ କହି ଦୁଃଖ ପ୍ରକାଶ କରିଥିଲେ । କାରଣ ତାଙ୍କ ଗାଁରେ ସଦର ନିର୍ବାଚନ ମଣ୍ଡଳୀର ବରିଷ୍ଠ ଟାଣୁଆ ନେତା ତଥା ତିନି ତିନି ଥର ନିର୍ବାଚିତ ବିଧାୟକ ମହୋଦୟ ମୋହନ ଚରଣ ମାଝୀଙ୍କ ଘର ।

ଦ୍ଵୀପ ତଳ ଅନ୍ଧାର ଭଳି ଗଣତନ୍ତ୍ର ଶାସନରେ ରାଜା ରହୁଥିବା ଗାଁ ଆଜି ଏପରି ଅବ୍ୟବସ୍ଥାରେ ଗତି କରୁଛି । ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ ସଭାପତି ରଞ୍ଜନ କୁମାର ବେହେରା ଉପସଭାପତି ଜୟକୃଷ୍ଣ ନାଏକ ଉକ୍ତ ସାହିକୁ ପରିଦର୍ଶନରେ ଯାଇଥିଲେ ଯାହା ଦେଖିଲେ ତାହା ଥିଲା କଳ୍ପନା ବାହାରେ । ମାତ୍ର ୨ ଗୋଟି ନଳକୂପ ଥିବାବେଳେ ଯଉଥିରେକି ଦୂଷିତ ପାଣି ନିର୍ଗତ ହେଉଛି ପିଇବା ପାଣି ପାଇଁ ଅନୁପଯୁକ୍ତ । ୧୦୦ ପରିବାର ଗୋଟିଏ ନଳକୂପ ଉପରେ ନିର୍ଭରଶୀଳ । ଏ ଗ୍ରାମରେ କୌଣସି କୂପ କିମ୍ବା ପୋଖରୀ ନାହିଁ । ଗାଈ ଗୋରୁ ପିଇବା,ଲୋକମାନେ ଗାଧୋଇବା ଲୁଗା ପଟ୍ଟା ସଫା କରିବା ଓ ପିଇବା ପାଣି ସଂଗ୍ରହ ଏହି ଗୋଟିଏ ନଳକୂପ ଉପରେ ନିର୍ଭର କରିଥାନ୍ତି । ସମୟ ସମୟରେ କୋହଲା ପାଗ ଓ ବର୍ଷା ଦିନେ ଏହି ନଳକୂପରେ ପାଣି ବାହାରେ ନାହିଁ । ତେଣୁ ଝିଅ,ବହୂ,ମହିଳା ସମସ୍ତେ ବହୁତ ଅସୁବିଧାର ସମ୍ଭୂଖିନ ହୋଇଥାନ୍ତି ।

ଭାଜପାର ୩ ଥର ବିଧାୟକ ଓ ବିଧାନସଭାରେ ମୁଖ୍ୟ ସଚେତକ ବିରୋଧୀ ଦଳର ଉପସଚେତକ ଆଦି ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ଥାଇ ମଧ୍ୟ ମୋହନ ଭାଇ ତାଙ୍କ ଗାଁର ଅବ୍ୟବସ୍ଥାକୁ ସମାଜସେବୀ ତୁଳସୀ ପାତ୍ର ନାପସନ୍ଦ କରିଛନ୍ତି । ତୁରଂତ ଏ ସାହିକୁ ପିଇବା ପାଣି ଯୋଗାଇଦେବାକୁ ମତ ରଖିଛନ୍ତି । ଏମିତିକି ପାଣି ଟୋପାଏ ମଧ୍ୟ ପିଇବାକୁ ପାଆନ୍ତି ନାହିଁ । ମେଗା ପ୍ରୋକଳ୍ପ ୨ କାନପୁର ଡ୍ୟାମ ପାଣି ପାଇପରେ ମଧ୍ୟ ଏ ସାହିର କୌଣସି ମାନଚିତ୍ରରେ ଆସୁ ନାହିଁ । ପାଣି ଅସୁବିଧା ପାଇଁ ଅନ୍ୟ ଗ୍ରାମର ଝିଅ ଏ ଗ୍ରାମକୁ ବାହା ଦେବା ପାଇଁ ମନା କରୁଛନ୍ତି । ତେଣୁ ତୁରନ୍ତ ଖରାଦିନ ପୂର୍ବରୁ ଏ ଢ଼ିପା ସାହିକୁ ପିଇବା ପାଣି ଯୋଗାଇଦେବା ସହିତ ମେଗା ପ୍ରକଳ୍ପରେ ପାଇପ ସଂଯୋଗ କରିବାକୁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri