କେସିଙ୍ଗା ଭାଜପା ମହିଳା ମୋର୍ଚ୍ଚା ତରଫରୁ ଜନ-ଆକ୍ରୋଶ ମହିଳା ସମାବେଶ

କେସିଙ୍ଗା,।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଭାଜପାର ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ପାଳିତ ହୋଇଯାଇଛି । ଭାଜପା ନଗର ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ୱରେ ଏହା ଆୟୋଜିତ ହୋଇଥିଲା ।
ନାରୀ ଶକ୍ତି ବନ୍ଦନ ଅଧିନିୟମ (ମହିଳା ସଂରକ୍ଷଣ ବିଲ୍) ସମ୍ବନ୍ଧୀୟ ୧୭ ଏପ୍ରିଲ ୨୦୨୬ ରେ, ଏନଡିଏ ସରକାର ଲୋକସଭାରେ ଶତକଡା ୩୩ଭାଗ ମହିଳା ସଂରକ୍ଷଣ ଲାଗୁ କରିବାକୁ ଏକ ନୂତନ ସାମ୍ବିଧାନିକ ସଂଶୋଧନ ବିଲ୍ (ସୀମା ନିର୍ଦ୍ଧାରଣ ସହ) ଆଗତ କରିଥିଲେ । କିନ୍ତୁ ତାହା ଗୃହରେ ପାରିତ ହେଲା ନାହିଁ । ତେଣୁ ସାରା ଭାରତ ବର୍ଷରେ ଭାଜପା ପାର୍ଟି ତରଫରୁ ଜନ ଆକ୍ରୋଶ ମହିଳା ସମାବେଶ କରି ତୀଵ୍ର ବିରୋଧ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଗୌରୀ ଶଙ୍କର ମନ୍ଦିରରୁ ବ୍ଲକ ପରିସର ପର୍ଯ୍ୟନ୍ତ ଶତାଧିକ ମହିଳାଙ୍କ ସମାବେଶ ହୋଇ ଜନ-ଆକ୍ରୋଶ ରାଲି ଅନୁଷ୍ଠିତ ହୋଇଥିଲା। ଏହା କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡା ଓ ମହିଳା ସଭାନେତ୍ରୀ ଯାଜ୍ଞସେନୀ ସାହୁଙ୍କ ନେତୃତ୍ଵରେ କରାଯାଇଥିଲା ।

କଂଗ୍ରେସ ଓ ବିଜେଡି ଏହି ନାରୀ ବନ୍ଦନା ବିଲକୁ ସମର୍ଥନ ନ କରିଥିବାରୁ ଆଗାମୀ ଦିନରେ ନାରୀମାନେ ତାଙ୍କର ଶକ୍ତି ପ୍ରଦର୍ଶିତ କରିବେ ବୋଲି ଦଳ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ସମାବେଶରେ ଜିଲା ଉପସଭାପତି ସନ୍ତୋଶିନୀ ଦାଶ, ଜିଲା ମହିଳା ମୋର୍ଚ୍ଚା ସଂପାଦିକା ଶୋଭାଙ୍ଗିନୀ ପାତ୍ର, ଜିଲା ସଦସ୍ୟ ପୁଷ୍ପାଞ୍ଜଳି ନାୟକ, ପୂର୍ବତନ ନଗରପାଳ ସରିତା ସିନ୍ଦୁର, ବିର୍ଦ୍ଧି ଜୈନ, ପ୍ରଶାନ୍ତ ବାନାର୍ଜୀ, ମଗନ ସିନ୍ଦୁର, ବଣ୍ଟି ଜୈନ, ସନ୍ତୋଷ ଦାଶ, ସୁନୀଲ ଜୈନ, ଜୟନ୍ତୀ ଗହୀର, ଲଳିତା ମହଲା ଓ ଯୁବ ସଭାପତି ମଣ୍ଟୁ ବର୍ମା ସହ ସମସ୍ତ କେସିଙ୍ଗା ଭାଜପା କର୍ମୀ ଯୋଗଦାନ କରିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗର ୬୫% ନବନିର୍ବାଚିତ ବିଧାୟକଙ୍କ ନାମରେ ଆପରାଧିକ ମାମଲା, ୬୧% କୋଟିପତି: ADR

ନୂଆଦିଲ୍ଲୀ,୮ା୫(ପି.ଟି.): ପଶ୍ଚିମବଙ୍ଗର ନବନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ୬୫%ଙ୍କ ନାମରେ ଆପରାଧିକ ମାମଲା ରହିଥିବା ନାମାଙ୍କନପତ୍ର ଦାଖଲ ବେଳେ ସେମାନେ ସତ୍ୟପାଠରେ ଦେଇଥିବା ଘୋଷଣାରୁ ଜଣାପଡ଼ିଛି। ପୂର୍ବ ନିର୍ବାଚନ…

୭୭ ବର୍ଷ ପରେ ବିକାଶର ନୂଆ ସୂର୍ଯ୍ୟୋଦୟ: କେନ୍ଦୁଗୁଡ଼ା-କନ୍ଦାଗୁଡ଼ା ଗ୍ରାମବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଥୁଆମୁଳ ରାମପୁର,୮।୫(ଦୁର୍ଗା କୀର୍ତ୍ତି): ଦେଶ ସ୍ବାଧୀନତାର ୭୭ ବର୍ଷ ପରେ ବି ଯେଉଁଠି ଶିକ୍ଷା, ସୱାସ୍ଥ୍ୟ ଓ ରାସ୍ତା ସାତସପନ ଥିଲା, ସେଠାରେ ଆଜି ବିକାଶର ନୂଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଲାଗିଲା ବଡ଼ ଝଟକା, ଆମେରିକା କୋର୍ଟ କହିଲେ…

ଓ୍ବାଶିଂଟନ,୮।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରମୁଖ ଅର୍ଥନୈତିକ ନୀତିକୁ ଏକ ବଡ଼ ଝଟକା ଲାଗିଛି। ଗୁରୁବାର, ଏକ ଫେଡେରାଲ କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା…

ହର୍ମୁଜରେ ଆମେରିକୀୟ ଜାହାଜ ଉପରେ ଗୁଳିମାଡ, ଟ୍ରମ୍ପ କହିଲେ…

ଓ୍ବାଶିଂଟନ,୮।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ…

କିଏ ହେବେ ବଙ୍ଗଳାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଆଜି ଅମିତ ଶାହାଙ୍କ ସହ ଭାଜପା ବିଧାୟକମାନଙ୍କ ବୈଠକ ପରେ ନିଷ୍ପତ୍ତି

କୋଲକାତା,୮ା୫: ଶୁକ୍ରବାର ସକାଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କୋଲକାତାରେ ପହଞ୍ଚିଛନ୍ତି । ସେ ନବନିର୍ବାଚିତ ଭାଜପା ବିଧାୟକମାନଙ୍କ ସହିତ ଏକ ବୈଠକ କରିବେ । ସୂତ୍ର ଅନୁଯାୟୀ,…

ଇସ୍ତଫା ଦେବେ ଥଲାପତି ବିଜୟଙ୍କ ସମେତ ୧୦୮ ବିଧାୟକ ! ତାମିଲନାଡୁ ରାଜନୀତିରେ ହଟଚମଟ

ଚେନ୍ନାଇ,୮।୫: ତାମିଲନାଡୁରେ ଝୁଲା ବିଧାନସଭା ପରେ ସରକାର ଗଠନକୁ ନେଇ ସସ୍ପେନ୍ସ ଆହୁରି ଘନୀଭୂତ ହୋଇଛି। ଥଲାପତି ବିଜୟଙ୍କ ନେତୃତ୍ୱାଧୀନ ତାମିଜାଗା ଭେଟ୍ରି କାଝାଗମ (TVK) ରାଜ୍ୟପାଳଙ୍କ…

ଓଜନ ହ୍ରାସ ଔଷଧ ଖାଉଛନ୍ତି କି: ଘଟିପାରେ ଏମିତି…

ନୂଆଦିଲ୍ଲୀ, ୮ା୫ (ପି.ଟି.):ଓଜନ ହ୍ରାସ ପାଇଁ ବ୍ୟବହୃତ ହେଉଥିବା ଏବକାର ଓରାଲ୍‌ ଔଷଧଗୁଡ଼ିକ କେବଳ ଭୋକ କମାଉନାହିଁ, ବରଂ ଏହା ମସ୍ତିଷ୍କର ‘ରିୱାର୍ଡ ସର୍କିଟ’କୁ ସିଧାସଳଖ ପ୍ରଭାବିତ…

ଖୁସିଖବର ଦେଲେ ମୁଖ୍ୟମନ୍ତ୍ରୀ: ହୋଇଗଲା ମେଗା ଡିଲ୍‌, ହଜାର ଯୁବତୀଯୁବକଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର,୮ା୫(ଅନୁରାଧା ମହାରଣା): ଗୁଜରାଟ ଗସ୍ତରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪୮,୩୩୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରତିଶ୍ରୁତି ସହ ଓଡ଼ିଶା ଫେରିଛନ୍ତି। ଅହମ୍ମଦାବାଦ, ମୁନ୍ଦ୍ରା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri